କାମ ଦେଉନି ଟିକା; Vaccination ସତ୍ତ୍ୱେ ଚିହ୍ନଟ ହେଲେ କୋରୋନା ଆକ୍ରାନ୍ତ
Advertisement

କାମ ଦେଉନି ଟିକା; Vaccination ସତ୍ତ୍ୱେ ଚିହ୍ନଟ ହେଲେ କୋରୋନା ଆକ୍ରାନ୍ତ

ବିଶ୍ୱ ମହାମାରୀ କୋରୋନା ବିରୁଦ୍ଧରେ ଅନ୍ତିମ ଲଢେଇ ଆରମ୍ଭ କରି ସାରିଛନ୍ତି ବିଶ୍ୱର ବିଭିନ୍ନ ପ୍ରଭାବିତ ଦେଶ। ଏହି କ୍ରମରେ ବିଭିନ୍ନ ଦେଶ ପକ୍ଷରୁ ଚିକାକରଣ ମହାଅଭିଯାନ ଆରମ୍ଭ ହୋଇଯାଇଛି।  

କାମ ଦେଉନି ଟିକା; Vaccination ସତ୍ତ୍ୱେ ଚିହ୍ନଟ ହେଲେ କୋରୋନା ଆକ୍ରାନ୍ତ

ଜେରୁସେଲମ: ବିଶ୍ୱ ମହାମାରୀ କୋରୋନା ବିରୁଦ୍ଧରେ ଅନ୍ତିମ ଲଢେଇ ଆରମ୍ଭ କରି ସାରିଛନ୍ତି ବିଶ୍ୱର ବିଭିନ୍ନ ପ୍ରଭାବିତ ଦେଶ। ଏହି କ୍ରମରେ ବିଭିନ୍ନ ଦେଶ ପକ୍ଷରୁ ଚିକାକରଣ ମହାଅଭିଯାନ ଆରମ୍ଭ ହୋଇଯାଇଛି।  ଏହି ପ୍ରକ୍ରିୟା ବିଶ୍ୱର ବିଭିନ୍ନ ଜାରି ରହିଛି। ହେଲେ କେତେକ ରାଷ୍ଟ୍ରକୁ ଏ କ୍ଷେତ୍ରରେ ସଫଳତା ମିଳିଥିବା ବେଳେ ଅନ୍ୟ କେତେକ ଦେଶକୁ ମିଳିଛି ଜୋରଦାର ଝଟକା।  

ଏହି ଦେଶଙ୍କ ତାଲିକାରେ ରହିଛି ଇସ୍ରାଏଲ। ଏହି ରାଷ୍ଟ୍ରରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକଙ୍କୁ ଫାୟଜର/ବାୟୋ ଆଣ୍ଡ ଟେକ (Pfizer/BioNtech) ନିର୍ମିତ କୋଭିଡ ଟିକା ପରୀକ୍ଷା ମୂଳକ ଭାବେ ଦିଆଯିବା ପରେ ସେମାନେ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହି ଲୋକଙ୍କ ମଧ୍ୟରୁ ୬୯ ସଂକ୍ରମିତ ଏପରି ଅଛନ୍ତି ଯେଉଁମାନେ ଟିକାର ଦ୍ୱିତୀୟ ଡୋଜ ମଧ୍ୟ ନେଇଥିଲେ।       

Also Read: ଆରମ୍ଭରୁ ଅଘଟଣ; କୋରୋନା ଟିକା ନେଇ ୧୩ ପାରାଲିସିସ ଆକ୍ରାନ୍ତ   

ଫାଇଜର ଟିକା ନେବା ପରେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ୧,୮୯,୦୦୦ ଲୋକଙ୍କ କୋରୋନା ପରୀକ୍ଷଣ କରିଛି ଯେଉଁଥିରେ ୬.୬ ପ୍ରତିଶତ ଲୋକ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି।  କୋଭିଡ୧୯ ଟିକା ନେଇ ଲୋକ କୋରୋନା ଆକ୍ରାନ୍ତ ହେବା ଉପରେ ପ୍ରତିକ୍ରିୟା ରଖି ଦେଶର ଜାତୀୟ ମହାମାରୀ ସଂଯୋଜକ ନଚମନ ଐଶ କହିଛନ୍ତି ଆମେ ଫାୟଜର ଟିକାକୁ ଯେତେ ମାତ୍ରାରେ ଭାବୁଥିଲୁ ତାହା ସେତେ ମାତ୍ରାରେ ପ୍ରଭାବଶାଳୀ ନୁହେଁ  ବୋଲି ଏବେ ଜଣାପଡିଛି। ଗତ ବର୍ଷ ଡିସେମ୍ବର ୧୯ ତାରିଖରୁ ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ବୟୋଜ୍ୟଷ୍ଠ ଲୋକଙ୍କୁ ଟିକା ଦିଆଯାଇଥିଲା।    

ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀ କହିଛନ୍ତି ଦେଶର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକଙ୍କୁ ଫାଇଜର ନିର୍ମିତ ଟିକା ଦିଆଯାଇଛି। ଟିକା ନେଇଥିବା ମୋଟ ଲୋକଙ୍କ ମଧ୍ୟରୁ  ୩.୫ ପ୍ରତିଶତ ଦ୍ୱିତୀୟ ଡୋଜଡ ନେଇ ସାରିଛନ୍ତି।    

Also Read: ବନ୍ଧୁଦେଶକୁ ମିଳିଲା ଟିକା; ବାଦ ପଡିଲା ଶତ୍ରୁ ଦେଶ ପାକିସ୍ତାନ

ଇସ୍ରାଏଲ ସ୍ୱାସ୍ଥ୍ୟମନ୍ତ୍ରୀ ୟୁଲି ଏଡେଲଷ୍ଟିନ କହିଛନ୍ତି ଦେଶର ମୋଟ ୯୦ ଲକ୍ଷ ଲୋକଙ୍କ ମଧ୍ୟରୁ ୨.୨ ଲକ୍ଷ ଲୋକଙ୍କୁ ଟିକାକାରଣ କରାଯାଇଛି। ତଥାପି ସଂକ୍ରମଣ ହାରରେ ଦେଶ ତୃତୀୟ ସ୍ଥାନରେ ରହିଛି। ମହାମାରୀ ଆରମ୍ଭ ହେବା ପରଠାରୁ ଇସ୍ରାଏଲରେ ସାଢେ ୫ ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି ଏବଂ ୪୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଲକଡାଉନ୍ ଏବଂ ଟୀକାକରଣ ସତ୍ତ୍ୱେ ସଂକ୍ରମଣର ବୃଦ୍ଧି ହେବା ପଛର କେତେକ ଲୋକଙ୍କ ଅବହେଳା ଦାୟୀ ବୋଲି ବିଚାର କରାଯାଉଛି।