Advertisement
photoDetails0hindi

କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲା WHO

ସୋମବାର କୋରୋନା ଭୂତାଣୁ ଉପରେ WHO ର ୩୪ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଡକ୍ଟର ମାଇକେଲ ରିଆନ କହିଛନ୍ତି ଯେ, ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଏହି ସଂଖ୍ୟା ବଦଳିପାରେ । 

1/5

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭୂତାଣୁ (Coronavirus) ସଙ୍କଟ ଜାରି ରହିଛି । ଏହି ସମୟରେ ସାରା ଦୁନିଆ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) କୁ ଅପେକ୍ଷା କରି ବସିଛି । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ଗେବିୟସ୍ (Tedros Adhanom Ghebres) କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା କୋଭିଡ୍-19 ଟୀକା (COVID-19 Vaccine) ପ୍ରସ୍ତୁତ ହୋଇପାରେ । ଟୀକା ଉପଲବ୍ଧ ହେଲେ ସମାନ ବଣ୍ଟନ ସୁନିଶ୍ଚିତ କରିବାକୁ ସମସ୍ତ ନେତାଙ୍କ ମଧ୍ୟରେ ଏକତା ଓ ରାଜନୈତିକ ପ୍ରତିବଦ୍ଧତା ପାଇଁ ସେ ଆହ୍ୱାନ କରିଛନ୍ତି ।

2/5

WHO କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଟେଡ୍ରୋସ କହିଛନ୍ତି ଯେ, ଆମକୁ ଏହି ଟୀକା ଦରକାର ହେବ । ଆଶା କରୁଛୁ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଆମକୁ ଟୀକା ମିଳିବ । ଆମେ ଏହାର ଆଶା ରହିଛି ।

3/5

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭ୍ୟାକସ୍ ପରିଯୋଜନାରେ ଦୁନିଆର ୧୬୮ ଦେଶ ଯୋଡିଛି, କିନ୍ତୁ ଆମେରିକା, ଋଷ ଏବଂ ଚୀନ୍ ଏପର୍ଯ୍ୟନ୍ତ ମେଣ୍ଟରେ ଯୋଗ ଦେଇନାହାଁନ୍ତି  । ଏହାର ଉଦ୍ଦେଶ୍ୟ ହେଉଛି ବିକାଶ, ଉତ୍ପାଦନ ଏବଂ ସମସ୍ତଙ୍କ ନିକଟରେ ଟୀକା ପହଞ୍ଚାଇବା । 

4/5

ଟେଡ୍ରୋସ୍ କହିଛନ୍ତି ଯେ, ବିକଶିତ କରାଯାଇଥିବା ଟୀକା ଓ ଅନ୍ୟାନ୍ୟ ଉତ୍ପାଦଗୁଡ଼ିକ ନେଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ହେଉଛି ଆମର ନେତାଙ୍କ ରାଜନୈତିକ ପ୍ରତିବଦ୍ଧତା, ବିଶେଷକରି ଟୀକାକରଣର ନ୍ୟାୟସଙ୍ଗତ ବଣ୍ଟନ ପ୍ରସଙ୍ଗରେ । ଆମକୁ ପରସ୍ପରର ଆବଶ୍ୟକତା ଅଛି, ଆମକୁ ଏକତା ଦରକାର ଏବଂ ସଂକ୍ରମଣକୁ ମୁକାବିଲା କରିବା ପାଇଁ ଆମକୁ ସମସ୍ତ ଶକ୍ତି ବ୍ୟବହାର କରିବାକୁ ପଡିବ ।

5/5

ସୋମବାର କୋରୋନା ଭୂତାଣୁ ଉପରେ WHO ର ୩୪ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଡକ୍ଟର ମାଇକେଲ ରିଆନ କହିଛନ୍ତି ଯେ, ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଏହି ସଂଖ୍ୟା ବଦଳିପାରେ । ସେ ସ୍ପଷ୍ଟ କରିଛନ୍ତି ଯେ ଏହାର ଅର୍ଥ ନୁହେଁ ଯେ ବିଶ୍ୱର ବୃହତ ଜନସଂଖ୍ୟା ବିପଦରେ ଅଛନ୍ତି । ସେ କହିଛନ୍ତି ଯେ ବିଶ୍ୱର ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ କୋରୋନା ଭୂତାଣୁ ସଂକ୍ରମିତ ହୋଇପାରନ୍ତି ।