Article-370: ଅନୁଚ୍ଛେଦ ୩୭୦ ପୁନଃ ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ
Advertisement
Article Detail0/zeeodisha/odisha1364393

Article-370: ଅନୁଚ୍ଛେଦ ୩୭୦ ପୁନଃ ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ

Jammu And Kashmir: ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଏହା ବିରୋଧରେ ପିଟିସନ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଏହା ଉପରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ, ଦଶହରା ଛୁଟି ପରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ର ବ୍ୟବସ୍ଥାକୁ ରଦ୍ଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକ ତାଲିକାଭୁକ୍ତ କରିବ।

Article-370: ଅନୁଚ୍ଛେଦ ୩୭୦ ପୁନଃ ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ

Jammu And Kashmir: ଯେଉଁଭଳି ଭାବେ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ (Article-370)କୁ ପ୍ରତ୍ୟାହର କରାଗଲା ତାହାକୁ ନେଇ ଦେଶରେ ପ୍ରବଳ ହଇଚଇ ହୋଇଥିଲା। କାଶ୍ମୀରର ଶାନ୍ତିକୁ ଲକ୍ଷ କରି ସେଠାରେ ଭାରି ସୈନ୍ୟବଳ ନିୟୋଜିତ କରାଯାଇଥିଲା। ଅନେକ ପିଡିପି ଓ ଏନସି ନେତତାଙ୍କୁ ଗିରଫ କରି ନଜରବନ୍ଦି ଭାବେ ରଖାଯାଇଥିଲା। ବିରୋଧି ମାନେ ବାରମ୍ବାର କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଆସିୁଥିଲେ ଯେ, ବିଜେପି ସରକାର ଅଗଣତାନ୍ତ୍ରିକ ଉପାୟରେ ଏହି ପଦକ୍ଷେପ ନେଇଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଏହା ବିରୋଧରେ ପିଟିସନ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଏହା ଉପରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ, ଦଶହରା ଛୁଟି ପରେ ଜମ୍ମୁ-କଶ୍ମୀର (Jammu And Kashmir)କୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ର ବ୍ୟବସ୍ଥାକୁ ରଦ୍ଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଗୁଡ଼ିକ ତାଲିକାଭୁକ୍ତ କରିବ। ଜଣେ ଓକିଲଙ୍କୁ ପ୍ରଧାନ ବିଚାରପତି ୟୁ ୟୁ ଲଳିତ କହିଛନ୍ତି ଯେ, ଗ୍ରୀଷ୍ମ ଛୁଟି ପରେ ଏହି ଆବେଦନକୁ ତାଲିକାଭୁକ୍ତ କରିବାର ଥିଲା, କିନ୍ତୁ ତାହାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନାହିଁ।

ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଏସ. ରବିନ୍ଦ୍ର ଭଟଙ୍କ ଖଣ୍ଡପିଠ ଓକିଲଙ୍କୁ କହିଛନ୍ତି ଯେ, ଆବେଦନ ଗୁଡ଼ିକ ତାଲିକାଭୁକ୍ତ ହେବ। ପୂର୍ବତନ ପ୍ରଧାନ ବିଚାରପତି ଏନ.ବି ରମଣଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଖଣ୍ଡପିଠ ଏହି ବର୍ଷ ଏପ୍ରିଲ ମାସରେ କହିଥିଲେ ଯେ, ଗ୍ରୀଷ୍ମ ଛୁଟି ପରେ କୋର୍ଟ ଏହି ମାମଲା ତାଲିକାଭୁକ୍ତ କରିବେ। ଏହି ଆବେଦନ ଶୁଣାଣି ପାଇଁ ଏକ ନୂତନ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠନ କରିବାକୁ ପଡିବ, କାରଣ ବେଞ୍ଚର ଦୁଇ ବିଚାରପତି ଜଷ୍ଟିସ୍ ରମଣ ଏବଂ ଜଷ୍ଟିସ୍ ଆର ସୁଭାଷ ରେଡ୍ଡି ଅବସର ନେଇଛନ୍ତି।

ଆବେଦନକର୍ତ୍ତାଙ୍କ ଏକ ବ୍ୟାଚ୍ ଅନୁଚ୍ଛେଦ ୩୭୦ ଓ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯ ପ୍ରାବଧାନର ନିରସ୍ତ୍ର କରିବାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତ, ଯେଉଁଥିରେ ଜାମ୍ମୁ-କାଶ୍ମୀରକୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ-କାଶ୍ମୀର ଓ ଲଦାଖରେ ବିଭାଜିତ କରାଯାଇଥିଲା। କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ଅକାମୀ କରି ତତକାଳୀନ ଜାମ୍ମୁ ଓ କାଶ୍ମୀର ରାଜ୍ୟର ବିଶେଷ ନିୟମକୁ ରଦ୍ଦ କରିଦେଇଥିଲେ ଓ ପରେ ଏହାକୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶ ଲଦାଖ ଓ ଜମ୍ମୁ-କାଶ୍ମୀରରେ ବିଭାଜିତ କରିଦେଇଥିଲେ।

ସେହିପରି କାଶ୍ମୀରରୁ ଭାରତ ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପ୍ରସଙ୍ଗରେ ଚୀନ ଦ୍ବାରା ଜାତି ସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ଏକ ବୈଠକ ଆହ୍ବାନ କରିଥିଲା । ଏଥିରେ ପାକିସ୍ତାନକୁ ଚୀନ ସମର୍ଥନ କରିଥିବା ବେଳେ ଭାରତର ପକ୍ଷ ନେଇଥିଲା ଋଷିଆ। ତେବେ ତାହା ମିଳିତ ଜାତିସଂଘର ଏକ ଅନୌପଚାରିକ ବୈଠକ ଥିଲା। ଏଣୁ ବୈଠକ ପରେ ନିଷ୍ପତ୍ତି ନେଇ କୌଣସି  ଘୋଷଣା ହୋଇ ନାହିଁ। ତେବେ ଜାତି ସଂଘରେ ଭାରତର ରାଷ୍ଟ୍ରଦୂତ ସୟଦ ଅକବଋଦ୍ଦିନ ବୈଠକ ପରେ ଭାରତର ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇଥିଲେ। ଅକବଋଦ୍ଦିନ କହିଥିଲେ ଯେ, କାଶ୍ମୀରର ସାମ୍ବିଧାନିକ ଅନୁଚ୍ଛେଦ ୩୭୦ ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରିଣ ପ୍ରସଙ୍ଗ। ଜମ୍ମୁ-କାଶ୍ମୀରର ବିକାଶ ନିମନ୍ତେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।