Advertisement
photoDetails0hindi

ମହାରାଷ୍ଟ୍ରରେ ପୁଣି ଲାଗିବାକୁ ଯାଉଛି ଲକଡାଉନ୍? ସିଏମ୍ ଉଦ୍ଧବ ଠାକରେ ଦେଲେ ବଡ଼ ବୟାନ

Maharashtra Lockdown: ସୂଚନାଯୋଗ୍ୟ, ବୁଧବାର ମହାରାଷ୍ଟ୍ରରେ ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ୧୩,୬୫୯ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୨,୫୨,୦୫୭କୁ ବୃଦ୍ଧି ପାଇଛି । 

1/7

ନୂଆଦିଲ୍ଲୀ: Maharashtra Lockdown: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଲଗାତର କୋରୋନା (Coronavirus) ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ନୂଆ କୋରୋନା (COVID-19) ମାମଲା ସାମ୍ନାକୁ ଆସୁଛି । ଯାହା ଫଳରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Maharashtra CM Uddhav Thackeray) ଏକ ବଡ଼ ବୟାନ ଦେଇଛନ୍ତି ।

2/7

ବୁଧବାର ଉଦ୍ଧବ ଠାକରେ କହିଛନ୍ତି ଯେ ରାଜ୍ୟରେ ଲକଡାଉନ୍ (Lockdown) ଲଗାଇବା ନିଷ୍ପତ୍ତି ରାଜ୍ୟ ସରକାର ସହଜରେ ଗ୍ରହଣ କରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତିର ସମୀକ୍ଷା ପରେ ହିଁ ତାଲା ପକାଇବା ନେଇ ନିଷ୍ପତ୍ତି ନିଆଯିବ ।

3/7

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CM) ଆହୁରି କହିଛନ୍ତି ଯେ, "ଲକଡାଉନ୍ ଲଗାଇବା ବିକଳ୍ପ ସହଜରେ ଗ୍ରହଣ କରାଯାଇପାରିବ ନାହିଁ, କିନ୍ତୁ ଖୁବ୍ ଶୀଘ୍ର ଆମକୁ ଏକ ଠୋସ୍ ନିଷ୍ପତ୍ତି ନେବାକୁ ପଡ଼ିବ । ଆସନ୍ତା କିଛି ଦିନ ମଧ୍ୟରେ ଆମେ ସ୍ଥିତିର ସମୀକ୍ଷା କରିବୁ ଏବଂ ନିଷ୍ପତ୍ତି ନେବୁ । ରାଜ୍ୟର ନାଗରିକମାନେ କୋରୋନା ପାଇଁ ପ୍ରଯୁଜ୍ୟ ନିୟମକୁ ଠିକ୍ ଭାବରେ ପାଳନ କଲେ ହିଁ ଦ୍ୱିତୀୟ ଲକଡାଉନକୁ ଏଡାଇ ଦିଆଯାଇପାରିବ । ତଥାପି ଆମେ ଲୋକମାନଙ୍କୁ ଅନ୍ୟ ଏକ ଲକଡାଉନକୁ ଏଡ଼ାଇବା ପାଇଁ କୋରୋନା କଟକଣାର ସଠିକ ପାଳନ କରିବାକୁ ଅନୁରୋଧ କରୁଛୁ ।"

ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ମହଙ୍ଗା ଭତ୍ତାର ୩ଟି ବକେୟା କିସ୍ତି

4/7

ପୁଣେର ମେୟର କହିଛନ୍ତି ଯେ, "ଫେବୃଆରୀ ପ୍ରଥମ ସପ୍ତାହରେ କୋରୋନା ମାମଲା ୧୩୦୦ ରହିଥିଲା, କିନ୍ତୁ ଗୋଟିଏ ମାସ ମଧ୍ୟରେ ଏହି ମାମଲା ସାତ ହଜାରରେ ପହଞ୍ଚିଛି । ଏହା ଚିନ୍ତାର ବିଷୟ ପାଲଟିଛି ।  ଟେଷ୍ଟିଂ ସେଣ୍ଟର୍ସ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିବାର କୌଣସି ଯୋଜନା ନାହିଁ, କିନ୍ତୁ ଆମେ ସର୍ବସାଧାରଣ ସ୍ଥାନରେ ପ୍ରତିବନ୍ଧକ ବୃଦ୍ଧି ଉପରେ ଆଲୋଚନା କରୁଛୁ ।"

5/7

ସୂଚନାଯୋଗ୍ୟ, ବୁଧବାର ମହାରାଷ୍ଟ୍ରରେ ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ୧୩,୬୫୯ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୨,୫୨,୦୫୭କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ୫୪ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ମୋଟ ମୃତକଙ୍କ ସଂଖ୍ୟା ୫୨,୬୧୦କୁ ବୃଦ୍ଧି ପାଇଛି । ଗତ ବର୍ଷ ଅକ୍ଟୋବର ୮ରେ ରାଜ୍ୟରେ ୧୩,୩୯୫ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ସେବେଠାରୁ ସଂକ୍ରମଣର ଦୈନିକ ମାମଲାରେ ହ୍ରାସ ଦେଖାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଟିକାକରଣ ସତ୍ତ୍ୱେ କାହିଁକି ବଢ଼ିବାରେ ଲାଗିଛି କୋରୋନା ମାମଲା? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ସବୁକିଛି

6/7

ଏହା ବ୍ୟତୀତ ମହାରାଷ୍ଟ୍ରରେ ବୁଧବାର ୯,୯୧୩ ସଂକ୍ରମିତ ସୁସ୍ଥ ହେବା ପରେ ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨୦,୯୯,୨୦୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୯୯.୦୦୮ ରହିଛି । ମୁମ୍ବାଇରେ କୋଭିଡ-19 ରୋଗୀଙ୍କ ସଂଖ୍ୟା ୩,୩୭,୧୩୪କୁ ବୃଦ୍ଧି ପାଇଛି। ଏହାସହ ପାଞ୍ଚ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୧,୫୧୫ରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ମହଙ୍ଗା ଭତ୍ତାର ୩ଟି ବକେୟା କିସ୍ତି

7/7

ଏଥି ସହିତ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ କୋରୋନା ମାମଲା ରୋକିବା ପାଇଁ ସାତ-ପଏଣ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି, ଯେପରିକି ନିକଟୀୟ ସମ୍ପର୍କର ଅନୁସନ୍ଧାନ, ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ, ଶୀଘ୍ର ଚିହ୍ନଟ, ହଟସ୍ପଟରେ ତୀବ୍ର ଅନୁସନ୍ଧାନ ଏବଂ ମୃତ୍ୟୁର ଅଡିଟ୍ । ମାର୍ଚ୍ଚ ୩ରେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଡକ୍ଟର ପ୍ରଦୀପ ବ୍ୟାସ ସମସ୍ତ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଏକ ଚିଠି ପଠାଇଛନ୍ତି ଏବଂ ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।