Ramdev: ପାଞ୍ଚ ଲକ୍ଷ ଲୋକଙ୍କୁ ରୋଜଗାର ଦେବ ପତଞ୍ଜଳି, ଜାଣନ୍ତୁ କେମିତି?
Advertisement

Ramdev: ପାଞ୍ଚ ଲକ୍ଷ ଲୋକଙ୍କୁ ରୋଜଗାର ଦେବ ପତଞ୍ଜଳି, ଜାଣନ୍ତୁ କେମିତି?

Patanjali: ସ୍ବଦେଶୀ ସାମଗ୍ରୀ ତିଆରି କରି ବିକ୍ରି କରୁଥିବା ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ୍ ନିଜର ଚାରିଟି କମ୍ପାନୀର IPO ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି। ପତଞ୍ଜଳି ମାଲିକ ବାବା ରାମଦେବ ଶୁକ୍ରବାର ଦିନ ଏହି ବିଷୟରେ ସୂଚନା ଦେଇଛନ୍ତି।

Ramdev: ପାଞ୍ଚ ଲକ୍ଷ ଲୋକଙ୍କୁ ରୋଜଗାର ଦେବ ପତଞ୍ଜଳି, ଜାଣନ୍ତୁ କେମିତି?

Patanjali: ସ୍ବଦେଶୀ ସାମଗ୍ରୀ ତିଆରି କରି ବିକ୍ରି କରୁଥିବା ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ୍ ନିଜର ଚାରିଟି କମ୍ପାନୀର IPO (Initial Public Offering) ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି। ପତଞ୍ଜଳି ମାଲିକ ବାବା ରାମଦେବ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ପତଞ୍ଜଳି ଗ୍ରୁପ୍ ଏହାର ଚାରୋଟି କମ୍ପାନୀ ଯଥା, ପତଞ୍ଜଳି ଆୟୁର୍ବେଦ, ପତଞ୍ଜଳି ମେଡିସିନ୍, ପତଞ୍ଜଳି ଜୀବନଶୈଳୀ ଏବଂ ପତଞ୍ଜଳି ଓ୍ବେଲନେସ୍ ର ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ଚାରୋଟି କମ୍ପାନୀର ଆଇପିଓ ଲଞ୍ଚ କରିବାକୁ ଯୋଜନା କରାଯାଉଛି। ପତଞ୍ଜଳି ଗ୍ରୁପର କମ୍ପାନୀ ପତଞ୍ଜଳି ଫୁଡସ ଯାହା ପ୍ରଥମେ ରୁଚି ସୋୟା ନାମରେ ଜଣାଶୁଣା ଥିଲା, ତାହା ପ୍ରଥମରୁ ହିଁ ସେୟାର ବଜାରରେ ତାଲିକା ଭୁକ୍ତ ହୋଇସାରିଛି। 

ସାମ୍ବାଦିକ ସମ୍ମିଳନୀରେ ବାବା ରାମଦେବ କହିଛନ୍ତି ଯେ, ପତଞ୍ଜଳି ଗ୍ରୁପର ବ୍ୟବସାୟ ଆଗାମୀ ପାଞ୍ଚ କିମ୍ବା ସାତ ବର୍ଷରେ ଅଢେଇ ଗୁଣ ବୃଦ୍ଧି ପାଇ ଏକ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ବାବା ରାମଦେବ କହିଛନ୍ତି ଯେ, ପତଞ୍ଜଳି ଗୃପ୍ ଆଗାମୀ ବର୍ଷରେ ପାଞ୍ଚ ଲକ୍ଷ ଲୋକଙ୍କୁ ରୋଜଗାର ଦେବ। ପତଞ୍ଜଳି ଗ୍ରୁପର ବର୍ତ୍ତମାନର ବ୍ୟବସାୟ ପ୍ରାୟ ୪୦,୦୦୦ କୋଟି ଟଙ୍କା ଅଟେ।

ବାବା ରାମଦେବ ଦାବି କରିଛନ୍ତି ଯେ, ଗ୍ରୁପର ସମସ୍ତ ଉତ୍ପାଦ ଉଚ୍ଚମାନର ଏବଂ ଧାର୍ମିକ, ରାଜନୈତିକ, ଔଷଧ ଓ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କର 'ମାଫିଆ' ତାଙ୍କ ବ୍ରାଣ୍ଡର ଛବିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ରାମଦେବ କହିଛନ୍ତି ଯେ, ଏହି ଗ୍ରୁପ ୧୦୦ରୁ ଅଧିକ ଲୋକଙ୍କୁ ଆଇନଗତ ନୋଟିସ ପଠାଇଛି ଓ ଏଫଆଇଆର ମଧ୍ୟ ଦାଖଲ କରିଛି। ତେବେ ସେ ସେହି ଲୋକ ଏବଂ ସଂଗଠନର ନାମ କହିନାହାନ୍ତି।

ବିଗତ ଦିନ ମାନଙ୍କରେ ବିବାଦୀୟ ବୟାନ ଘେରରେ ଛନ୍ଦି ରହୁଥିବା ରାମଦେବ କୋରୋନା ଭଳି ମହାମାରୀରେ ମଧ୍ୟ ବିବାଦ ଘେରକୁ ଆସିଥିଲେ। 
ଏଲୋପାଥିକୁ ଷ୍ଟୁପିଡ଼ ସାଇନ୍ସ କହି ବିବାଦ ଘେରକୁ ଆସିଥିବା ବାବା ରାମଦେବଙ୍କ ବୟାନ ବାଜି ଥମିବାର ନାଁ ନେଉଥିଲା । ରାମଦେବ ଏକଦା ଏହା ମଧ୍ୟ ଦୃଢତାର ସହିତ ଦାବି କରିଦେଇଥିଲେ ଯେ, ପତଞ୍ଜଳି ପ୍ରଡକ୍ଟ ଦ୍ବାରା ସେ କରୋନାକୁ ମଧ୍ୟ ପ୍ରତିହତ କରିଦେବେ। ଏହାକୁ ନେଇ ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଡାକ୍ତର ଭର୍ସେସ ରାମଦେବ ତଥା ଏଲୋପାଥି ଭର୍ସେସ ଆୟୁରବେଦିକ ଭଳି ଏକ ଜଟିଳ ବିବାଦ ମୁଣ୍ଡ ଟେକିଥିଲା। 

ପରେ ତାଙ୍କର ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ କହିଥିଲେ ଯେ, ଗୋଟିଏ ସପ୍ତାହ ମଧ୍ୟରେ ବ୍ଲାକ ଫଙ୍ଗସର ଔଷଧ ଆଣିବେ ଯାହା ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପାୟରେ ପ୍ରସ୍ତୁତ ହୋଇଥିବ । ତେବେ ସେମାନେ ଏହା ଦାବି କରିଥିଲେ ଯେ, ପତଞ୍ଜଳି ଆୟୁର୍ବେଦ ଲିମିଟେଡ଼ ଓ ପତଞ୍ଜଳି ଯୋଗପୀଠ ଏହି ଔଷଧ ପ୍ରସ୍ତୁତି ନେଇ ସମସ୍ତ ଜରୁରୀ ଔପଚାରିକତା କରାଯାଇଥିଲା । ସେପଟେ ହ୍ୱାଇଟ ଓ ୟେଲୋ ଫଙ୍ଗସ ପାଇଁ ଔଷଧ କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କୁହାଯାଇଥିଲା ।