ସବୁ ନିୟମ ମାନି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
Advertisement

ସବୁ ନିୟମ ମାନି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଯେମିତି କି ପରସ୍ପର ଠାରୁ ଦୂରତା ବଜାୟ ରଖିବେ । ଏହା ପ୍ରତି ସ୍କୁଲ୍ କର୍ତ୍ତୁକକ୍ଷ ଧ୍ୟାନ ଦେବେ । ଏହା ସହ ଏହି ପରୀକ୍ଷା ପରିଚାଳନା କରୁଥିବା ସମସ୍ତ ଶିକ୍ଷକ, ଅନ୍ୟ କର୍ମଚାରୀ ତଥା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଏଥିସହିତ ପରୀକ୍ଷା ହଲ୍‌ରେ ସମ୍ପୂର୍ଣ୍ଣ ସଚେତନତା ଅବଲମ୍ବନ କରିବା ସହିତ ସାନିଟାଇଜର ଉପଲବ୍ଧ ହେବ । କୋରୋନା ସଂକ୍ରମଣ ର ଜରୁରୀ ଗାଇଡଲାଇନକୁ ରକ୍ଷା କରିବାକୁ ପଡ଼ିବ ।

ପ୍ରତୀକାତ୍ମକ ଫଟୋ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଯୋଗୁଁ ଦୀର୍ଘଦିନ ହେଲା ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି । ସ୍କୁଲ୍, କଲେଜ୍, ବିଶ୍ଵ ବିଦ୍ୟାଳୟ ସବୁ ବନ୍ଦ୍ । ତେବେ ଶିକ୍ଷା ଅନୁଷ୍ଠାନ ମାନଙ୍କର ପରୀକ୍ଷା ନିମନ୍ତେ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତରଫରୁ ଏକ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବନ୍ଦ ରହିଥିବା ସିବିଏସଇ (Central Board of Secondary Education) ଦଶମ ଓ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀମାନେ ସେମାନଙ୍କର ବୋର୍ଡ ପରୀକ୍ଷା ନିଜ ସ୍କୁଲରେ ଦେବେ । ଆଗ ଭଳି ଏସବୁ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାହାର କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ । ଏହି ବିଦ୍ୟାର୍ଥୀମାନେ ସେମାନଙ୍କ ବୋର୍ଡ ପରୀକ୍ଷା ନିଜ ବିଦ୍ୟାଳୟ କେନ୍ଦ୍ରରେ ଦେଇ ପାରିବେ । ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତରଫରୁ ଜାରି ସମସ୍ତ ନିୟମାବଳୀ ସମ୍ପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି ।

ଆଗରୁ ଏଥି ନିମନ୍ତେ ବୋର୍ଡ ତରଫରୁ କିଛି ସୂଚନା ଓ ନିୟମ ଲାଗୁ କରା ଯାଇଥିଲା । ଏହାର ସାମାନ୍ୟ ପରିବର୍ତ୍ତନ କରାଯାଇଛି । ନିଜ କେନ୍ଦ୍ରରେ ପରୀକ୍ଷା ହେବା ସହିତ ଜୁଲାଇ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶିତ ହୋଇପାରେ ବୋଲି ପୋଖରିୟାଲ କହିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ୍ ରଖିବାକୁ ପ୍ରତ୍ୟେକ ରାଜ୍ୟର ସରକାର ନିଷ୍ପତ୍ତି ନେଇଥିଲେ । ଏହି ସଂକ୍ରମଣ ଯୋଗୁଁ ଦଶମ ଓ ଦ୍ୱାଦଶ ଶ୍ରେଣୀର କିଛି ପରୀକ୍ଷା ଅଧାରୁ ବନ୍ଦ ରହିଥିଲା । ସମ୍ପୂର୍ଣ୍ଣ ନହୋଇ କିଛି ପରୀକ୍ଷା ବାକି ରହିଥିଲା । ପୂର୍ବରୁ ଗୃହ ମନ୍ତ୍ରାଳୟ ବନ୍ଦ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା କରିବା ପାଇଁ ଅନୁମତି ଦେଇଥିଲା । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନରେ କୌଣସି ପରୀକ୍ଷା କେନ୍ଦ୍ର ହେବ ନାହିଁ ବୋଲି କୁହାଯାଇଥିଲା । ଏହି ପରୀକ୍ଷା ସମୟରେ କେତେକ ସର୍ତ୍ତ ପାଳନ କରିବାକୁ କୁହାଯାଇଥିଲା ।