ମାର୍ଚ୍ଚ ୧ରୁ ୬୦ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ଗୁରୁତର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋରୋନା ଟିକା ଲଗାଇବା କାର୍ଯ୍ୟ ଆରମ୍ଭ କରାଯିବ ।
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୧ରୁ ନୂତନ ମାସର ଆରମ୍ଭ ସହିତ କିଛି ନୂତନ ନିୟମ ମଧ୍ୟ ଲାଗୁ ହୋଇଯିବ । ଆସନ୍ତାକାଲି ଠାରୁ କୋରୋନା ଟିକାକରଣ (Coronavirus Vaccination) ର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେବ । ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ କରାଯିବ । ଏହା ବ୍ୟତୀତ ବିଜୟ ଓ ଦେନା ବ୍ୟାଙ୍କ (Vijaya and Dena Bank) ର ଗ୍ରାହକମାନେ ପୁରୁଣା ଆଇଏଫଏସସି କୋଡ (IFSE Code) ରୁ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ । କାରଣ ବ୍ୟାଙ୍କ ଅଫ୍ ବରୋଡା (Bank of Baroda) ରେ ମିଶ୍ରଣ ପରେ ଆସନ୍ତାକାଲି ଠାରୁ ଏହି ନୂତନ ନିୟମ ଲାଗୁ ହେବ ।
ମାର୍ଚ୍ଚ ୧ରୁ ୬୦ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ଗୁରୁତର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋରୋନା ଟିକା ଲଗାଇବା କାର୍ଯ୍ୟ ଆରମ୍ଭ କରାଯିବ । ଏହି ଟିକା ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ମିଳୁଥିବାବେଳେ ଘରୋଇ ହସ୍ପିଟାଲକୁ ୨୫୦ ଟଙ୍କା ଦେବାକୁ ପଡିବ ।
କେନ୍ଦ୍ର ସରକାର (Central Govt) ବିଜୟ ଓ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ବରୋଡା ସହ ମିଶ୍ରଣ କରିଛନ୍ତି । ମିଶ୍ରଣ ପରେ ଆସନ୍ତାକାଲିଠାରୁ ନୂତନ ନିୟମ ଲାଗୁ ହେବ । ଏପରି ପରିସ୍ଥିତିରେ ପୁରୁଣା IFSC କୋଡ୍ ଆଉ କାମ କରିବ ନାହିଁ । ବିଜୟ ଓ ଦେନା ବ୍ୟାଙ୍କ ଗ୍ରାହକଙ୍କୁ ବ୍ୟାଙ୍କ ଅଫ୍ ବରୋଦା ଠାରୁ ଏକ ନୂତନ IFSC କୋଡ୍ ନେବାକୁ ପଡିବ ।
ଅଧିକ ପଢ଼ନ୍ତୁ:-ସର୍ଭେ: ବଙ୍ଗଳାରେ 'ଦିଦି'ଙ୍କ ହ୍ୟାଟ୍ରିକ୍, ଆସାମରେ ଫେରିବ ବିଜେପି, ଜାଣନ୍ତୁ କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର
ବିଜୟ ଓ ଦେନା ବ୍ୟାଙ୍କର ଗ୍ରାହକ ବ୍ୟାଙ୍କ ଅଫ୍ ବରୋଡାର ଅଫିସିଆଲ୍ ୱେବସାଇଟ୍ www.bankofbaroda.in ରେ ଭିଜିଟ କରିପାରିବେ । ଏହା ବ୍ୟତୀତ, ବ୍ୟାଙ୍କ ଅଫ୍ ବାରୋଡାର ନିକଟତମ ଶାଖାକୁ ଯାଇ ଆପଣ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦେଇ ନୂତନ IFSC କୋଡ୍ ପାଇପାରିବେ ।
ଅଧିକ ପଢ଼ନ୍ତୁ:-ଆସାମ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା: BPF ଛାଡିଲା ଏନଡିଏର ସାଥ୍, କଂଗ୍ରେସ ସହ ମିଳାଇଲା ହାତ
ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ତୈଳ କମ୍ପାନୀଗୁଡ଼ିକ ସିଲିଣ୍ଡର (LPG Gas Cylinder) ର ନୂତନ ମୂଲ୍ୟ ସ୍ଥିର କରନ୍ତି । ଆସନ୍ତାକାଲିଠାରୁ ଘରୋଇ ସିଲିଣ୍ଡର କେତେ ଟଙ୍କାରେ ମିଳିବ ତାହା ସ୍ଥିର ହେବ । ଏହା ଏକ ଭିନ୍ନ କଥା ଯେ ଫେବୃଆରୀ ମାସରେ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ମୂଲ୍ୟ ୩ ଥର ବୃଦ୍ଧି କରିଛନ୍ତି । ଯାହା ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା ରହିଛି ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାର ଚାଷୀଙ୍କୁ ଦେଲେ ବଡ଼ ଉପହାର! ମିଳିବ ୧୨୦୦୦ ଟଙ୍କା
ଯଦିଓ ପେଟ୍ରୋଲ-ଡିଜେଲର ନୂତନ ମୂଲ୍ୟ (Petrol-Diesel Price) ପ୍ରତିଦିନ ସ୍ଥିର ହୋଇଥାଏ । କିନ୍ତୁ ଫେବୃଆରୀର ଶେଷ ଦିନରେ ତୈଳ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ମାର୍ଚ୍ଚରେ ଏହି ରିହାତି ଜାରି ରହିବ ନା ମହଙ୍ଗା ମାଡ଼ ସହ ମାସର ଆରମ୍ଭ ହେବ । ଏହି ବିଷୟରେ ସମସ୍ତଙ୍କ ନଜର ରହିବ ।
ट्रेन्डिंग फोटोज़