PM Kisan Yojana: ଆଜି ରାଜ୍ୟର ୨୫ ଲକ୍ଷ କୃଷକଙ୍କୁ ମିଳିବ ଦୀପବଳି ଭେଟି, ଜାଣନ୍ତୁ ଆକାଉଣ୍ଟକୁ ଆସିବ କେତେ ଟଙ୍କା
Advertisement
Article Detail0/zeeodisha/odisha1398432

PM Kisan Yojana: ଆଜି ରାଜ୍ୟର ୨୫ ଲକ୍ଷ କୃଷକଙ୍କୁ ମିଳିବ ଦୀପବଳି ଭେଟି, ଜାଣନ୍ତୁ ଆକାଉଣ୍ଟକୁ ଆସିବ କେତେ ଟଙ୍କା

PM Kisan Samman Nidhi: ପିଏମ କିସାନ ସମ୍ମାନ ନିଧି ଯୋଜନା ଅର୍ଥାତ ପିଏମ କିସାନର ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀପାବଳି (Diwali) ପୂର୍ବରୁ ମୋଦି ସରକାର (Modi government) ସୋମବାର ସାରା ଦେଶରେ ୧୨ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର କରିବେ ।

PM Kisan Yojana: ଆଜି ରାଜ୍ୟର ୨୫ ଲକ୍ଷ କୃଷକଙ୍କୁ ମିଳିବ ଦୀପବଳି ଭେଟି, ଜାଣନ୍ତୁ ଆକାଉଣ୍ଟକୁ ଆସିବ କେତେ ଟଙ୍କା

PM Kisan Samman Nidhi: କୃଷଙ୍କ ମୁହଁରେ ହସ ଫୁଟିବାକୁ ଯାଉଛି। ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ ଗିଫ୍ଟ। ସୋମବାର ଚାଷୀଙ୍କୁ ମିଳିବ ୧୬ ହଜାର କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କିସାନ ସମ୍ମାନ ନିଧି'ର ଦ୍ୱାଦଶ କିସ୍ତି ପ୍ରଦାନ କରିବେ। ପିଏମ୍ କିଷାନ ଅଧିନରେ ଏଯାଏ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି।  ପିଏମ କିସାନ ଯୋଜନାର ୧୨ତମ କିସ୍ତିର ଘୋଷଣା ସହ ପ୍ରଧାନମନ୍ତ୍ରୀ, ଦିଲ୍ଲୀରେ କିସାନ ସମ୍ମାନ ସମ୍ମିଳନୀର ଉଦଘାଟନ କରିବେ। ୬୦୦ କିଷାନ ସମୃଦ୍ଧି କେନ୍ଦ୍ର ଉଦଘାଟିତ ହେବ ।

ପିଏମ କିସାନ ଯୋଜନାର ୧୨ତମ କିସ୍ତିର ଅପେକ୍ଷାର ଅନ୍ତ ହୋଇଛି। ଦେଶର ଲକ୍ଷ ଲକ୍ଷ କୃଷକଙ୍କୁ ମିଳିବ ଦୀପାବଳି ଗିଫ୍ଟ। ଅକ୍ଟୋବର ୧୭ରେ ପିଏମ କିସାନର ଦ୍ୱାଦଶ କିସ୍ତି କୃଷକଙ୍କ ଆକାଉଣ୍ଟରେ ପହଞ୍ଚିବ। କାରଣ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ବା (ICAR)ର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ଓ ସେଠାରୁ ପିଏମ କିସାନର ୧୨ତମ କିସ୍ତିର ଘୋଷଣା କରିବେ। ଶେଷ ଥର ପାଇଁ ୩୧ ମେ'ରେ ପ୍ରଧାନମନ୍ତ୍ରୀ କିସାନ୍ ସାମ୍ମାନ ନିଧିର ୧୧ତମ କିସ୍ତି ଆସିଥିଲା। 

Also Read: Congress Polls Today: ଅଣଗାନ୍ଧୀ ହାତକୁ ଯିବ 'ହାତ', ୨୨ ବର୍ଷ ପରେ ଆଜି ପଡ଼ିବ ଭୋଟ

ସରକାରୀ କର୍ମଚାରୀମାନେ କହିଛନ୍ତି ଯେ, ଏହି ଯୋଜନାରେ ହେଉଥିବା ଅନିୟମିତତାକୁ ଦୃଷ୍ଟିରେ ରଖି eKYC କୁ ବାଧ୍ୟତାମୂଳକ କରାଯାଇଛି। ପିଏମ କିସାନ ପୋର୍ଟାଲକୁ ଯାଇ କୃଷକମାନେ KYC କରିପାରିବେ। eKYC ସରିବା ପରେ ସରକାର ଯାଞ୍ଚ କରିବେ ଏବଂ ପୂର୍ବ କିସ୍ତି ପୁନର୍ବାର ଚାଷୀଙ୍କ ଆକାଉଣ୍ଟରେ ପଠାଇବେ। KYC ଯାଞ୍ଚ ପାଇଁ କିସ୍ତିରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ଯେଉଁମାନଙ୍କୁ ୧୧ତମ କିସ୍ତି ମିଳିନାହିଁ, ସେମାନଙ୍କୁ ୧୨ତମ କିସ୍ତିରେ ଗତ ଦୁଇଟି କିସ୍ତିର ଟଙ୍କା (୪୦୦୦) ଆସିବ। ତେବେ କୃଷକମାନେ ଯଥାଶୀଘ୍ର KYC ଭରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି କ’ଣ?

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ୍ ନିଧି ଯୋଜନାର ଉଦ୍ଦେଶ୍ୟ ହେଉଛି ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା। କୃଷକଙ୍କ ଆୟ, ସମ୍ପତ୍ତି ଇତ୍ୟାଦିର ବିବରଣୀକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ପ୍ରତି ୪ ମାସରେ ୨୦୦୦ ଟଙ୍କା ଲେଖାଏଁ ଦେଉଛନ୍ତି। ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯାଉଛି। ଓଡିଶାର ପ୍ରାୟ ୨୫ ଲକ୍ଷ ୯୦ ହଜାର କୃଷକ, ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନାର ଲାଭ ପାଉଛନ୍ତି। ସାରା ଦେଶରେ ସାଢେ ନଅ କୋଟିରୁ ଊର୍ଦ୍ଧ୍ୱ କୃଷକ ପିଏମ କିସାନରେ ସହାୟତା ପାଉଛନ୍ତି।

Also Read: PM Kisan Yojana: ଏହି ଦିନ ଓଡ଼ିଶାର ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର

 

 ଏହିପରି ଚେକ୍ କରନ୍ତୁ ହିତାଧିକାରୀ ତାଲିକାରେ ନିଜର ନାମ

୧. ଆପଣଙ୍କର କିସ୍ତିର ସ୍ଥିତି ଦେଖିବାକୁ ଆପଣ ପ୍ରଥମେ ୱେବସାଇଟ  (https://pmkisan.gov.in/) କୁ ଯାଆନ୍ତୁ ।

୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା କୃଷକ କର୍ନର (Farmers Corner) ରେ କ୍ଲିକ୍ କରନ୍ତୁ ।

୩. ବର୍ତ୍ତମାନ ହିତାଧିକାରୀ ସ୍ଥିତି ବିକଳ୍ପ (Beneficiary Status) ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ଆପଣଙ୍କ ପାଖରେ ଏକ ନୂତନ ପେଜ୍ ଖୋଲିବ ।

୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।

୬. ଏହା ପରେ ଆପଣ ଆପଣଙ୍କର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ।