Advertisement
Photo Details/zeeodisha/odisha1104702
photoDetails0hindi

ପୁଟିନଙ୍କ ଏହି ଗୋଟିଏ ନିଷ୍ପତ୍ତି ବଢ଼ାଇ ଦେଇଛି ଯୁଦ୍ଧ ଆଶଙ୍କା, ଆମେରିକା ମଧ୍ୟ ନେଲା ବଡ଼ ପଦକ୍ଷେପ

Russia-Ukraine Conflict: ଏକକାଳୀନ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରି ୟୁକ୍ରେନ (Ukraine) ର ତଥାକଥିତ DNR କିମ୍ବା LNR ରେ ଆମେରିକାର ବ୍ୟକ୍ତିବିଶେଷଙ୍କ ନୂତନ ପୁଞ୍ଜି ବିନିଯୋଗ, ବାଣିଜ୍ୟ ଏବଂ ଅର୍ଥ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

1/8

ନୂଆଦିଲ୍ଲୀ: Russia-Ukraine Conflict: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ୟୁକ୍ରେନ (Ukraine) ର "ଡୋନେଟସ୍କ (Donetsk) ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ (Luhansk People's Republics)" କୁ ସ୍ୱାଧୀନ ବୋଲି ଘୋଷଣା କରିବା ପରେ ଏହି ଅଞ୍ଚଳକୁ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେବା ପରେ ଉତ୍ତେଜନା ବୃଦ୍ଧି ପାଇଛି । ସେପଟେ ଆମେରିକା (America) ଏହାକୁ ବିରୋଧ କରିଛି । 

2/8

ଏକକାଳୀନ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରି ୟୁକ୍ରେନ (Ukraine) ର ତଥାକଥିତ DNR କିମ୍ବା LNR ରେ ଆମେରିକାର ବ୍ୟକ୍ତିବିଶେଷଙ୍କ ନୂତନ ପୁଞ୍ଜି ବିନିଯୋଗ, ବାଣିଜ୍ୟ ଏବଂ ଅର୍ଥ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

3/8

ଏଥି ସହିତ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ (Antony Blinken) ଏକ ବୟାନରେ କହିଛନ୍ତି ଯେ, ଆମେ ତଥାକଥିତ "ଡୋନେଟସ୍କ୍ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍" କୁ ସ୍ୱାଧୀନ ବୋଲି ରାଷ୍ଟ୍ରପତି ପୁଟିନ (Vladimir Putin) ଙ୍କ ନିଷ୍ପତ୍ତିକୁ ଆମେ ଦୃଢ଼ ନିନ୍ଦା କରୁଛୁ । 

4/8

ଏଥି ସହିତ ୟୁରୋପୀୟ ୟୁନିଅନ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ମାନ୍ୟତା ଦେବା ଋଷର ପଦକ୍ଷେପକୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହିଛି ଓ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଉପରେ କଟକଣା ଲାଗୁ କରାଯିବ ବୋଲି କହିଛି । ୟୁକ୍ରେନର ସ୍ୱାଧୀନତା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ ୟୁରୋପୀୟ ସଂଘ ନିଜର ସମର୍ଥନକୁ ଦୋହରାଇଛି ।

5/8

ପାଶ୍ଚାତ୍ୟ ଦେଶଗୁଡିକ ଭୟ କରୁଛନ୍ତି ଯେ, ଋଷ (Russia) ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଓ ଆକ୍ରମଣର ବାହାନା ଭାବରେ ପୂର୍ବ ୟୁକ୍ରେନ (Ukraine) ରେ ସଂଘର୍ଷ କରିପାରେ । 

6/8

ଏହାପୂର୍ବରୁ, ୟୁକ୍ରେନର ବିଚ୍ଛିନ୍ନତାବାଦୀ ନେତାମାନେ ଏକ ଟେଲିଭିଜନ ବୟାନରେ ଋଷର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ ଯେ, ସେ ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସ୍ୱାଧୀନତାର ମାନ୍ୟତା ପ୍ରଦାନ କରୁ ଓ ମିତ୍ରତା ଚୁକ୍ତିନାମା ସ୍ୱାକ୍ଷର କରି ସେମାନଙ୍କ ବିରୋଧରେ ଜାରି ୟୁକ୍ରେନ ସେନାର ଆକ୍ରମଣରୁ ସେମାନଙ୍କୁ ରକ୍ଷା କରିବାକୁ ସୈନ୍ୟ ସହାୟତା ପଠାନ୍ତୁ ।

ଏହା ବି ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀ ଆସୁଛି', ଏହି ଚେତାବନୀ ବଢ଼ାଇଦେଲା ଟେନସନ

ଏହା ବି ପଢ଼ନ୍ତୁ:-ପୂଜାରା-ରାହାଣେଙ୍କ ପରେ ଟିମ୍ ଇଣ୍ଡିଆରୁ ଏହି ବଡ଼ ଖେଳାଳିଙ୍କ କଟିବ ପତା! ଅସନ୍ତୋଷ ଅଛନ୍ତି କ୍ୟାପଟେନ ରୋହିତ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ସଙ୍କଟ: ପୁଟିନ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ବାଇଡେନ, କିନ୍ତୁ ରଖିଲେ ଏହି ବଡ଼ ସର୍ତ୍ତ

7/8

ବର୍ତ୍ତମାନ ପୁଟିନ ମଧ୍ୟ ସେନା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଋଷ (Russia) ରବିବାର ୟୁକ୍ରେନର ଉତ୍ତର ସୀମା ନିକଟରେ ସାମରିକ ଅଭ୍ୟାସ ବୃଦ୍ଧି କରିଛି । ସେ ୟୁକ୍ରେନର ଉତ୍ତର ସୀମାବର୍ତ୍ତୀ ବେଲାଋଷରେ ପ୍ରାୟ ୩୦,୦୦୦ ସୈନ୍ୟ ମୁତୟନ କରିଛି । 

8/8

ଏହା ସହିତ ୟୁକ୍ରେନ ସୀମାରେ ୧,୫୦,୦୦୦ ସୈନିକ, ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଉପକରଣ ମୁତୟନ କରାଯାଇଛି । ୟୁକ୍ରେନର ରାଜଧାନୀ କୀଭର ଜନସଂଖ୍ୟା ପ୍ରାୟ ୩୦ ଲକ୍ଷ ହେବ ।