Advertisement
Photo Details/zeeodisha/odisha748257
photoDetails0hindi

ଆମେରିକାରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା 'ସ୍ୟାଲି', ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ

'ସ୍ୟାଲି' ବାତ୍ୟା (Sally Hurricane) କୁ ଦୃଷ୍ଟିରେ ରଖି ସୋମବାର ଲୁସିଆନା, ମିସିସିପି ଏବଂ ଆଲାବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) । 

1/7

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ଆଉ ଏହି ମହାମାରୀର ସର୍ବାଧିକ ପ୍ରଭାବ ଆମେରିକା ଉପରେ ପଡ଼ିଛି । ଅନ୍ୟପଟେ କୋରୋନାର ତାଣ୍ଡବଲୀଳା ମଧ୍ୟରେ ଆମେରିକା ଉପରେ ଆଉ ଏକ ବଡ଼ ବିପଦ ମାଡ଼ି ଆସୁଛି । ଏହି ବିପଦର ନାଁ ହେଉଛି 'ସ୍ୟାଲି' (Sally Hurricane) । 

2/7

'ସ୍ୟାଲି' ବାତ୍ୟାକୁ ଦୃଷ୍ଟିରେ ରଖି ସୋମବାର ଲୁସିଆନା, ମିସିସିପି ଏବଂ ଆଲାବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) । ସେ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଅଞ୍ଚଳର ବାସିନ୍ଦା ସ୍ଥାନୀୟ ନେତା ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ ।

ଅଧିକ ପଢ଼ନ୍ତୁ:-ଏହି ୬ଟି ସରକାରୀ କମ୍ପାନୀକୁ ବନ୍ଦ କରୁଛନ୍ତି ମୋଦି ସରକାର

3/7

'ସ୍ୟାଲି' ବାତ୍ୟା ମଙ୍ଗଳବାର ସକାଳେ ଘଣ୍ଟା ପ୍ରତି ୮୫ କିଲୋମିଟର ବେଗରେ  ଉତ୍ତର ଗଲ୍ଫ କୋଷ୍ଟ ଆଡକୁ ଗତି କରୁଛି । ଏହା ଏକ ଭୟଙ୍କର ଝଡ଼ରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହି ବାତ୍ୟା ସହିତ ବର୍ଷା ଓ ଦୁଇ ଫୁଟ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ । (ଫଟୋ-ଏପି)

4/7

ମିସିସିପିର ସେଣ୍ଟ୍ ଲୁଇସ୍ ବନ୍ଦରରେ କାରକୁ ବାଲୁକା ବ୍ୟାଗରେ କଭର କରି ତାକୁ ପାର୍କିଂ ସ୍ଥାନକୁ ନିଆଯାଉଛି । ଯେଉଁଠାରେ ତରଙ୍ଗ ତଳେ ରହିବ ବୋଲି ପୂର୍ବାନୁମାନ କରାଯାଇଛି । 'ସ୍ୟାଲି' ବାତ୍ୟା ଯୋଗୁଁ ଏହା ଆଶଙ୍କା କରାଯାଉଛି ଯେ ଏହି ବାତ୍ୟା କାରଣରୁ ସମୁଦ୍ରରେ ବହୁତ ଉଚ୍ଚ ତରଙ୍ଗ ସୃଷ୍ଟି ହେବ । (ଫଟୋ-ଏପି)

ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା ପାଇବା ପାଇଁ ବିଜେପି ସାଂସଦ କେତେବେଳେ କରିଥିଲେ କାଦୁଅ ସ୍ନାନ ତ କେତେବେଳେ ନିଆଁ ମଧ୍ୟରେ ଧ୍ୟାନ, ଏବେ ହୋଇଛନ୍ତି ସଂକ୍ରମିତ

 

5/7

ବାତ୍ୟାର କ୍ଷୟକ୍ଷତିର ଆଶଙ୍କାକୁ ଦୃଷ୍ଟିର ରଖି ମିସିସିପିର ବିଲୋକ୍ସିରେ ଥିବା ଗୋଲଡେନ୍ ନଗେଟ୍ କ୍ୟାସିନୋକୁ ସୋମବାର ସମ୍ପୂର୍ଣ୍ଣ ଖାଲି କରାଯାଇଛି । ମିସିସିପି ଗେମିଂ କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ । (ଫଟୋ-ଏପି)

6/7

ମିସିସିପିରେ 'ସ୍ୟାଲି' ଆସିବା ପୂର୍ବରୁ ସମୁଦ୍ର କୂଳରେ ବସି ଏକ ପରିବାର ଛୋଟ ତରଙ୍ଗ ଉପଭୋଗ କରୁଛି । ମଙ୍ଗଳବାର ସକାଳେ ମିସିସିପି ଉପକୂଳ ସହ  ସମ୍ଭବତଃ ଅନ୍ୟ ସ୍ଥାନରେ 'ସ୍ୟାଲି' ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆଶା କରାଯାଉଛି । (ଫଟୋ-ଏପି)

ଅଧିକ ପଢ଼ନ୍ତୁ:-ଶୁକ୍ର ଗ୍ରହରେ ମିଳିଲା ଜୀବନ !

7/7

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଲୁସିଆନା, ମିସିସିପି ଏବଂ ଆଲାବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଅଞ୍ଚଳର ବାସିନ୍ଦା ସ୍ଥାନୀୟ ନେତା ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ । ଅନ୍ୟପକ୍ଷେ କୋରୋନା ସଙ୍କଟର ସାମ୍ନା କରୁଥିବା ଆମେରିକା ଆଗରେ ଆଉ ବଡ଼ ବିପଦ ଆସିଛି ଛିଡ଼ା ହୋଇଛି । ଯାହା ଚିନ୍ତାର କାରଣ ପାଲଟିଛି । (ଫଟୋ-ଏପି)