ପିଏମ କିସାନ ସମ୍ମାନ ନିଧି: ଏହି କାଗଜ ବିନା ମିଳିବ ନାହିଁ ୬୦୦୦ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ
Advertisement
Article Detail0/zeeodisha/odisha848359

ପିଏମ କିସାନ ସମ୍ମାନ ନିଧି: ଏହି କାଗଜ ବିନା ମିଳିବ ନାହିଁ ୬୦୦୦ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ଯୋଜନାର ଲାଭ ଉଠାଇବାକୁ ଯେକୌଣସି କୃଷକଙ୍କୁ କ୍ଷେତର ମ୍ୟୁଟେଶନ ବା ପରିବର୍ତ୍ତନ (ଦାଖଲ-ଖାରଜ) ନିଜ ନାମରେ କରିବାକୁ ପଡିବ । ଦେଶରେ ଲକ୍ଷ ଲକ୍ଷ ଏପରି କୃଷକ ଅଛନ୍ତି ଯେଉଁମାନେ ନିଜ କ୍ଷେତକୁ ନିଜ ନାମରେ କରି ନାହାଁନ୍ତି । 

ପିଏମ କିସାନ ସମ୍ମାନ ନିଧି: ଏହି କାଗଜ ବିନା ମିଳିବ ନାହିଁ ୬୦୦୦ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (Pradhan mantri kisan samman Nidhi scheme) ର ହିତାଧିକାରୀ ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି । କାରଣ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର 'ପିଏମ କିସାନ ସମ୍ମାନ ନିଧି' (PM KISAN Samman Nidhi) ର ନିୟମରେ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ୬୦୦୦ ଟଙ୍କା ସେହି ଚାଷୀଙ୍କୁ ପ୍ରଦାନ କରାଯିବ, ଯାହାର ନାମରେ ଚାଷ ଜମି ରହିଛି । ଅନେକ ପ୍ରକାରର ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାର କହିଛନ୍ତି ଯେ, ଏପରି କରିବା ଦ୍ୱାରା ପିଏମ କିସାନ ସମ୍ମାନ ନିଧିର ନାମରେ ଠକେଇ ହ୍ରାସ ପାଇବ ।

ଅଧିକ ପଢ଼ନ୍ତୁ:-'କିସାନ୍ ସମ୍ମାନ୍ ନିଧି' ଅଧୀନରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୧୮୦୦୦ ଟଙ୍କା ? ୬୯ ଲକ୍ଷ କୃଷକଙ୍କ ପାଇଁ ଗୃହମନ୍ତ୍ରୀ କଲେ ବଡ ଘୋଷଣା

ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ଯୋଜନାର ଲାଭ ଉଠାଇବାକୁ ଯେକୌଣସି କୃଷକଙ୍କୁ କ୍ଷେତର ମ୍ୟୁଟେଶନ ବା ପରିବର୍ତ୍ତନ (ଦାଖଲ-ଖାରଜ) ନିଜ ନାମରେ କରିବାକୁ ପଡିବ । ଦେଶରେ ଲକ୍ଷ ଲକ୍ଷ ଏପରି କୃଷକ ଅଛନ୍ତି ଯେଉଁମାନେ ନିଜ କ୍ଷେତକୁ ନିଜ ନାମରେ କରି ନାହାଁନ୍ତି । ଯେଉଁଥିପାଇଁ ଯୋଜନାର ଲାଭ ପୁରୁଣା ହିତାଧିକାରୀଙ୍କୁ ମିଳୁଛି ।

ଏହି ପରିବର୍ତ୍ତନ ହେବ

ସୂଚନା ଅନୁଯାୟୀ, ବର୍ତ୍ତମାନ ନୂତନ ପଞ୍ଜୀକରଣ କରୁଥିବା ଆବେଦନକାରୀଙ୍କୁ ମଧ୍ୟ ସେମାନଙ୍କ ଜମିର ପ୍ଲଟ୍ ନମ୍ବର ଫର୍ମରେ ଦେବାକୁ ପଡିବ । ଏଥି ସହିତ ଯେଉଁମାନଙ୍କର ଯୌଥ ପରିବାର ସେମାନେ ଆରଆଇରୁ ତହସିଲକୁ ଯାଇ ନିଜ ଅଂଶର ଜମିକୁ ନିଜ ନାଁ କରିବାକୁ ପଡିବ । ଯେଉଁ କୃଷକମାନେ ଏପରି କରିବେ ନାହିଁ ସେମାନଙ୍କୁ ସୁବିଧା ଦିଆଯିବ ନାହିଁ ।

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ ନିୟମରେ କ'ଣ ପରିବର୍ତ୍ତନ କରିଛି EPFO

ଏହି କୃଷକଙ୍କୁ ଆଉ ମିଳିବ ନାହିଁ ଲାଭ 

ଯଦି କୌଣସି କୃଷକ ଚାଷ କରନ୍ତି, କିନ୍ତୁ ଜମି ତାଙ୍କ ଜେଜେବାପା କିମ୍ବା ବାପାଙ୍କ ନାମରେ ଅଛି, ତେବେ ସେ ଲାଭ ପାଇବେ ନାହିଁ । ଅନେକ କୃଷକ ଜାଣନ୍ତି ନାହିଁ ଯେ ଯଦି ସେମାନଙ୍କ ପରିବାରରେ କୌଣସି କରଦାତା ଅଛନ୍ତି, ତେବେ ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ । ପରିବାର ଅର୍ଥ ସ୍ୱାମୀ ଓ ସ୍ତ୍ରୀ ଏବଂ ନାବାଳକ ସନ୍ତାନ । ଏହାର ଅର୍ଥ ହେଉଛି ଯଦି ଗତ ବର୍ଷ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରୁ ଆୟକର ଭରି ଥାଏ, ତେବେ ସେ ଏହି ଯୋଜନାର ଲାଭ ପାଇବେ ନାହିଁ । ଆସନ୍ତୁ ଜାଣିବା କେଉଁ କେଉଁ ଲୋକମାନେ ଏହି ଯୋଜନାର ଲାଭ ପାଇବେ ନାହିଁ...

୧. ଯେଉଁମାନେ କୃଷି କାର୍ଯ୍ୟ ପରିବର୍ତ୍ତେ ଅନ୍ୟ ଉଦ୍ଦେଶ୍ୟରେ କୃଷି ଜମି ବ୍ୟବହାର କରୁଛନ୍ତି । ଅନେକ କୃଷକ ଅନ୍ୟମାନଙ୍କ କ୍ଷେତରେ ଚାଷ କାର୍ଯ୍ୟ କରନ୍ତି, କିନ୍ତୁ ଜମିର ମାଲିକ ନୁହଁନ୍ତି । ଏହିପରି କୃଷକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

୨. ଯଦି ଜଣେ କୃଷକ ଚାଷ କରୁଛନ୍ତି, କିନ୍ତୁ କ୍ଷେତ ତାଙ୍କ ନାମରେ ନାହିଁ । ତେବେ ସେ ଏହି ଯୋଜନାର ଲାଭ ପାଇବେ ନାହିଁ । ଯଦିଓ ଏହି ଚାଷ ତାଙ୍କ ପିତା କିମ୍ବା ଜେଜେବାପାଙ୍କ ନାମରେ ନାଁରେ ରହିଛି, ସେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

୩. ଯଦି କାହାର କୃଷି ଜମି ଅଛି, କିନ୍ତୁ ସେ ଜଣେ ସରକାରୀ କର୍ମଚାରୀ କିମ୍ବା ଅବସରପ୍ରାପ୍ତ, ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ, ବିଧାୟକ, ମନ୍ତ୍ରୀ, ତେବେ ସେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ପାଇବେ ନାହିଁ । ବୃତ୍ତିଗତ ପଞ୍ଜୀକୃତ ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ, ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ କିମ୍ବା ଏପରିକି ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

୪. ଯଦି କୌଣସି ବ୍ୟକ୍ତିଙ୍କର ଚାଷଜମି ଅଛି କିନ୍ତୁ ମାସକୁ ୧୦,୦୦୦ରୁ ଅଧିକ ପେନସନ ପାଆନ୍ତି, ତେବେ ସେ ଏହି ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ । ଏଥି ସହିତ ଆୟକର ଦେଉଥିବା ପରିବାର ମଧ୍ୟ ଏହି ଯୋଜନାର ଲାଭ ପାଇବେ ନାହିଁ  ।

ଅଧିକ ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ସମର୍ଥନ କଲେ ରାକେଶ ଟିକାୟତ, କହିଲେ-୪ ଜଣ ହିଁ ଚଳାଉଛନ୍ତି...

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।