ନୂଆଦିଲ୍ଲୀ: ଜଣେ ୧୪ ବର୍ଷର ବାଳକ ନିଜ ୧୧ ବର୍ଷର ଗର୍ଲଫ୍ରେଣ୍ଡ ସହିତ ଏକ କାରରେ ଘରୁ ଲୁଚି ପଳାଇଆସିଛି । ପିଲାଟି ଗୁପ୍ତରେ ବାପାଙ୍କ କାର ବାହାର କରି ନିଜେ ଗାଡି ଚଳାଇ ପଳାଇ ଯାଇଥିଲା । ସେ ହାଇୱେରେ ଏକ କାର୍ ଚଳାଉଥିବାର ଦେଖିବାକୁ ମିଳିଛି ।
୧୧ ବର୍ଷର ଗର୍ଲଫ୍ରେଣ୍ଡକୁ ନେଇ ଘରୁ ପଳାୟନ କରିବାର ଏହି ମାମଲା ହେଉଛି ଆମେରିକାର ନ୍ୟୁୟର୍କର । ଘରୁ ୧୯୦୦ କିଲୋମିଟର ଦୂରରେ ପହଞ୍ଚିବା ପରେ ପୋଲିସ ବାଳକକୁ ଧରିବାରେ ସଫଳ ହୋଇଥିଲା ।
୧୪ ବର୍ଷର ବାଳକର ନାମ ହେଉଛି କେଭିନ୍ ଫିଗୁରୋସ୍ । ସେ ନ୍ୟୁୟର୍କରୁ ଆଇୱା ରାଜ୍ୟକୁ ଯାଇଥିଲେ । ରବିବାର ସେ ଆଇଓଆରେ ଧରାପଡିଥିବା କଥା ପୋଲିସ କହିଛି । ଏବେ ତାଙ୍କୁ ନ୍ୟୁୟର୍କକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି ।
ଗୁରୁବାର ପୁଅର ନିଖୋଜ ସମ୍ପର୍କରେ ପରିବାର ଲୋକ ପୋଲିସକୁ ସୂଚନା ଦେଇଥିଲେ । ପିଲାଟି ବାପାଙ୍କ ଟୟୋଟା କମ୍ପାନୀ ମିନିଭାନ ସହିତ ଘରୁ ପଳାଇ ଆସିଥିଲା ।
ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଥମୁନି କନ୍ଦଳ, କପିଲ ସିବଲ ଓ ଅଶୋକ ଗେହଲଟ ମୁହାଁମୁହିଁ
ପୋଲିସ କହିଛି ଯେ ବାଳକଟି ୧୫୦ କିଲୋମିଟର ବେଗରେ ଗାଡି ଚଳାଉଥିବା ବେଳେ ଧରାପଡ଼ିଛି । ଅନ୍ୟପକ୍ଷେ ସେହି ରାସ୍ତାରେ ବେଗ ସୀମା ୧୦୪ କିଲୋମିଟର ଥିଲା । ତେବେ ଏପର୍ଯ୍ୟନ୍ତ ବାଳକ କାହିଁକି ଘରୁ ପଳାଇ ଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ट्रेन्डिंग फोटोज़