Advertisement
photoDetails0hindi

୬୩ ଲକ୍ଷ ଚାଷୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ବର୍ତ୍ତମାନ ସରକାର ଦେବେ ୧୬,୦୦୦ ଟଙ୍କା, ଜାଣନ୍ତୁ ଏହି ଯୋଜନା ବିଷୟରେ...

1/8

ନୂଆଦିଲ୍ଲୀ: PM Kisan Samman Nidhi: କେନ୍ଦ୍ର ସରକାର (Central Government) ଓ ରାଜ୍ୟ ସରକାର (State Government) ଚାଷୀ (Farmers) ଙ୍କ ପାଇଁ ଅନେକ ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ଏକ ସରକାରୀ ଯୋଜନା ବିଷୟରେ କହୁଛୁ, ଯାହା ଅନ୍ତର୍ଗତ ସରକାର ଚାଷୀଙ୍କ ଆକାଉଣ୍ଟରେ ୧୦,୦୦୦ ଟଙ୍କା ଟ୍ରାନ୍ସଫର କରନ୍ତି ।

2/8

ଏହି ସରକାରୀ ଯୋଜନାର ଲାଭ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । ତେଲେଙ୍ଗାନା ସରକାର (Telangana Government) ରାଜ୍ୟର ଚାଷୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରନ୍ତି । ଏହି ସରକାରୀ ଯୋଜନାର ନାମ ହେଉଛି ରାୟଥୁ ବନ୍ଧୁ ଯୋଜନା (Rythu Bandhu Scheme) ।

3/8

ଆପଣଙ୍କୁ କହିରଖୁଛୁ ଯେ, ଯେଉଁ କୃଷକମାନେ ଏହି ଯୋଜନାର ଲାଭ ଉଠାନ୍ତି ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ କିସାନ ସମ୍ନାନ ଯୋଜନାର ଲାଭ ପାଆନ୍ତି, ତେଣୁ ଏହି ଉପାୟରେ ଏହି କୃଷକମାନେ ବାର୍ଷିକ ମୋଟ ୧୬,୦୦୦ ଟଙ୍କା ପାଆନ୍ତି ।

4/8

ସୂଚନାଯୋଗ୍ୟ, ରାୟଥୁ ବନ୍ଧୁ ଯୋଜନା (Rythu Bandhu Scheme) ଅଧୀନରେ କୃଷକମାନଙ୍କୁ ରବି ସିଜନ ପାଇଁ ୫୦୦୦ ଟଙ୍କା କିସ୍ତି ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ଅମଳ ସମୟ ଆରମ୍ଭ ହେବା ପୂର୍ବରୁ ତେଲେଙ୍ଗାନା ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଟ୍ରାନ୍ସଫର କରନ୍ତି ।

5/8

କହି ରଖୁଛୁ ଯେ, ରବି ଓ ଖରିଫ ଫସଲ ଅନୁଯାୟୀ ଦୁଇ ସିଜିନ ପାଇଁ ୫୦୦୦ ଟଙ୍କା ଟ୍ରାନ୍ସଫର ହୁଏ । ଏହି ଉପାୟରେ ମୋଟ ୧୦,୦୦୦ ଟଙ୍କା ଦିଆଯାଏ ।

6/8

ରାୟଥୁ ବନ୍ଧୁ ଯୋଜନାର ଲାଭ କେବଳ ତେଲେଙ୍ଗାନା ରାଜ୍ୟର ଚାଷୀଙ୍କ ପାଇଁ ଉପଲବ୍ଧ । ଏହି ଯୋଜନାର ଲାଭ ଉଠାଇବା ପାଇଁ କୃଷକ ତେଲେଙ୍ଗାନାର ମୂଳ ବାସିନ୍ଦା ହେବା ଆବଶ୍ୟକ ।

7/8

ରାୟଥୁ ବନ୍ଧୁ ଯୋଜନା ଅନୁଯାୟୀ ସେହି ଚାଷୀଙ୍କୁ ଲାଭ ପ୍ରଦାନ କରାଯାଇଥାଏ ଯେଉଁମାନେ ନିଜ ନିଜ ଚାଷ ଜମିର ମାଲିକ ଅଟନ୍ତି, ଯେଉଁମାନେ ଭଡା ଜମିରେ ଚାଷ କରୁଛନ୍ତି, ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ ।

ଏହା ବି ପଢ଼ନ୍ତୁ:-କେଉଁଠି ୭୦୦ ଟଙ୍କା କିଲୋ ଲଙ୍କା ତ କେଉଁଠି ୫୦ ଲକ୍ଷରେ ମିଳୁଛି ୫ଟି ଟମାଟୋ, ଜାଣନ୍ତୁ ଦୁନିଆର ଏହି ୬ଟି 'ଭିକାରୀ' ଦେଶର କାହାଣୀ

ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ୁଥିବା ବେଳେ ପୁରୁଷଙ୍କୁ ଲାଗିପାରେ ଏପରି ଆଘାତ! ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଏହା ବି ପଢ଼ନ୍ତୁ:-ଭାରତରେ କାହିଁକି ବିରୋଧ ପ୍ରଦର୍ଶନ କରୁଛନ୍ତି ଆଫଗାନ ସେନାର ଯବାନ? ଖାଦ୍ୟ ପାଇଁ ବିକ୍ରି କଲେ ନିଜ...

8/8

ଏହି ଯୋଜନାରେ ଆବେଦନ କରିବାକୁ ହେଲେ ଆପଣଙ୍କୁ ଆଧାର କାର୍ଡ, ରାଜ୍ୟର ଭୋଟର ଆଇଡି କାର୍ଡ ରହିବା ଆବଶ୍ୟକ । ଯଦି କୃଷକ ଦାରିଦ୍ର ସୀମାରେଖା (BPL) ସାର୍ଟିଫିକେଟ୍, ଜମି ମାଲିକାନା କାଗଜପତ୍ର, ଚାଷୀ ଯଦି ଏସସ, ଏସଟି ବା ବିଡବ୍ଲୁ୍ୟ ବର୍ଗରୁ ଆସନ୍ତି ତ ଜାତିର ପ୍ରମାଣ ପତ୍ର, ଠିକଣା କିମ୍ବା ଘରୋଇ ପ୍ରୁଫ୍ ଏବଂ ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଆବଶ୍ୟକ ହେବ ।