କୋରୋନା ସଙ୍କଟ: ସଂସଦରେ ମଧ୍ୟ ଲକ୍ ଡାଉନ୍
Advertisement
Article Detail0/zeeodisha/odisha657896

କୋରୋନା ସଙ୍କଟ: ସଂସଦରେ ମଧ୍ୟ ଲକ୍ ଡାଉନ୍

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୩ ଯାଏ ଚାଲିବାର ଥିଲା । କିନ୍ତୁ କୋରୋନା ଭାଇରସର ପ୍ରସାରକୁ ଦେଖି ପ୍ରଥମରୁ ହିଁ କାର୍ଯ୍ୟବାହୀଙ୍କୁ ସ୍ଥଗିତ କରି ଦିଆଯାଇଛି । ଏହା ପୂର୍ବରୁ ଲୋକସଭାରେ କୋରୋନା କମାଣ୍ଡୋଜଙ୍କ ପାଇଁ ସଂସଦରେ ସାଂସଦମାନେ ତାଳି ମାଡ଼ିଛନ୍ତି । ଏହାସହ ଆର୍ଥିକ ବିଧେୟକ 2020 ମଧ୍ୟ ଲୋକସଭାରେ ପାସ୍ ହୋଇଛି ।

କୋରୋନା ସଙ୍କଟ: ସଂସଦରେ ମଧ୍ୟ ଲକ୍ ଡାଉନ୍

ନୂଆଦିଲ୍ଲୀ: କୋରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ଲକ୍ ଡାଉନ୍ ହେବାକୁ ବସିଛି । ଭାରତରେ ମଧ୍ୟରେ ଏପରି ପରିସ୍ଥିତି ଦେଖା ଦେଇଛି । ଦେଶରେ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକରେ ଲକ୍ ଡାଉନ କରାଯାଇଛି । ଏହାସହ ରେଳ ଓ ବସ୍ ସେବାକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାର ଘୋଷଣା କରାଯାଇଛି । ଏହି କ୍ରମରେ ଆଜି ଅର୍ଥାତ ସୋମବାର ଲୋକସଭାକୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ କରି ଦିଆଯାଇଛି । କୋରୋନା ଭାଇରସର ବିପଦକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ।

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୩ ଯାଏ ଚାଲିବାର ଥିଲା । କିନ୍ତୁ କୋରୋନା ଭାଇରସର ପ୍ରସାରକୁ ଦେଖି ପ୍ରଥମରୁ ହିଁ କାର୍ଯ୍ୟବାହୀଙ୍କୁ ସ୍ଥଗିତ କରି ଦିଆଯାଇଛି । ଏହା ପୂର୍ବରୁ ଲୋକସଭାରେ କୋରୋନା କମାଣ୍ଡୋଜଙ୍କ ପାଇଁ ସଂସଦରେ ସାଂସଦମାନେ ତାଳି ମାଡ଼ିଛନ୍ତି । ଏହାସହ ଆର୍ଥିକ ବିଧେୟକ 2020 ମଧ୍ୟ ଲୋକସଭାରେ ପାସ୍ ହୋଇଛି ।

ଅନ୍ୟପକ୍ଷେ ସରକାର ଆଜି ସମସ୍ତ ଘରୋଇ ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି । ବର୍ତ୍ତମାନ ଯାଏ ଦେଶର କୋରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୪୩୪ ପହଞ୍ଚିଛି । ଏଥିରୁ ୯ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଆଜି ୨ ଜଣଙ୍କ ମୃତ୍ୟୁ ଖବର ପୃଷ୍ଟି ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାସହ ୪ ଜଣଙ୍କ ମୃତ୍ୟୁ ଘଟିଛି । କୋରୋନା ଯୋଗୁଁ ଦିଲ୍ଲୀ, ବିହାର, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଝାରଖଣ୍ଡ, ଜମ୍ମୁ କଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ ୩୧ ମାର୍ଚ୍ଚ ଯାଏ ଲକ୍ ଡାଉନ କରାଯାଉଛି । ଏହା ବ୍ୟତୀତ ଓଡ଼ିଶାର କିଛି ଜିଲ୍ଲାରେ ୨୯ ମାର୍ଚ୍ଚ ଯାଏ ଲକ୍ ଡାଉନ କରାଯାଇଛି । ସେହିପରି ଉତ୍ତର ପ୍ରଦେଶର ୧୬ଟି ଜିଲ୍ଲାରେ ୨୫ ମାର୍ଚ୍ଚ ଯାଏ ଲକ୍ ଡାଉନ କରାଯାଇଛି ।