Omicron ଯୋଗୁଁ ରଦ୍ଦ ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ !
Advertisement
Article Detail0/zeeodisha/odisha1057243

Omicron ଯୋଗୁଁ ରଦ୍ଦ ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ !

ଏହା ଉପରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସୱାଇ କ୍ୟୁରେଶି ନିର୍ବାଚନ ସ୍ଥଗିତ ରଖିବା ସମ୍ବିଧାନର ଉଲ୍ଲଂଘନ ହେବ, ଏହି ପ୍ରଶ୍ନ ତ ଉଠିନାହିଁ। ରାଲି ଉପରେ ପ୍ରତିବନ୍ଧକ ଲଗାଇବା ଭଲ ହେବ।

Omicron ଯୋଗୁଁ ରଦ୍ଦ ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ !

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଓ ଓମିକ୍ରନ ଆତଙ୍କ ପୁଣିଥରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହି ସମୟ ମଧ୍ୟରେ ଆସନ୍ତାବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ବିଧାନସଭା ନିର୍ବାଚନ ଏବଂ ନିର୍ବାଚନ ସମାବେଶ ସ୍ଥଗିତ ରଖିବାକୁ ମତ ଦେଇଛନ୍ତି ପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏସ.ୱାଇ କ୍ୟୁରେଶି ।

ସୋମବାର ହୋଇଥିଲା ବୈଠକ 

ପ୍ରକୃତରେ ଆଗାମୀ ବିଧାନସଭା ନିର୍ବାଚନ (Assembly Election)  ପାଇଁ ପ୍ରସ୍ତୁତି ସମ୍ପର୍କରେ ସୋମବାର ଭାରତ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକରେ ଓମିକ୍ରନର ସ୍ଥିତି ଓ ଗମ୍ଭୀରତାକୁ ନେଇ ଏକ ତଥ୍ୟ ସମ୍ପର୍କିତ ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି।

 ଏସ.ୱାଇ କ୍ୟୁରେଶିଙ୍କ ବୟାନ

ଏହା ଉପରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସୱାଇ କ୍ୟୁରେଶି ନିର୍ବାଚନ ସ୍ଥଗିତ ରଖିବା ସମ୍ବିଧାନର ଉଲ୍ଲଂଘନ ହେବ, ଏହି ପ୍ରଶ୍ନ ତ ଉଠିନାହିଁ। ରାଲି ଉପରେ ପ୍ରତିବନ୍ଧକ ଲଗାଇବା ଭଲ ହେବ, ଏହି ନିୟମ ସମସ୍ତ ରାଜନୈତିକ ଦଳ (Political Party) ପାଇଁ ପ୍ରଯୁଜ୍ୟ ହେବ । 

ଜାନୁଆରୀରେ ପୁଣି ହେବ ବୈଠକ

ସୂଚନା ଅନୁଯାୟୀ, ଜାନୁଆରୀ ଆରମ୍ଭରେ ପୁନର୍ବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ନିର୍ବାଚନ ଆୟୋଗର ଏକ ବୈଠକ ହୋଇପାରେ। ଯଦିଓ ସୋମବାର ଅନୁଷ୍ଠିତ ବୈଠକ ପୂର୍ବରୁ କଳ୍ପନାଜଳ୍ପନା କରାଯାଇଥିଲା ଯେ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ (Assembly Election) କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇପାରନ୍ତି, କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବୈଠକରେ ସେପରି କୌଣସି ଔପଚାରିକ ଭାବେ ନିଷ୍ପତ୍ତି ନିଆଯାଇନାହିଁ।

ମାମଲା ୨୫ ପ୍ରତିଶତ ବଢିପାରେ

ସେପଟେ ଆସନ୍ତା ତିନି ମାସ ମଧ୍ୟରେ ସଂକ୍ରମଣ (Corona Infection)  ଦ୍ରୁତଗତିରେ ବିସ୍ତାର ହୋଇପାରେ ନା ନାହିଁ ତାହା ଉପରେ ନିର୍ବାଚନ ଆୟୋଗ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଉପରେ ନଜର ରଖିବାକୁ କହିଛନ୍ତି। ଏହା ଉପରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଏହା କୁହାଯାଇପାରିବ ନାହିଁ, କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖିଲେ ମାମଲା ଆଗକୁ ୨୫ ପ୍ରତିଶତ ବଢିପାରେ।

Also Read: ଚାକିରୀ କରୁଛି ଜଣେ, ହେଲେ ଦୁଇଜଣଙ୍କ ଦରମା ଦେଉଛି ଏହି ରାଜ୍ୟର ସରକାର

Also Read: ସୋଭିଏତ ସଂଘ ପରି ଶୀତଳ ଯୁଦ୍ଧରେ ହାରିବ ନାହିଁ ଚୀନ, ଆମେରିକାକୁ ଧମକ ଦେଲା ଡ୍ରାଗନ୍

Also Read: ଆସୁଛି ନୂଆବର୍ଷ ୨୦୨୨: ଚମକିବେ ଏହି ୬ ରାଶି, କ୍ୟାରିଅରରେ ଅଛି ଏହି ଉନ୍ନତି