ଯୁକ୍ତ ୩ ଆଡମିଶନ: ୨୩-୨୮ ପର୍ଯ୍ୟନ୍ତ ଆବେଦନ, ଜାନୁଆରୀ ୬ରୁ ନାମଲେଖା
Advertisement
Article Detail0/zeeodisha/odisha812550

ଯୁକ୍ତ ୩ ଆଡମିଶନ: ୨୩-୨୮ ପର୍ଯ୍ୟନ୍ତ ଆବେଦନ, ଜାନୁଆରୀ ୬ରୁ ନାମଲେଖା

ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ କଲେଜ ପ୍ରିନ୍ସିପାଲଙ୍କୁ ଅବଗତ କରାଯାଇଛି। ଜାନୁଆରୀ ୨ ତାରିଖ ଶନିବାର ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ। 

ଯୁକ୍ତ ୩ ଆଡମିଶନ: ୨୩-୨୮ ପର୍ଯ୍ୟନ୍ତ ଆବେଦନ, ଜାନୁଆରୀ ୬ରୁ ନାମଲେଖା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ ଏବଂ ଅଟୋନୋମସ କଲେଜରେ (Autonomous College) ଖାଲି ପଡିଥିବା ଯୁକ୍ତ ୩ ସିଟ ଲାଗି ଚଳିତ ମାସ ୨୩-୨୮ ତାରିଖ ପର୍ଯ୍ୟନ୍ତ ପୁନର୍ବାର ଅନ୍‌ଲାଇନ୍‌ ଆବେଦନ କରିବେ ଛାତ୍ରୀଛାତ୍ରୀ। ଏହପରେ ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ନାମଲେଖା। ଯାହା ୧୦ ତାରିଖ ରବିବାର ପର୍ଯ୍ୟନ୍ତ ଚାଲିବ। ଯୁକ୍ତ ୩ରେ ଆଡମିଶନ (Plus Three Admission) ନେବା ଲାଗି ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଥିଲେ ମଧ୍ୟ ରାଜ୍ୟର ବିଭିନ୍ନ କଲେଜରେ ସିଟ୍ ଖାଲିପଡିଛି। 

ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ନେଇ ଉଚ୍ଚଶିକ୍ଷା ବିଭାଗ (Higher Education Department) ପକ୍ଷରୁ ରାଜ୍ୟର ସମସ୍ତ କଲେଜ ପ୍ରିନ୍ସିପାଲଙ୍କୁ ଅବଗତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନାମ ଲେଖା  ଚାଲିଥିବା ଯେଉଁ ଛାତ୍ରଛାତ୍ରୀ କମନ ଆପ୍ଲିକେସନ ଫର୍ମ-କ୍ୟାଫ୍ (CAF-Common Application Form) ଭରିନଥିଲେ ସେମାନେ ପୁଣି ଆବେଦନ କରିବା ସହ ଆବଶ୍ୟକୀୟ ଆଡମିଶନ ଫି (Admission Fee) ଡିପୋଜିଟ କରିବେ।   

Also Read: ରାଜ୍ୟରେ ଏବେ ଖୋଲିବ ନାହିଁ କଲେଜ
 

ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିବା ପରେ ମଧ୍ୟ ନାମ ଲେଖାଇନାହାଁନ୍ତି ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ କଲେଜ ଆଡମିଶନ ଲାଗି ପୁଣି ଥରେ ଆବେଦନ କରିବେ। ହେଲେ ଏଥର ସେମାନଙ୍କୁ ଆଡମିଶନ ଫି ଦେବାକୁ ହେବନି। ଜାନୁଆରୀ ୨ ତାରିଖ ଶନିବାର ମେରିଷ୍ଟ ଲିଷ୍ଟ (Merit List) ପ୍ରକାଶ ପାଇବ। ସେବେଠୁ ୬ ତାରିଖ ବୁଧବାର ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ-ସାମ୍ସ  (Students Academic Management System-SAMS) ଷ୍ଟୁଡେଣ୍ଟ ଆକାଉଣ୍ଟ (Student Account) ମାଧ୍ୟମରେ ଆଡମିଶନ ଫି ଡିପୋଜିଟ କରିବେ।