ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
Advertisement

ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 7 September 2021: ଆଜି ଅର୍ଥାତ ସେପ୍ଟେମ୍ୱର ୭ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର  ଜାରି କରିଦେଇଛନ୍ତି । ମଙ୍ଗଳବାର ଇନ୍ଧନ ମୂଲ୍ୟ (Fuel Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଲଗାତର ତୃତୀୟ ଦିନ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ସ୍ଥିର ରହିଛି । ଇଣ୍ଡିଆନ ଅଏଲ କୋପୋର୍ରେଶନ (IOC) ଅନୁଯାୟୀ ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲ ୧୦୧.୧୯ ଟଙ୍କା ଓ ଡିଜେଲ ଲିଟର ପିଛା ୮୮.୬୨ ଟଙ୍କା ରହିଛି । ସେପଟ ଦେଶର ଅନ୍ୟ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖାଦେଇଛି ।

୧୯ଟି ରାଜ୍ୟରେ ୧୦୦ ପାର କରିଛି ପେଟ୍ରୋଲ

ଦେଶର ଅତି କମରେ ୧୯ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ଯେଉଁଥିରେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ହରିୟାଣା, ଜମ୍ମୁ କଶ୍ମୀର, ଓଡିଶା, ଲଦାଖ, ବିହାର, କେରଳ, ପଞ୍ଜାବ, ସିକ୍କିମ ଏବଂ ନାଗାଲାଣ୍ଡ ଅନ୍ତର୍ଭୁକ୍ତ ରହିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୧୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୨୬ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୧.୬୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୮.୯୬ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୪୫ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୪.୮୦ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୪୪ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୩.୭୯ ଓ ତିଭେନ୍ଦ୍ରମରେ ୧୦୩.୭୦ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୮.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୬.୧୯ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୧.୭୧ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୩.୨୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୭.୦୦ ଟଙ୍କା ଦରରେ ବିକ୍ରି ହେଉଛି ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ପ୍ରସଙ୍ଗରେ ଯେକୌଣସି ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଋଷ ପାଖରେ ରହିଛି ଏସବୁ ବିକଳ୍ପ

ଅଧିକ ପଢ଼ନ୍ତୁ:-ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଷ୍ଟାରଲିଙ୍କ ଦେବ ଆଲୋକ ସ୍ପିଡରେ ଇଣ୍ଟରନେଟ୍ ଡାଟା, ନିଜେ ଏଲୋନ୍ ମସ୍କ କଲେ ଖୁଲାସା

ଅଧିକ ପଢ଼ନ୍ତୁ:-ପଞ୍ଜଶୀରକୁ କବଜା କରିବାର ଘୋଷଣା କଲା ତାଲିବାନ

ଅଧିକ ପଢ଼ନ୍ତୁ:-ଏହି ଦେଶରେ ସେନା ଦ୍ୱାରା କ୍ଷମତା ପରିବର୍ତ୍ତନ: ସୈନ୍ୟ ହେପାଜତରେ ରାଷ୍ଟ୍ରପତି, ସରକାର-ସମ୍ବିଧାନ ଭଙ୍ଗ