Congress Polls Today: ଅଣଗାନ୍ଧୀ ହାତକୁ ଯିବ 'ହାତ', ୨୨ ବର୍ଷ ପରେ ଆଜି ପଡ଼ିବ ଭୋଟ
Advertisement
Article Detail0/zeeodisha/odisha1398369

Congress Polls Today: ଅଣଗାନ୍ଧୀ ହାତକୁ ଯିବ 'ହାତ', ୨୨ ବର୍ଷ ପରେ ଆଜି ପଡ଼ିବ ଭୋଟ

Tharoor vs Kharge today:: ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି। ଏଥିରେ ପ୍ରାୟ ୯୦୦୦ କଂଗ୍ରେସ ସଦସ୍ୟ ଏବଂ ପ୍ରଦେଶ କଂଗ୍ରେସ ସଦସ୍ୟ ଭୋଟ୍ ଦେବେ। ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। 

Congress Polls Today: ଅଣଗାନ୍ଧୀ ହାତକୁ ଯିବ 'ହାତ', ୨୨ ବର୍ଷ ପରେ ଆଜି ପଡ଼ିବ ଭୋଟ

Congress president election today, ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଧି ପରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେଉଛି। ଆଜି AICC ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏ ଭୋଟିଂ ହେବ। ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। କର୍ଣ୍ଣାଟକରେ ଖଡ଼ଗେ ଏବଂ କେରଳରେ ଥରୁର ଭୋଟ୍ ଦେବେ। ତେବେ ନିର୍ବାଚନରେ ଯିଏ ବିଜୟ ହେଲେ ଆଧିକାରୀକ ଭାବେ ଜଣେ ଅଣଗାନ୍ଧୀ ଦଳ ପରିଚାଳନା କରିବେ। 

ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି। ଏଥିରେ ପ୍ରାୟ ୯୦୦୦ କଂଗ୍ରେସ ସଦସ୍ୟ ଏବଂ ପ୍ରଦେଶ କଂଗ୍ରେସ ସଦସ୍ୟ ଭୋଟ୍ ଦେବେ। ସେମାନେ ଭୋଟ୍ ଦେଇ ହାଇକମାଣ୍ଡଙ୍କୁ ବାଛିବେ। ଏଥର ଗାନ୍ଧୀ ପରିବାରରୁ କେହି ବି ପ୍ରାର୍ଥୀ ନାହାଁନ୍ତି। ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଉଭୟ କଂଗ୍ରେସକୁ ଶକ୍ତ ଏବଂ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। କୁହାଯାଉଛି ଯେ, ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସୋନିଆ ଗାନ୍ଧୀ ଗ୍ରୀନ ସିଗନାଲ ଦେଇଛନ୍ତି। ଶଶିଥରୁରଙ୍କ କହିବା ହେଲା, ତାଙ୍କୁ ଦଳର ଯୁବବର୍ଗ ସମର୍ଥନ ରହିଛି। 

Also Read: Manish Sisodia: AAPର ଖେଳ ବିଗାଡ଼ିଦେଲା CBI! 'ଗିରଫ ପୂର୍ବରୁ LGଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସୋମବାର ସକାଳୁ ବିଭିନ୍ନ ରାଜ୍ୟର ଦଳୀୟ କାର୍ଯ୍ୟାଳୟରେ ବିପୁଳ ଭିଡ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କେରଳରେ ଶଶି ଥରୁର ଭୋଟ୍ ଦେବେ। ସେହିପରି ଅନେକ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସେମାନଙ୍କ ମତଦାନ ପାଇଁ କର୍ଣ୍ଣାଟକରେ ବ୍ୟବସ୍ଥା କରାଯାଇଛି। ରାହୁଲ ଗାନ୍ଧୀଓ ସାଥିମାନେ ବଲାରିରେ କଣ୍ଟେନର ବୁଥରେ ମତଦାନ କରିବେ। ଦିଲ୍ଲୀରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂହଙ୍କ ସମେତ ୨୮୦ ଜଣ ନେତା ଭୋଟ ଦେବେ।

ଭୋଟିଂ ପାଇଁ ରବିବାର କଂଗ୍ରେସ ତରଫରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। କଂଗ୍ରେସ ନିର୍ବାଚନ ଅଧିକାରୀ ମଧୁସୁଦନ ମିସ୍ତ୍ରୀ କହିଛନ୍ତି ଯେ, ବାଲାଟ ପେପରରେ ଦୁଇଟି ନାଁ ରହିବ। ଭୋଟରମାନେ ଯାହାକୁ ଭୋଟ କରିବାକୁ ଚାହୁଁଛନ୍ତି, ତାଙ୍କ ନାମ ଆଗରେ 'ଠିକ୍' ଚିହ୍ନ ମାରିବେ। ଠିକ୍ ଚିହ୍ନ ବ୍ୟତୀତ ଅନ୍ୟକୌଣସି ପ୍ରତୀକ ବା ନମ୍ବର ଲେଖିଲେ ସେମାନଙ୍କ ଭୋଟ ଅଯୋଗ୍ୟ ହୋଇଯିବ। ଭୋଟ ପୂର୍ବରୁ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ପ୍ରଦେଶ ରିଟର୍ଣ୍ଣିଂ ଅଫିସରଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଛି। ତବେ ନିର୍ବାଚନରେ ମାତ୍ର ଦୁଇ ଜଣ ପ୍ରାର୍ଥୀ ଥିବାରୁ ଭୋଟରଙ୍କୁ କୌଣସି ଦ୍ୱନ୍ଦ ହେବ ନାହିଁ ବୋଲି କୁହାଯାଉଛି।