Happy Diwali Wish: ଆଜି ଦୀପାବଳି ,ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha1408828

Happy Diwali Wish: ଆଜି ଦୀପାବଳି ,ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Happy Diwali Wish: ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଥିବାରୁ ଆଜି ପୟାଶ୍ରାଦ୍ଧ ସହ ବଡବଡୁଆ ଡକାଯିବ। କାଳୀ ପୂଜା ମଧ୍ୟ ହେବ। କୋରୋନା କଟକଣା ପାଇଁ ୨ ବର୍ଷ ହେଲା ଫିକା ପଡିଥିବା ଦୀପାବଳି ଏବର୍ଷ ବେଶ୍ ଜମିବ । ଦୀପାବଳୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ସୌଜନ୍ୟ : ସୋସିଆଲ ମିଡିଆ

Happy Diwali Wish: ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଥିବାରୁ ଆଜି ପୟାଶ୍ରାଦ୍ଧ ସହ ବଡବଡୁଆ ଡକାଯିବ। କାଳୀ ପୂଜା ମଧ୍ୟ ହେବ। କୋରୋନା କଟକଣା ପାଇଁ ୨ ବର୍ଷ ହେଲା ଫିକା ପଡିଥିବା ଦୀପାବଳି ଏବର୍ଷ ବେଶ୍ ଜମିବ ।  ଦୀପାବଳୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଟ୍ବିଟ ଜରିଆରେ ଶୁଭେଚ୍ଛା ଜଣାଇ ରାଷ୍ଚ୍ରପତି ଲେଖିଛନ୍ତି ଯେ, 'ସମସ୍ତ ଦେଶବାସୀଙ୍କୁ ଦୀପାବଳୀର ହାର୍ଦ୍ଦିକ ଶୁଭକାମନା । ଆଶାର ଏହି ପବିତ୍ର ପର୍ବରେ ଜ୍ଞାନର ଉର୍ଜାର ଦୀପକୁ ପ୍ରଜ୍ଜୋଳିତ କରି ସମସ୍ତଙ୍କ ଜୀବନରେ ଖୁସି ଆଣିବାକୁ ପ୍ରୟାସ କରନ୍ତୁ । ଏହି ମହାପର୍ବରେ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଯାଉ ଏତିକି ପ୍ରାର୍ଥନା '।

 

 

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଟୁଇଟ୍ ମାଧ୍ୟମରେ କରିଛନ୍ତି , 'ଦୀପାବଳିରେ ସମସ୍ତଙ୍କୁ ଢେର ଶୁଭେଚ୍ଛା । ଏହି ପର୍ବରେ ସମସ୍ତଙ୍କ ଜୀବନରେ ଖୁସି ଓ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସୁ । ପରିବାର ଓ ବନ୍ଧୁଙ୍କ ସହ ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳନ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ' । ସେହିପରି ଅମିତ ଶାହା ମଧ୍ୟ ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଟୁଇଟରେ ଲେଖିଛନ୍ତି ଯେ, ଦୀପାବଳି ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ,'ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ଆଣୁ ' । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦୀପାବଳିର ଶୁଭଚ୍ଛା ଜଣାଇଛନ୍ତି , ସେ ଟୁଇଟ କରିଛନ୍ତି ଯେ,'ଆପଣ ସମସ୍ତଙ୍କୁ ବହୁତ ବହୁତ ଦିୱାଲୀ ଶୁଭେଚ୍ଛା ! ଏହି ପବିତ୍ର ପର୍ବ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧତା ସ୍ୱାସ୍ଥ୍ୟ ଆଣୁ, ଏହା ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା ,ଶୁଭ ଦୀପାବଳୀ' । 

 

କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ , ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟା ଅମାବାସ୍ୟା କହନ୍ତି । ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି ।