Advertisement
Photo Details/zeeodisha/odisha853081
photoDetails0hindi

ଏହି ରାଜ୍ୟରେ ୧୨ ଟଙ୍କା ପ୍ରତି ଲିଟର ଶସ୍ତା ମିଳୁଛି ପେଟ୍ରୋଲ, ଜାଣନ୍ତୁ ଏହାର କାରଣ

ଛତିଶଗଡରେ ପେଟ୍ରୋଲ ଓ ଡିଜେଲର କମ୍ ମୂଲ୍ୟର କାରଣ ହେଉଛି ଯେ ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଭାଟ୍ (VAT) କମ୍ ରହିଛି । ରାଜ୍ୟରେ ପେଟ୍ରୋଲ ଉପରେ ୨୫ ପ୍ରତିଶତ ସହ ୨ ଟଙ୍କା ଲିଟର ପିଛା ଭାଟ୍ ଧାର୍ଯ୍ୟ କରାଯାଇଛି । 

1/7

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol-Diesel Price) ବୃଦ୍ଧି ନେଇ ହାହାକାର ସୃଷ୍ଟି ହୋଇଛି । କିନ୍ତୁ ପଡୋଶୀ ରାଜ୍ୟ ତୁଳନାରେ ଛତିଶଗଡ (Chhattisgarh) ରେ ଲିଟର ପିଛା ପେଟ୍ରୋଲ (Petrol Price) ୧୨ ଟଙ୍କା ପର୍ଯ୍ୟନ୍ତ ଶସ୍ତା ମିଳୁଛି । କଂଗ୍ରେସ ଶାସିତ ଛତିଶଗଡ (Chhattisgarh Congress Govt) ରେ ଡିଜେଲର ମୂଲ୍ୟ (Diesel Price)  ଅନ୍ୟ ରାଜ୍ୟ ତୁଳନାରେ ଲିଟର ପିଛା ୪ ଟଙ୍କା କମ୍ ରହିଛି । ଅଲ୍ ଇଣ୍ଡିଆ ମହିଳା କଂଗ୍ରେସ ଏକ ଟ୍ୱିଟ୍ କରି ବିଜେପି ଶାସିତ ରାଜ୍ୟମାନଙ୍କୁ ଟାର୍ଗେଟ କରିଛି । ଏହି ଟ୍ୱିଟରେ କୁହାଯାଇଛି ଯେ କେବଳ କଂଗ୍ରେସ (Congress) ହିଁ ସାଧାରଣ ଲୋକଙ୍କ ହେଉଥିବା ସମସ୍ୟାର ଧ୍ୟାନ ରଖିଥାଏ ।

2/7

ଛତିଶଗଡରେ ପେଟ୍ରୋଲ ଓ ଡିଜେଲର କମ୍ ମୂଲ୍ୟର କାରଣ ହେଉଛି ଯେ ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଭାଟ୍ (VAT) କମ୍ ରହିଛି । ରାଜ୍ୟରେ ପେଟ୍ରୋଲ ଉପରେ ୨୫ ପ୍ରତିଶତ ସହ ୨ ଟଙ୍କା ଲିଟର ପିଛା ଭାଟ୍ ଧାର୍ଯ୍ୟ କରାଯାଇଛି । ସେହିଭଳି ଡିଜେଲ ଉପରେ ୨୫ ପ୍ରତିଶତ ସହ ୧ ଟଙ୍କା ଲିଟର ପିଛା ଭାଟ୍ ଦେବାକୁ ପଡିଥାଏ ।

3/7

ଶୁକ୍ରବାର ଛତିଶଗଡର ରାଜଧାନୀ ରାୟପୁରରେ ପେଟ୍ରୋଲ ଲିଟର ପିଛା ୮୭.୨୮ ଟଙ୍କା ଓ ଡିଜେଲ ଲିଟର ପିଛା ୮୫.୬୬ ଟଙ୍କା ରହିଛି । ପଡୋଶୀ ରାଜ୍ୟ ମହାରାଷ୍ଟ୍ରର ଗୋନ୍ଦିଆରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୬.୦୭ ଟଙ୍କା ରହିଛି । ଗୋନ୍ଦିଆରେ ଡିଜେଲ ଲିଟର ପିଛା ୮୬.୩୧ ଟଙ୍କାରେ ବିକ୍ରି ହେଉଛି । 

ଅଧିକ ପଢ଼ନ୍ତୁ:-କୋରୋନା ପରେ ଆମେରିକାରେ ବରଫର ତାଣ୍ଡବ: ଘରେ-କାରରେ ମରୁଛନ୍ତି ଲୋକ, ଖାଦ୍ୟ-ଜଳ ପାଇଁ ଲାଗିଛି ଲମ୍ବା ଲାଇନ

4/7

ସେହିପରି ମଧ୍ୟପ୍ରଦେଶର ବାଲାଘାଟରେ ପେଟ୍ରୋଲ ୯୯.୦୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୫୫ ଟଙ୍କା ରହିଛି । ଅନ୍ୟ ଏକ ପଡୋଶୀ ରାଜ୍ୟ ଝାଡଖଣ୍ଡର ସିମଡେଗାରେ ପେଟ୍ରୋଲର ମୂଲ୍ୟ ୮୭.୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୫.୧୯ ଟଙ୍କା ରହିଛି । ସେହିଭଳି ଓଡ଼ିଶାର ବରଗଡରେ ପେଟ୍ରୋଲ ଲିଟର ପିଛା ୯୦.୬୪ ଟଙ୍କା ଓ ଡିଜେଲ ୮୭.୩୪ ଟଙ୍କାରେ ମିଳୁଛି ।

5/7

ଆସନ୍ତୁ ଆପଣଙ୍କୁ କହି ରଖୁଛୁ ଯେ, ଶୁକ୍ରବାର ପେଟ୍ରୋଲର ବେସ ପ୍ରାଇସ ଲିଟର ପିଛା ୧୯.୪୮ ଟଙ୍କା ଥିଲା । ଯେଉଁଥିରେ କେନ୍ଦ୍ର ସରକାର (Central Govt) ପ୍ରତ୍ୟେକ ଲିଟର ପେଟ୍ରୋଲ ଉପରେ ୩୧.୯୮ ଟଙ୍କା ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦନ ଶୁଳ୍କ) ଲାଗୁ କରିଛନ୍ତି । ଯାହା ପରେ ଛତିଶଗଡ ସରକାର ଲିଟର ପିଛା ୧୫.୧୧ ଟଙ୍କା ଭାଟ୍ ଆଦାୟ କରୁଛନ୍ତି । 

ଅଧିକ ପଢ଼ନ୍ତୁ:-ଏହା ରାଜ୍ୟର ବିଧାୟକଙ୍କୁ ମିଳିବ ଉପହାର, ଲାପଟପ୍ କିଣିବା ପାଇଁ ସରକାର ଦେବ ୫୦ ହଜାର ଟଙ୍କା

6/7

ସେହିଭଳି ଡିଜେଲର ମୂଳ ମୂଲ୍ୟ ଲିଟର ପିଛା ୧୮.୬୬ ଟଙ୍କା ରହିଥିଲା । ଯେଉଁଥିରେ କେନ୍ଦ୍ର ସରକାର ୩୧.୮୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ନେଉଥିବାବେଳେ ଛତିଶଗଡ ସରକାର ଏହା ଉପରେ ଲିଟର ପିଛା ୧୬.୧୨ ଟଙ୍କା ଭାଟ୍ ଲାଗୁ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲକୁ ଶସ୍ତା କରିବା ପାଇଁ ଟିକସ କାହିଁକି ହ୍ରାସ କରୁନାହାଁନ୍ତି ମୋଦି ସରକାର?

7/7

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।