Advertisement
Photo Details/zeeodisha/odisha758463
photoDetails0hindi

ଚୀନର ଆଉ ଏକ ବିପଜ୍ଜନକ ଭାଇରସ ଭାରତ ପାଇଁ ସୃଷ୍ଟି କରିବ ନୂଆ ସଙ୍କଟ !

Cat Que Virus: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଭାରତରେ ଭାଇରସର ଆଣ୍ଟି-ବଡିଜର ପ୍ରମାଣ ପାଇବା ପରେ ଚେତାବନୀ ଜାରି କରିଛି ।

1/8

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ କୋରୋନା ଭାଇରସ (Coronavirus) ମହାମାରୀ ସହିତ ସଂଘର୍ଷ କରୁଛି । ପ୍ରତିଦିନ ହଜାର ହଜାର କୋଭିଡ-19 ସଂକ୍ରମିତ (COVID-19 Positive) ମୃତ୍ୟୁ ବରଣ କରୁଛନ୍ତି । ଏହାସହ ଲକ୍ଷ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଯାହା ଫଳରେ ସମଗ୍ର ବିଶ୍ୱରେ ଭୟର ବାତାବରଣ ଦେଖାଦେଇଛି । ଏହି ସମୟରେ ଚାଇନା (China) ରୁ ଆଉ ଏକ ନୂତନ ବିପଜ୍ଜନକ 'କ୍ୟାଟ୍ କ୍ୟୁ ଭାଇରସ୍'  (Cat Que Virus) ଭାରତ ପାଇଁ ବଡ ସଙ୍କଟ ସୃଷ୍ଟି କରିପାରେ । ଭାଇରାଲ ବିସ୍ତାର ହେବାର ଆଶଙ୍କା ପରେ ମେଡିକାଲ କର୍ମଚାରୀଙ୍କୁ ସତର୍କ କରାଯାଇଛି ।

2/8

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଭାରତରେ ଭାଇରସର ଆଣ୍ଟି-ବଡିଜର ପ୍ରମାଣ ପାଇବା ପରେ ଚେତାବନୀ ଜାରି କରିଛି । ୨୦୧୪ ଓ ୨୦୧୭ ମସିହାରେ ଭାରତର ବିଭିନ୍ନ ସ୍ଥାନରୁ ୮୮୩ ଜଣଙ୍କର ସେରମ୍ ନମୁନା ନିଆଯାଇଥିଲା । ଅନୁସନ୍ଧାନ ବେଳେ କର୍ଣ୍ଣାଟକର ଦୁଇ ଜଣ ଲୋକଙ୍କ ନମୁନାରେ ଭାଇରସର ଆଣ୍ଟି ବଡିଜ୍ ମିଳିବାର ପୃଷ୍ଟି ହୋଇଥିଲା । ଏହାର ଅର୍ଥ ହେଉଛି ଯେ ଉଭୟ ଭାରତୀୟ କୌଣସି ସମୟରେ ଭୂତାଣୁ ସଂକ୍ରମିତ ହୋଇଥିଲେ ।

3/8

ବୈଜ୍ଞାନିକଙ୍କ ଅନୁଯାୟୀ ରହସ୍ୟମୟ କ୍ୟାଟ୍ କ୍ୟୁ ବିଭିନ୍ନ ପ୍ରକାରର ଭୂତାଣୁର ଏକ ପ୍ରଜାତି ଅଟେ । ଏହା ଭିତରେ ମଣିଷ ଓ ପଶୁ ପରି ଘୁଷୁରି କିମ୍ବା ମଶାକୁ ସଂକ୍ରମିତ କରିବାର କ୍ଷମତା ରହିଛି । ଭୂତାଣୁର ସ୍ପଂର୍ଶରେ ଆସିଲେ ଅଧିକ ଜ୍ୱର, ମେନିଞ୍ଜାଇଟିସ୍ ଏବଂ ଶିଶୁଙ୍କ ଭିତରେ ଏନସେଫାଲାଇଟିସର ଚିନ୍ତାଜନକ ଲକ୍ଷଣ ପ୍ରକାଶ ପାଇପାରେ । 

4/8

କୁହାଯାଏ ଯେ, ଚୀନ୍ ଓ ଭିଏତନାମର କେତେକ ଅଞ୍ଚଳରେ ଲୋକମାନେ କ୍ୟାଟ୍ କ୍ୟୁ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଯାହା ପରେ ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ିଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ ମଧ୍ୟରେ ବିଶ୍ୱ ଯୁଦ୍ଧର ଆଭାସ ! ଏହି ୪ଟି ସ୍ଥାନରେ ପଡ଼ୋଶୀ ଦେଶ ମଧ୍ୟରେ ଜାରି ରହିଛି ସଂଘର୍ଷ

5/8

କ୍ୟାଟ୍ କ୍ୟୁ ଭୂତାଣୁ ଆର୍ଥ୍ରୋପୋଡ୍ ଜନିତ ଭୂତାଣୁ ଶ୍ରେଣୀରେ ଆସିଥାଏ । ଭୂତାଣୁ ସଂକ୍ରମିତ ହେଲେ ଲକ୍ଷଣଗୁଡିକ ଅଲଗା ଅଲଗା ଭାବରେ ସାମ୍ନାକୁ ଆସିଥାଏ । ଜଟିଳ ସଂକ୍ରମଣଠାରୁ ଆରମ୍ଭ କରି ଛୋଟ ଏବଂ ଭୟଙ୍କର ଲକ୍ଷଣ ବିଷୟରେ ମଧ୍ୟ କୁହାଯାଇଛି । 

6/8

କ୍ୟାଟ୍ କ୍ୟୁ ଭାଇରସ କୁଲେକ୍ସ ନାମକ ମଶା ବ୍ୟତୀତ ଘୁଷୁରିରେ ମଧ୍ୟ ମିଳିଥାଏ । ଏହାର ସଂକ୍ରମଣ ସାଧାରଣତଃ କୁକୁଡ଼ା ଏବଂ ସ୍ତନ୍ୟପାୟୀ ଜୀବରେ ବ୍ୟାପିଥାଏ, କିନ୍ତୁ ଏହା ବ୍ୟତୀତ ମଶା ଏବଂ କୀଟପତଙ୍ଗ ମାଧ୍ୟମରେ ମଣିଷକୁ ସଂକ୍ରମିତ କରିପାରେ ।

7/8

ସଂକ୍ରମଣର ମୁଖ୍ୟ ଉତ୍ସ ହେଉଛି କୌଣସି ମଣିଷକୁ ସଂକ୍ରମିତ ମଶା କିମ୍ବା କୀଟପତଙ୍ଗ କାମୁଡ଼ିବା । ଆଇସିଏମଆ (ICMR) ର ରିପୋର୍ଟରେ କୁହାଯାଇଛି ଯେ ନିର୍ଦ୍ଦିଷ୍ଟ ପ୍ରକାରର ମଶା ପ୍ରଜାତି ଅଧିକ ଅସୁରକ୍ଷିତ । ସେମାନେ ଅତିରିକ୍ତ ଟ୍ରାନ୍ସମିସନ୍ ମାଧ୍ୟମ ଭାବରେ ମଧ୍ୟ କାର୍ଯ୍ୟ କରିପାରିବେ । 

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଆସାମର SI ଭର୍ତ୍ତି ପେପର ଲିକ୍ ମାମଲା କ’ଣ ? ଯେଉଁଥିରେ ଗିରଫ ହେଲେ ବିଜେପି ନେତା

8/8

ବୈଜ୍ଞାନିକଙ୍କ ଅନୁଯାୟୀ, ନୂତନ କ୍ୟାଟ୍ Que ଭୂତାଣୁ ଭାରତରେ କୋରୋନା ଭୂତାଣୁ ମହାମାରୀ ପରି ଜନସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିପାରେ । ICMR ୨୦୧୭ରେ କରାଯାଇଥିବା ଅନୁସନ୍ଧାନକୁ ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ସର୍ବଶେଷ ସଂଖ୍ୟାରେ ପ୍ରକାଶିତ କରାଯାଇଛି ।