Advertisement
Photo Details/zeeodisha/odisha834552
photoDetails0hindi

Team Indiaର ଏହି ୬ ଖେଳାଳିଙ୍କୁ SUV ଦେବେ ଆନନ୍ଦ ମହିନ୍ଦ୍ରା

ଦେଶର ଅନ୍ୟତମ ବୃହତ୍ତମ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କର ଉଦାରତା ପାଇଁ ସବୁବେଳେ ପ୍ରଶଂସା ସାଉଁଟନ୍ତି। ପୁଣିଥରେ ସେ ଏଭଳି କିଛି କରିଛନ୍ତି, ଯାହାକୁ ନେଇ କ୍ରୀଡା ଗଜତରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ଶେଷ ହୋଇଥିବା ଭାରତ-ଅଷ୍ଟ୍ରେଲିଆ Test Matchରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା Team Indiaର ୬ ଯୁବ ଖେଳାଳିଙ୍କୁ Anand Mahindra ନିଜର SUV କାର ଥୋର ଉପହାର ଦେବାକୁ ଘୋଷଣା କରିଛନ୍ତି।

ଶାର୍ଦ୍ଦୁଲ ଠାକୁର

1/6
ଶାର୍ଦ୍ଦୁଲ ଠାକୁର

ଶର୍ଦ୍ଦୁଲ ଠାକୁର (Shardul Thakur) ମଧ୍ୟ Austrlia ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ଓ ଶାର୍ଦ୍ଦୁଲ ଗୋଟିଏ ସ୍କୁଲରେ ଅଧ୍ୟୟନ କରିଛନ୍ତି। ଏହି ଦୁଇ ଖେଳାଳି ଦିନେଶ ଲଡଙ୍କଠାରୁ କୋଚିଂ ନେଇଛନ୍ତି।

 

ନବଦୀପ ସାଇନି

2/6
ନବଦୀପ ସାଇନି

ନବଦୀପ ସାଇନି (Navdeep Saini) କର୍ଣ୍ଣଲର ଜଣେ ବସ୍ ଡ୍ରାଇଭରଙ୍କ ପୁଅ। ଦିଲ୍ଲୀର ପ୍ରଥମ ଶ୍ରେଣୀ ଖେଳାଳି ସୁମିତ ନରୱାଲ,  ସାଇନିଙ୍କୁ ନେଟ ଅଭ୍ୟାସ ପାଇଁ ରଣଜୀ ଟ୍ରଫିକୁ ଆଣିଥିଲେ। ସେତେବେଳେ ତତ୍କାଳୀନ ଅଧିନାୟକ ଗୌତମ ଗମ୍ଭୀର (Gautam Gambhir) ତାଙ୍କୁ ଟୁର୍ନାମେଣ୍ଟ ପାଇଁ ବାଛିଥିଲେ। ଦିଲ୍ଲୀ (Delhi) ବାହାରେ ଥିବାରୁ ଲୋକମାନେ ସାଇନିଙ୍କୁ ଦଳରେ ରଖିବାକୁ ଚାହୁଁନଥିଲେ। କିନ୍ତୁ ସମସ୍ତ ବିରୋଧ ସତ୍ତ୍ୱେ ଗମ୍ଭୀର ତାଙ୍କ ନିଷ୍ପତ୍ତିରେ ଅଟଳ ଥିଲେ। ଏଥିପାଇଁ ଇସ୍ତଫା ଦେବାକୁ ବି ସେ ଧମକ ଦେଇଥିଲେ।

ଶୁଭମନ ଗିଲ

3/6
ଶୁଭମନ ଗିଲ

ଭବିଷ୍ୟତରେ ଶୁଭମାନ ଗିଲ (Shubhman Gill) ଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ଦେଖାଯାଉଛି। ଟିମ୍ ଇଣ୍ଡିଆର U-19 ରେ ଶୁଭମାନ ବିଶ୍ୱକପ୍ ଖେଳିଛନ୍ତି।  

 

ୱାଶିଂଟନ୍ ସୁନ୍ଦର

4/6
ୱାଶିଂଟନ୍ ସୁନ୍ଦର

ୱାଶିଂଟନ୍ ସୁନ୍ଦର (Washington Sundar)ଙ୍କ ପିତା ତାଙ୍କ ମେଣ୍ଟର ପିଡି ୱାଶିଂଟନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସୁନ୍ଦରଙ୍କ ନାମରେ ୱାଶିଂଟନ୍ ଯୋଡିଥିଲେ। ୱାଶିଂଟନ୍ ୨୦୧୬ରେ Under -19 ଦଳରେ ଖେଳୁଥିଲେ। ତାଙ୍କର ଅଫ୍ ସ୍ପିନ୍ ବୋଲିଂକୁ ଦେଖି ରାହୁଲ ଦ୍ରାବିଡ (Rahul dravid) ଏବଂ ପାରାସ ମହମ୍ବ୍ରେ ତାଙ୍କୁ ଟିମ୍ ଇଣ୍ଡିଆରେ ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ।

ଟି. ନାଟରାଜନ

5/6
   ଟି. ନାଟରାଜନ

ଟି ନାଟ୍ରଜନ (T Natarajan) ଙ୍କ ପିତା ଜଣେ ଦୈନିକ ମଜୁରୀଆ। ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଖରେ ସ୍ପାଇକ୍ ଜୋତା କିଣିବାକୁ ମଧ୍ୟ ଟଙ୍କା ନଥିଲା। କିନ୍ତୁ ଉତ୍କୃଷ୍ଠ ପ୍ରଦର୍ଶନ ବଳରେ ଆଜି ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ମହମ୍ମଦ ସିରାଜ

6/6
ମହମ୍ମଦ ସିରାଜ

ମହମ୍ମଦ ସିରାଜ (Mohammed Siraj)ଙ୍କ ପିତା ହାଇଦ୍ରାବାଦରେ ଅଟୋ ଡ୍ରାଇଭର ଥିଲେ। ଯେତେବେଳେ ସିରାଜ Team India ସହିତ ଅଷ୍ଟ୍ରେଲିଆରେ ପହଞ୍ଚିଲେ, ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଏହା ସତ୍ତ୍ୱେ ସିରାଜ ସ୍ୱଦେଶକୁ ଫେରିନଥିଲେ। ପ୍ରଥମ ସିରିଜରେ ସେ ପାଞ୍ଚଟି ୱିକେଟ୍ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ।