Advertisement
photoDetails0hindi

ଗ୍ରାହକଙ୍କୁ ବଡ଼ ଝଟକା ଦେଲା SBI !

ଯଦି ଆପଣ ଏସବିଆଇ (SBI) ରେ ଏକ ଫିକ୍ସ ଡିପୋଜିଟ୍ (SBI Fixed Deposite) କରିବାକୁ ଚିନ୍ତା କରୁଛନ୍ତି । ତେବେ ନୂତନ ରେଟ୍ ବିଷୟରେ ଜାଣି ନିଅନ୍ତୁ ।

1/6

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ନିଜର ଗ୍ରାହକଙ୍କୁ ଝଟକା ଦେଇଛି । ବ୍ୟାଙ୍କ ପିକ୍ସ ଡିପୋଜିଟ (FD) ଉପରେ ସୁଧ ହାର ହ୍ରାସ କରିଛି । ଏହାପୂର୍ବରୁ ଏସବିଆଇ ମେ ୨୭ରେ ଏଫଡି ଉପରେ ସୁଧ ହାରରେ ପରିବର୍ତ୍ତନ କରିଥିଲା । ଯଦି ଆପଣ ଏସବିଆଇରେ ଏକ ଫିକ୍ସ ଡିପୋଜିଟ୍ କରିବାକୁ ଚିନ୍ତା କରୁଛନ୍ତି । ତେବେ ନୂତନ ରେଟ୍ ବିଷୟରେ ଜାଣି ନିଅନ୍ତୁ ।

2/6

ବ୍ୟାଙ୍କ ଏକ ବର୍ଷରୁ ଆରମ୍ଭ କରି ଦୁଇ ବର୍ଷରୁ କମ ଅବଧିର ଏଫଡି ଉପରେ ସୁଧ ହାରରେ ୦.୨୦ ପ୍ରତିଶତ ହ୍ରାସ କରିଛି । ବର୍ତ୍ତମାନ ୧ ବର୍ଷରୁ ଅଧିକ ଓ ୨ ବର୍ଷରୁ କମ୍ ଏଫଡି ଉପରେ ୪.୯୦ ପ୍ରତିଶତ ସୁଧ ମିଳିବ । ଅନ୍ୟପକ୍ଷେ ଏହାପୂର୍ବରୁ ବ୍ୟାଙ୍କ ୫.୧୦ ପ୍ରତିଶତ ସୁଧ ଦେଉଥିଲା । ନୂତନ ସୁଧ ହାର ସେପ୍ଟେମ୍ବର ୧୦ରୁ ଲାଗୁ ହୋଇସାରିଛି ।

ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ୨୪ ପରେ କୋରୋନା ଯୋଗୁଁ ହରାଇଛନ୍ତି ଚାକିରୀ, ଏବେ ମୋଦି ସରକାର ଦେବେ ଅଧା ଦରମା !

3/6

ଏହି ପରିବର୍ତ୍ତନ ପରେ ବର୍ତ୍ତମାନ ଏସବିଆଇ ବ୍ୟାଙ୍କରେ ୭ ଦିନରୁ ୪୫ ଦିନ ମାଚ୍ୟୁରିଟି ସହିତ ଏଫଡି ଉପରେ ସୁଧ ହାର ୨.୯ ପ୍ରତିଶତ, ୪୬ ଦିନରୁ ୧୭୯ ଦିନ ମଧ୍ୟରେ ଏଫଡି ଉପରେ ସୁଧ ହାର ୩.୯ ପ୍ରତିଶତ, ୧୮୦ ଦିନରୁ ଆରମ୍ଭ କରି ୧ ବର୍ଷରୁ କମ୍ ମଧ୍ୟରେ ଏଫଡି ଉପରେ ସୁଧ ହାର ୪.୪ ପ୍ରତିଶତ ହୋଇଯାଇଛି ।

4/6

ଅନ୍ୟପକ୍ଷେ ୧ ବର୍ଷରୁ ଅଧିକ ଓ ୨ ବର୍ଷରୁ କମ୍ ଅବଧି ପାଇଁ ଜମା ଉପରେ ସୁଧ ୪.୯ ପ୍ରତିଶତ ରହିବ । ୨ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ସୁଧ ହାର ୫.୧ ପ୍ରତିଶତ, ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ସୁଧ ହାର ୫.୩ ପ୍ରତିଶତ ଏବଂ ୫ ବର୍ଷରୁ ୧୦ ବର୍ଷ ମଧ୍ୟରେ ସୁଧ ହାର ୫.୪ ପ୍ରତିଶତ ମିଳିବ ।

5/6

ସୂଚନାଯୋଗ୍ୟ, ଏସବିଆଇ ବରିଷ୍ଠ ନାଗରିକଙ୍କ ପାଇଁ ରିଟେଲ ଟର୍ମ ଡିପୋଜିଟ ସିଗମେଣ୍ଟରେ ଏସବିଆଇ ୱିକେୟାର ଡିପୋଜିଟ (SBI Wecare Deposit) ନାମରେ ଜମା ଯୋଜନା ଆରମ୍ଭ କରିଥିଲା ।  ଯେଉଁଥିରେ ପୁଞ୍ଜି ନିବେଶର ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଛି, ଯାହା ବର୍ତ୍ତମାନ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସ୍କିମରେ ବରିଷ୍ଠ ନାଗରିକମାନଙ୍କୁ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଏଫଡି ଉପରେ ଅଧିକ ସୁଧ ଦିଆଯାଉଛି ।

ଅଧିକ ପଢ଼ନ୍ତୁ:-କଙ୍ଗନାଙ୍କୁ ଆଉ ଏକ ବଡ଼ ଝଟକା ଦେଲା ବିଏମସି !

6/6

ବରିଷ୍ଠ ନାଗରିକଙ୍କୁ ୫ ବର୍ଷରୁ କମ୍ ସମୟ ପାଇଁ ଏଫଡି ଉପରେ ୦.୫୦% ଅତିରିକ୍ତ ସୁଧ ମିଳିବ । ଅନ୍ୟପକ୍ଷେ ୫ ବର୍ଷରୁ ଅଧିକ ଖୁଚୁରା ଟର୍ମ ଜମା ଉପରେ ୦.୮୦% ସୁଧ ଦିଆଯିବ । ଏଥିରେ ଅତିରିକ୍ତ ୦.୩୦%  ମଧ୍ୟ ସାମିଲ ରହିଛି । ତଥାପି, ମାଚ୍ୟୁରିଟି ପୂର୍ବରୁ ବାହାର କରିବା ଉପରେ ଅତିରିକ୍ତ ସୁଧର କୌଣସି ଲାଭ ମିଳିବ ନାହିଁ । ୫ ବର୍ଷ ଏଫଡିରେ ଏହା ଅନ୍ତର୍ଗତ ୬.୨୦ ପ୍ରତିଶତ ସୁଧ ମିଳିବ ।