Advertisement
Photo Details/zeeodisha/odisha795409
photoDetails0hindi

ଏହି ଦେଶରେ ମୁସଲମାନ ଅଛନ୍ତି ହେଲେ ମସଜିଦ୍ ନାହିଁ

ଏଠାରେ ମୁସଲମାନମାନେ ପ୍ରାୟତଃ ତୁର୍କୀ ଏବଂ ଉଗର ଭଳି ଦେଶରୁ ଆସି ରହୁଛନ୍ତି। ପ୍ରାୟ ୧୭ତମ ଶତାବ୍ଦୀରୁ ସେମାନେ ସ୍ଲୋଭାକିଆରେ ରହିଆସୁଥିବା କୁହାଯାଉଛି। ୨୦୧୦ ମସିହାରେ ସ୍ଲୋଭାକିଆରେ ମୁସଲମାନଙ୍କ ଜନସଂଖ୍ୟା ପ୍ରାୟ ୫୦୦୦ ଥିଲା।

ମସଜିଦ ନିର୍ମାଣ ସହ ଜଡିତ ଅନେକ ବିବାଦ

1/4
ମସଜିଦ ନିର୍ମାଣ ସହ ଜଡିତ ଅନେକ ବିବାଦ

ସ୍ଲୋଭାକିଆ ହେଉଛି ୟୁରୋପୀୟ ୟୁନିଅନ (Europian Union) ର ଏକ ସଦସ୍ୟ ଦେଶ। କିନ୍ତୁ ଏହା ଶେଷରେ ଏହାର ସଦସ୍ୟ ହେଲା। ଏହି ଦେଶରେ ମସଜିଦ (Mosque) ନିର୍ମାଣକୁ ନେଇ ବିବାଦ ଲାଗି ରହିଛି। ୨୦୦୦ ମସିହାରେ, ସ୍ଲୋଭାକିଆର ରାଜଧାନୀରେ ଏକ ଇସଲାମିକ କେନ୍ଦ୍ର ପ୍ରତିଷ୍ଠା ନେଇ ବିବାଦ ଦେଖାଦେଇଥିଲା। କିନ୍ତୁ ସ୍ଲୋଭାକିଆ ମେୟର ବ୍ରାତିସିଓଭା ସେଇ ଇସଲାମିକ ୱାକଫ ଫାଉଣ୍ଡେସନର ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

'ଇସଲାମ' ନାହିଁ ସରକାରୀ ଧର୍ମ

2/4
'ଇସଲାମ'  ନାହିଁ ସରକାରୀ ଧର୍ମ

ଉଲ୍ଲେଖନୀୟ ବିଷୟ ହେଉଛି, ୩୦ ନଭେମ୍ବର ୨୦୧୬ରେ ସ୍ଲୋଭାକିଆ ଏକ ଆଇନ ପ୍ରଣୟନ କରି ଇସଲାମକୁ ସରକାରୀ ଧର୍ମ ମାନ୍ୟତା ପ୍ରଦାନକୁ ବାରଣ କରିଥିଲା। ଏହି ଦେଶ ଇସଲାମକୁ ଧର୍ମ ଭାବରେ ଗ୍ରହଣ କରେ ନାହିଁ। ୟୁରୋପୀୟ ୟୁନିଅନର ସ୍ଲୋଭାକିଆ ହେଉଛି ଏକମାତ୍ର ଦେଶ ଯେଉଁଥିରେ ଗୋଟିଏ ହେଲେ ମସଜିଦ ନାହିଁ।

ମୁସଲମାନ ଶରଣାର୍ଥୀଙ୍କଉପରେ ପ୍ରତିବନ୍ଧକ

3/4
ମୁସଲମାନ ଶରଣାର୍ଥୀଙ୍କଉପରେ ପ୍ରତିବନ୍ଧକ

୨୦୧୫ରେ, ୟୁରୋପରେ ଶରଣାର୍ଥୀ (refugee) ଙ୍କ ସ୍ଥାନାନ୍ତରଣ ଏକ ପ୍ରମୁଖ ପ୍ରସଙ୍ଗ ଥିଲା। ସେତେବେଳେ ସ୍ଲୋଭାକିଆ ମଧ୍ୟ ୨୦୦ ଖ୍ରୀଷ୍ଟିଆନଙ୍କୁ ଆଶ୍ରୟ ଦେଇଥିଲା। କିନ୍ତୁ ମୁସଲମାନ ଶରଣାର୍ଥୀଙ୍କୁ ଆଣିବାକୁ ମନା କରିଦେଇଥିଲେ। ଏହା ଉପରେ ସ୍ପଷ୍ଟୀକରଣ ଦେଇ ସ୍ଲୋଭାକିଆର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ମୁସଲମାନଙ୍କର ପୂଜା ସ୍ଥାନ ନାହିଁ, ଯେଉଁ କାରଣରୁ ସେମାନଙ୍କୁ ଆଶ୍ରୟ ଦଲେବା ଦେଶରେ ଅନେକ ସମସ୍ୟା ସୃଷ୍ଟି କରିପାରେ। ତେବେ ଏହି ନିଷ୍ପତ୍ତିକୁ ୟୁରୋପୀୟ ସଂଘ (EU) ମଧ୍ୟ ସମାଲୋଚନା କରିଥିଲା।   

ଶବ୍ଦ ପ୍ରଦୂଷଣ ଉପରେ କଡା କଟକଣା

4/4
ଶବ୍ଦ ପ୍ରଦୂଷଣ ଉପରେ କଡା କଟକଣା

ଶବ୍ଦ ପ୍ରଦୂଷଣ  (Sound Pollution) ର ମୁକାବିଲା ପାଇଁ ସ୍ଲୋଭାକିଆର ମଧ୍ୟ ଏକ ଦୃଢ ନିୟମ ରହିଛି। ଏହି ଦେଶରେ, ସକାଳ ୧୦ଟାରୁ ରାତି ୬ଟା ପର୍ଯ୍ୟନ୍ତ, ଆପଣ କାହା ସହିତ ଖରାପ ବ୍ୟବହାର ପାରିବେ ନାହିଁ କି ଉଚ୍ଚ ସ୍ୱରରେ କଥା ହୋଇପାରିବେ ନାହିଁ। ଯଦି କେହି ଏଭଳି କରନ୍ତି, ତେବେ ପୋଲିସ ତାଙ୍କୁ ଗିରଫ କରିପାରେ ଏବଂ ଏଥିପାଇ ଜୋରିମାନା ମଧ୍ୟ ଦେବାକୁ ପଡିପାରେ।