Advertisement
Photo Details/zeeodisha/odisha2574897
photoDetails0hindi

Weather Update: ଆଜି ବି ଭିଜିବ ଓଡି଼ଶା, ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଅଦିନିଆ ବର୍ଷା। ବର୍ଷା ସହ ଶୀତ ଜନ ଜୀବନକୁ  ଅସ୍ତବ୍ୟସ୍ତ କରିଦେଲାଣୀ । ଲଗାତର ତିନି ଦିନ ହେବ ବର୍ଷା ହେଉଛି। ଉପକୂଳରୁ ଆଭ୍ୟନ୍ତରୀଣ ଓଡି଼ଶା ଯାଏଁ  ସବୁଠି ଲାଗି ରହିଛି ବର୍ଷା ।  ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟରେ ପାଗ ଫିଟିବ।

 

1/10

ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  କିନ୍ତୁ ସାମ୍ଭାବ୍ୟ ପଶ୍ଚିମାବାୟୁକୁ ନେଇ ଆଉ ଏକ ପୂର୍ବାନୁମାନ ଡରାଇଲାଣୀ। 

 

#Weather briefing (In #Odia) by Head & Scientist-F : Dr. Manorama Mohanty, based on 0830 Hrs IST observation of #25thDecember, 2024.https://t.co/u8gbTC5tbZ

— Meteorological Centre, Bhubaneswar (@mcbbsr) December 25, 2024

ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଗୁରୁବାର? ଜାଣନ୍ତୁ ଆଜିର ରାଶିଫଳ

ALSO READ: Chandra Budh Yuti 2025: ନୂଆବର୍ଷ ପରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଘର-ଗାଡି କିଣିବାର ସ୍ବପ୍ନ ହେବ ସାକାର!

2/10

ବିଶିଷ୍ଟ ପାଣିପାଗ ବୈଜ୍ଞାନିକ  ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ମତରେ ପଶ୍ଚିମା ବାୟୁ ପ୍ରଭାବରେ ଓଡି଼ଶାରେ ପୁଣି ୨୭ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଛି।

 

3/10

୨୭ ତାରିଖ ସନ୍ଧ୍ୟା ପରେ କିମ୍ବା ୨୮ ତାରିଖ ବେଳକୁ  ଉତ୍ତର ଓ ପଶ୍ଚିମ ଓଡିଶାରେ ବର୍ଷା ହୋଇପାରେ।  

 

4/10

ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଯାଜପୁର, ସୋନପୁର, ବଲାଙ୍ଗୀର, ସୋନପୁର,ସମ୍ବଲପୁର ଓ ବରଗଡ଼ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଅଞ୍ଚଳରେ ପାଗ ମେଘୁଆ ରହିବ। ଆଜି ମଧ୍ୟାହ୍ନରୁ ପାଗ ଫିଟିବ।  ମଝିରେ ମଝିରେ ଖରାବି ଆସିପାରେ। 

 

5/10

ହେଲେ ଆଜି( ଗୁରୁବାର) ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ ଜିଲ୍ଲାର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅଞ୍ଚଳ ଶୁଖିଲା ରହିବ। ବିଶେଷକରି, କିଛି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, ମୟୂରଭଂଜ, କେନ୍ଦୁଝର, ବରଗଡ, ନୂଆପଡା, ଝାରସୁଗୁଡା, ବଲାଙ୍ଗୀର, ସୋନପୁର ଓ ସୁନ୍ଦରଗଡ।  

6/10

ଶୁକ୍ରବାର ଠାରୁ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

 

7/10

ଅନ୍ୟପଟେ, ରାଜ୍ୟରେ କୁହୁଡି ବଢିବ। 

8/10

ଆଜି ସକାଳେ, ବରଗଡ, ସୁନ୍ଦରଗଡ଼, ଝାରସୁଗୁଡା, ମୟୂରଭଂଜ, କେନ୍ଦୁଝର,ସମ୍ବଲପୁର, ବଲାଙ୍ଗୀର, ସୋନପୁରରେ ଘନ କୁହୁଡି ଦୃଶ୍ୟମାନ ହେବ। 

 

9/10

ଗୁରୁବାର ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ  ଘନ କୁହୁଡି ନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। 

10/10

ସେହି ଜିଲ୍ଲା ଗୁଡିକ ହେଲା, ସୋନପୁର, ବୌଦ୍ଧ,ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା ଓ କୋରାପୁଟ।