ନିର୍ବାଚନ ମଧ୍ୟରେ ଆମେରିକାକୁ ଚେତାବନୀ ଦେଲା ଚୀନ, 'ତାଇୱାନ ସହିତ ଚୁକ୍ତି ଶେଷ କର ନଚେତ୍...'
ବାସ୍ତବରେ ଆମେରିକା ତାଇୱାନ ସହିତ ସାମରିକ ଚୁକ୍ତି କରିଛି । ଯାହା ଅଧୀନରେ ଆମେରିକା ତାଇୱାନକୁ ୬୦୦ କୋଟି ଡଲାରର ସଶସ୍ତ୍ର ଡ୍ରୋନ୍ ବିକ୍ରି କରୁଛି ।

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜାରି ରହିଛି । ଏହି ସମୟରେ ଚୀନ୍ ଆମେରିକାକୁ ଚେତାବନୀ ଦେଇଛି । ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେବିନ କହିଛନ୍ତି ଯେ, ଯଦି ତାଇୱାନ ସହ ୬୦ କୋଟି ଡଲାର (ପ୍ରାୟ ୪୪ ଶହ କୋଟି) ମୂଲ୍ୟର ସାମରିକ ଅସ୍ତ୍ର ବିକ୍ରୟ ଚୁକ୍ତି ଆମେରିକା ବାତିଲ ନକରେ, ତେବେ ସେ ଆମେରିକା ବିରୋଧରେ କଠୋର ପଦକ୍ଷେପ ନେଇପାରେ ।



ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେବିନ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାକୁ ତାଇୱାନ ସହ ସାମରିକ ଚୁକ୍ତି ବାତିଲ କରିବା ଉଚିତ । ତାଇୱାନ ଚୀନ୍ର ଏକ ଅଂଶ ଏବଂ ଆମେ କୌଣସି ବିଦେଶୀ ଶକ୍ତିର ହସ୍ତକ୍ଷେପକୁ ବରଦାସ୍ତ କରିବୁ ନାହିଁ । ଯଦି ତାଇୱାନକୁ ଅସ୍ତ୍ର ବିକ୍ରୟ ପାଇଁ ଆମେରିକା ଏହି ଚୁକ୍ତିନାମାକୁ ବାତିଲ କରେ ନାହିଁ, ତେବେ ଏହା ଚୀନ୍ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ନଷ୍ଟ କରିଦେବ ଏବଂ ତାଇୱାନ ଚାଇନାରେ ଶାନ୍ତି ଉପରେ ପ୍ରଭାବ ପକାଇପାରେ ।
ଅଧିକ ପଢ଼ନ୍ତୁ:-ଆମେରିକାରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

