Advertisement
Photo Details/zeeodisha/odisha951337
photoDetails0hindi

ତାଲିବାନକୁ ରୋକିବା ପାଇଁ ଋଷ ପ୍ରସ୍ତୁତ, ନେଲା ଏହି ବଡ଼ ପଦକ୍ଷେପ

ବର୍ତ୍ତମାନ ସମୟରେ ତାଲିବାନ (Taliban) କେବଳ ଆଫଗାନିସ୍ତାନ (Afghanistan) ପାଇଁ ଚ୍ୟାଲେଞ୍ଜ ପାଲଟିଛି । କିନ୍ତୁ ଯଦି ତାଲିବାନକୁ ସଠିକ ସମୟରେ ନିୟନ୍ତ୍ରଣ ନ କରାଯାଏ ତେବେ ଏହା ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ହୋଇପାରେ । 

1/11

ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇଉଠିଛି ଆଫଗାନିସ୍ତାନ (Afghanistan) । ଧୀରେ ଧୀରେ ଆଫଗାନିସ୍ତାନ ତାଲିବାନ (Taliban) ଦଖଲକୁ ଯିବାରେ ଲାଗିଛି । ବର୍ତ୍ତମାନ ସମୟରେ ତାଲିବାନ କେବଳ ଆଫଗାନିସ୍ତାନ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କିନ୍ତୁ ଯଦି ତାଲିବାନକୁ ସଠିକ ସମୟରେ ନିୟନ୍ତ୍ରଣ ନ କରାଯାଏ ତେବେ ଏହା ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ହୋଇପାରେ । ସେପଟେ ତାଲିବାନ ଆକ୍ରମଣ ମଧ୍ୟରେ ଋଷ (Russia) ଆଫଗାନିସ୍ତାନ ସୀମା ନିକଟରେ ଯୁଦ୍ଧାଭ୍ୟାସ ଘୋଷଣା କରିଛି । ଆସନ୍ତା ମାସରେ ଆଫଗାନିସ୍ତାନ ସୀମା ନିକଟରେ ତାଜିକିସ୍ତାନ ଓ ଉଜବେକିସ୍ତାନ ସହ ସାମରିକ ଅଭ୍ୟାସ କରିବ ବୋଲି ଋଷ ସୋମବାର କହିଛି ।

2/11

ଆମେରିକା ଓ ନାଟୋ ସୈନ୍ୟ (US and NATO troops) ପ୍ରତ୍ୟାହାର ପରେ ତାଲିବାନର ଆତଙ୍କୀ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳ ଉପରେ ଅଧିକରୁ ଅଧିକ ନିୟନ୍ତ୍ରଣ କରିବାରେ ଲାଗିଛି । ଏହା ମଧ୍ୟରେ ଋଷ ଏହି ଘୋଷଣା କରିଛି । ଅନ୍ୟପଟେ ତାଲିବାନର ବଢ଼ୁଥିବା କ୍ଷମତା କାରଣରୁ ଆଫଗାନିସ୍ତାନର ପଡୋଶୀ ଦେଶ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର

3/11

ନିକଟ ଅତୀତରେ ତାଲିବାନ ଉତ୍ତର ଭାଗକୁ ନିଜ ଦଖଲରେ ନେବା ପରେ ଆଫଗାନିସ୍ତାନ ସୁରକ୍ଷା ବଳର ଯୱାନ ଓ ଶରଣାର୍ଥୀମାନେ ତାଜିକିସ୍ତାନରେ ଆଶ୍ରୟ ନେଇଛନ୍ତି । ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହିତ ଯୁଦ୍ଧ ପରେ ତାଲିବାନ ମଧ୍ୟ ଇରାନ ଓ ପାକିସ୍ଥାନ ସୀମାରେ ପ୍ରତିଷ୍ଠିତ ପୋଷ୍ଟଗୁଡ଼ିକୁ ନିଜ ଦଖଲରେ ନେଇଛି ।

4/11

ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ବୟାନ ଜାରି କରି କହିଛି ଯେ ମିଳିତ ଅଭ୍ୟାସ ଅଗଷ୍ଟ ୫-୧୦ରେ ଆଫଗାନିସ୍ତାନ ସୀମା ନିକଟ ତାଜିକିସ୍ତାନର ଖାରବମୈଦାନ୍ ଟ୍ରେନିଂ ଗ୍ରାଉଣ୍ଡରେ ହେବ । ଋଷର ସେଣ୍ଟ୍ରାଲ୍ ମିଲିଟାରୀ ଜିଲ୍ଲାର କମାଣ୍ଡର ଆଲେକ୍ସଜାଣ୍ଡାର୍ ଲାପିନ୍ କହିଛନ୍ତି ଯେ, ସେନା ଏକ ସହଯୋଗୀ ଦେଶର ଅଞ୍ଚଳ ଉପରେ ଆକ୍ରମଣ କରୁଥିବା ସଶସ୍ତ୍ର ତତ୍ତ୍ୱକୁ ପରାସ୍ତ କରିବା ପାଇଁ ଯୁଦ୍ଧାଭ୍ୟାସ କରିବ ।

ଅଧିକ ପଢ଼ନ୍ତୁ:-ରୁଦ୍ରାକ୍ଷ ପିନ୍ଧିବାରୁ ମିଳିଥାଏ ଏହି ଜବରଦସ୍ତ ଲାଭ, ସନ୍ତାନହୀନ ମହିଳା ପାଆନ୍ତି ସନ୍ତାନର ସୁଖ!

5/11

ସମ୍ବାଦ ଏଜେନ୍ସି AFP ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ତାଜିକିସ୍ତାନରେ ଥିବା ଋଷର ସାମରିକ ବେସ ଓ କେନ୍ଦ୍ରୀୟ ସାମରିକ ଡିସ୍ଟ୍ରିକ୍ଟର  ସୈନିକମାନେ ଏହି ଅଭ୍ୟାସରେ ଅଂଶଗ୍ରହଣ କରିବେ । ଆଫଗାନିସ୍ତାନ ସୀମାରେ ଋଷର ଯୁଦ୍ଧାଭ୍ୟାସ ଘୋଷଣା ଗୁରୁତ୍ୱପୂର୍ଣ୍ଣ । ତାଲିବାନ ଓ ଆଫଗାନିସ୍ତାନ ସରକାର ମଧ୍ୟରେ ଋଷ ମଧ୍ୟ ଶାନ୍ତି ପ୍ରୟାସରେ ନିୟୋଜିତ ଅଛି । ନିକଟରେ ତାଲିବାନର ପ୍ରତିନିଧୀମାନେ ମଧ୍ୟ ମସ୍କୋ ଗସ୍ତ କରିଥିଲେ ।

6/11

ଏହାପୂର୍ବରୁ ଋଷ କହିଥିଲା ​​ଯେ ଆଫଗାନିସ୍ତାନରେ ଆମେରିକାର ମିଶନ ବିଫଳ ହୋଇଛି । ଏହାସହ ଯୁଦ୍ଧଗ୍ରସ୍ତ ଦେଶରେ ଦ୍ରୁତ ଗତିରେ ଖରାପ ହେଉଥିବା ପରିସ୍ଥିତି ପାଇଁ ବିଦେଶୀ ସୈନ୍ୟଙ୍କ ପ୍ରତ୍ୟାହାର ନିଷ୍ପତ୍ତିକୁ ଦାୟୀ କରାଯାଇଛି । ଏହା ମଧ୍ୟ ଦାବି କରାଯାଇଛି ଯେ ଜୁନ ମାସରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ତାଲିବାନର ମୁକାବିଲା ପାଇଁ ଆମେରିକା ଆଗରେ ସାମରିକ ସହାୟତା ପ୍ରଦାନର ପ୍ରସ୍ତାବ ରଖିଥିଲେ ।

ଅଧିକ ପଢ଼ନ୍ତୁ:-ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହି ୬ଟି କାମ

7/11

ବାସ୍ତବରେ ଆଫଗାନିସ୍ତାନର ଅବସ୍ଥା ଖରାପ ହେତୁ ଋଷ ସର୍ବାଧିକ ଚାପରେ ରହିଛି । ପ୍ରତିରକ୍ଷା ବିଶ୍ଳେଷକମାନେ ମନେ କରନ୍ତି ଯେ ଆଫଗାନିସ୍ତାନରେ ଅସ୍ଥିରତା ହେତୁ କିଛି ଆତଙ୍କବାଦୀ ଗୋଷ୍ଠୀ ଉଜବେକିସ୍ତାନ ଓ ତାକିଜିସ୍ତାନ ଦେଇ ଋଷରେ ପ୍ରବେଶ କରି କାକେଶ ଓ ଚେଚନ୍ୟାରେ ପହଞ୍ଚିପାରନ୍ତି । ଋଷ ନିଜର ସୀମା ସାମରିକ ବେସର ସୁରକ୍ଷାକୁ ନେଇ ମଧ୍ୟ ଆହ୍ୱାନର ସମ୍ମୁଖୀନ ହୋଇପାରେ । ବିଶ୍ଳେଷକମାନେ ତାଲିବାନର ପରିବର୍ତ୍ତିତ ମନୋଭାବ ଉପରେ ମଧ୍ୟ ନଜର ରଖିଛନ୍ତି, କିନ୍ତୁ ସେମାନେ ଆତଙ୍କବାଦୀ ଗୋଷ୍ଠୀର 'କଥାବାର୍ତ୍ତା ଓ କାର୍ଯ୍ୟକଳାପ' ଦେଖିବାକୁ ଚାହୁଁଛନ୍ତି ।

8/11

ବାସ୍ତବରେ ତାଲିବାନ ନିଜ ମନୋଭାବରେ ପରିବର୍ତ୍ତନ ଆସିବା କଥା ବାରମ୍ବାର ଦୋହରାଉଛି । ତାଲିବାନ ମୁଖପାତ୍ର ସୁହେଲ ଶାହିନ ଅନେକ ଥର କହିଛି ଯେ, କୌଣସି ଦେଶ ଉପରେ ଆକ୍ରମଣ ପାଇଁ ସେମାନେ ଆଫଗାନିସ୍ତାନ ମାଟିର ବ୍ୟବହାର କରିବାକୁ ଦେବେ ନାହିଁ ।

9/11

ଆଫଗାନିସ୍ତାନର କ୍ଷମତାରେ ଅଂଶୀଦାର ହେବାର ଆଶାରେ ତାଲିବାନ ବିଭିନ୍ନ ଦେଶ ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଛି । ତାଲିବାନ ଆଫଗାନିସ୍ତାନରେ ପୁଞ୍ଜି ବିନିଯୋଗ ଓ ବିକାଶ ବିଷୟରେ କହୁଛି । କିନ୍ତୁ ଏହା ସତ୍ତ୍ୱେ ଅନ୍ୟ ଦେଶମାନେ ତାଙ୍କ ଉପରେ ବିଶ୍ୱାସ କରିବାକୁ ସକ୍ଷମ ନୁହଁନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ଜୁଲାଇ ୮ରେ କହିଛନ୍ତି ଯେ ଆଫଗାନିସ୍ତାନ ସେନା ଉପରେ ତାଙ୍କର ବିଶ୍ୱାସ ଅଛି କିନ୍ତୁ ସେ ତାଲିବାନକୁ ଏହାର ଯୋଗ୍ୟ ମନେ କରୁନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

10/11

ତାଲିବାନ ଆଫଗାନିସ୍ତାନର ୪୦୦ଟି ଜିଲ୍ଲାର ଅଧା ଅଂଶ ଉପରେ ଦଖଲ କରିଥିବା ଜଣାପଡିଛି । ତାଲିବାନ ଏପର୍ଯ୍ୟନ୍ତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସୀମା ପୋଷ୍ଟକୁ କବଜା କରିଛି । ତାଲିବାନ ଆଫଗାନିସ୍ତାନର ଅନେକ ପ୍ରାଦେଶିକ ରାଜଧାନୀକୁ ମଧ୍ୟ ଘେରାବନ୍ଦୀ କରିଛି ।

11/11

ସୋମବାର ଆଫଗାନିସ୍ତାନରେ ଅଧିକ ଡଜନରୁ ଉର୍ଦ୍ଧ୍ୱ କୂଟନୈତିକ ମିଶନ ତାଲିବାନ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ । କୂଟନୈତିକ ମିଶନ କହିଛି ଯେ ଏହି ଆକ୍ରମଣ ତାଲିବାନ ଦାବିର ଓଲଟା, ଯେଉଁଥିରେ ସେମାନେ କହୁଛନ୍ତି ଯେ ଏହି ବିବାଦକୁ ସମାପ୍ତ କରିବା ପାଇଁ ଏକ ବୁଝାମଣା ଆବଶ୍ୟକ ।