ସିଜେଆଇ ବୋବଡେଙ୍କୁ ନେଇ ପ୍ରଶାନ୍ତ ଭୂଷଣଙ୍କ ଆଉ ଏକ ବିବାଦୀୟ ଟ୍ୱିଟ୍, ଏଥର ବି ଅବମାନନା ?
Advertisement

ସିଜେଆଇ ବୋବଡେଙ୍କୁ ନେଇ ପ୍ରଶାନ୍ତ ଭୂଷଣଙ୍କ ଆଉ ଏକ ବିବାଦୀୟ ଟ୍ୱିଟ୍, ଏଥର ବି ଅବମାନନା ?

ଜଣେ ସାମାଜିକ କର୍ମୀ ଭାବରେ ପରିଚିତ ପ୍ରଶାନ୍ତ ଭୂଷଣଙ୍କ ଏହି ଟ୍ୱିଟ ପରେ କୋର୍ଟ ମଧ୍ୟ ଏହି ମାମଲାରେ ଅବମାନନା ନୋଟିସ ଜାରି କରିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶ୍ନ ଏହା ମଧ୍ୟ ଯେ CJI କୌଣସି ରାଜ୍ୟ ସରକାରଙ୍କ ଠାରୁ ଏହି ସୁବିଧା ନେବାକୁ ଅଧିକୃତ କି ନାହିଁ ।

ସିଜେଆଇ ବୋବଡେଙ୍କୁ ନେଇ ପ୍ରଶାନ୍ତ ଭୂଷଣଙ୍କ ଆଉ ଏକ ବିବାଦୀୟ ଟ୍ୱିଟ୍, ଏଥର ବି ଅବମାନନା ?

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (CJI) ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ (SA Bobde) ଙ୍କ ଉପରେ ଟ୍ୱିଟ୍ କରି କୋର୍ଟର ଅବମାନନାର କାର୍ଯ୍ୟାନୁଷ୍ଠାନର ସାମ୍ନା କରିସାରିଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ (Prashant Bhushan) ଅନ୍ୟ ଏକ ଟ୍ୱିଟ୍ କରିଛନ୍ତି । ଭୂଷଣଙ୍କ ଏହି ଟ୍ୱିଟ୍ ମଧ୍ୟ CJI ଉପରେ ରହିଛି । ଯେଉଁଥିରେ ସେ କାହ୍ନା ପାର୍କ ଭ୍ରମଣ ବେଳେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରଧାନ ବିଚାରପତିଙ୍କୁ ବିଶେଷ ଚପର ପ୍ରଦାନ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ତେଜସ୍ୱୀଙ୍କ ଗଣିତ ନୀତିଶଙ୍କ ଉପରେ ପଡ଼ିବ ଭାରି

ବୁଧବାର ଏକ ଟ୍ୱିଟ୍‌ରେ ଭୂଷଣ କହିଛନ୍ତି ଯେ, "ମଧ୍ୟପ୍ରଦେଶ ସରକାର ଯୋଗାଇ ଦେଇଥିବା ଏକ ଚପରରେ ସିଜେଆଇ ବୋବଡେ କାହ୍ନା ଜାତୀୟ ଉଦ୍ୟାନ ଏବଂ ନିଜ ସହର ନାଗପୁର ଯାଇଥିଲେ । ଏପରି ସମୟରେ ସିଜେଆଇ ଚାପର ସେବା ନେଇଛନ୍ତି ଯେତେବେଳେ ମଧ୍ୟପ୍ରଦେଶରେ ଅଯୋଗ୍ୟ କରାଯାଇଥିବା ବିଧାୟକଙ୍କ ମାମଲା ତାଙ୍କ ସମ୍ମୁଖରେ ବିଚାରାଧୀନ ରହିଛି ଓ ମଧ୍ୟପ୍ରଦେଶ ସରକାର କ୍ଷମତାରେ ରହିବା ଏହି ମାମଲାର ରାୟ ଉପରେ ନିର୍ଭର କରୁଛି ।"

ସୂଚନାଯୋଗ୍ୟ, ଜଷ୍ଟିସ ବୋବଡେ ରବିବାର ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର କାହ୍ନା ଜାତୀୟ ଉଦ୍ୟାନରେ ପହଞ୍ଚି ମଙ୍ଗଳବାର ସେଠାରୁ ଫେରିଥିଲେ । କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚରେ କମଲ ନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ମଧ୍ୟପ୍ରଦେଶରେ ଭାଙ୍ଗି ଯାଇଥିଲା । ଏହି ମାମଲାରେ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି ।

ଜଣେ ସାମାଜିକ କର୍ମୀ ଭାବରେ ପରିଚିତ ପ୍ରଶାନ୍ତ ଭୂଷଣଙ୍କ ଏହି ଟ୍ୱିଟ ପରେ କୋର୍ଟ ମଧ୍ୟ ଏହି ମାମଲାରେ ଅବମାନନା ନୋଟିସ ଜାରି କରିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶ୍ନ ଏହା ମଧ୍ୟ ଯେ CJI କୌଣସି ରାଜ୍ୟ ସରକାରଙ୍କ ଠାରୁ ଏହି ସୁବିଧା ନେବାକୁ ଅଧିକୃତ କି ନାହିଁ ।

ଅଧିକ ପଢ଼ନ୍ତୁ:-'ଯଦି ମୋ ପଛରେ ଇଡି ଲଗାଇବେ, ତେବେ ତୁମର ସିଡି ଚାଲାଇଦେବି'

ତେବେ ଏହି ମାମଲାରେ ଟାଇମ୍ସ ଅଫ୍ ଇଣ୍ଡିଆ ସୂତ୍ରରୁ ପ୍ରକାଶ ଯେ, ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ରାଜ୍ୟରେ ଅତିଥି ଭାବରେ ସ୍ୱାଗତ କରାଯାଏ ଏବଂ ସେମାନଙ୍କୁ ରହିବା, ଯିବା-ଆସିବା ଏବଂ ନିରାପତ୍ତା ସୁବିଧା ଦିଆଯାଇଥାଏ । କିଛି ମାସ ପୂର୍ବେ ବୋବଡେ ଶନି ସିଙ୍ଗାପୁରକୁ ଯାଇ ନାଗପୁରକୁ ଫେରିଥିଲେ, ସେତେବେଳେ ତାଙ୍କୁ ମହାରାଷ୍ଟ୍ର ସରକାର ଚପର ଯୋଗାଇ ଦେଇଥିଲେ । ତେଣୁ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇବାର କୌଣସି ଅର୍ଥ ନାହିଁ ।

ପ୍ରଶାନ୍ତ ଭୂଷଣ ଜୁନ୍ ମାସରେ ସୁପ୍ରିମକୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କୁ ନେଇ ଦୁଇଟି ଟ୍ୱିଟ୍ କରିଥିଲେ । ଯାହା ଉପରେ ସୁପ୍ରିମକୋର୍ଟ ସ୍ୱତଃ ସଂଜ୍ଞାନ ନେଇ ଶୁଣାଣି କରିଥିଲେ । ଶୁଣାଣି ପରେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।