Advertisement
Article Detail0/zeeodisha/odisha2309932
Zee OdishaOdisha National-InternationalParliament Session: ସରକାରଙ୍କ ତୃତୀୟ ପାଳିର ଆଭିମୁଖ୍ୟ ହେବ ସ୍ପଷ୍ଟ : ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

Parliament Session: ସରକାରଙ୍କ ତୃତୀୟ ପାଳିର ଆଭିମୁଖ୍ୟ ହେବ ସ୍ପଷ୍ଟ : ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

Parliament Session( ନୂଆଦିଲ୍ଲୀ): ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏଥିଲାଗି ସଂସଦର ଏକ ଯୁଗ୍ମ ଅଧିବେଶନ ଡକାଯାଇଛି। ଲୋକସଭା ଗୃହରେ ଏହି ମିଳିତ ଅଧିବେଶନ ବସିବ। ସକାଳ ୧୧ଟା ବେଳେ ଭାରତର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସଂସଦରେ ସ୍ୱାଗତ କରାଯିବ।

Parliament Session: ସରକାରଙ୍କ ତୃତୀୟ ପାଳିର ଆଭିମୁଖ୍ୟ ହେବ ସ୍ପଷ୍ଟ : ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

Parliament Session( ନୂଆଦିଲ୍ଲୀ): ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏଥିଲାଗି ସଂସଦର ଏକ ଯୁଗ୍ମ ଅଧିବେଶନ ଡକାଯାଇଛି। ଲୋକସଭା ଗୃହରେ ଏହି ମିଳିତ ଅଧିବେଶନ ବସିବ। ସକାଳ ୧୧ଟା ବେଳେ ଭାରତର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସଂସଦରେ ସ୍ୱାଗତ କରାଯିବ। ପରମ୍ପରା ଅନୁସାରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି, ଲୋକସଭାର ବାଚସ୍ପତି, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, ମହାସଚିବ ପ୍ରମୁଖ ଏହି ସ୍ୱଗତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। 

ରାଷ୍ଟ୍ରପତି ଗୃହ ଭିତରକୁ ପ୍ରବେଶ ବେଳେ ତାଙ୍କ ସହ ଲୋକସଭା ବାଚସ୍ପତିଙ୍କ ଡାହାଣ  ପାଖରେ ପ୍ରତିଷ୍ଠା କରାଯାଇଥିବା ସିଙ୍ଗୋଲକୁ ଆଗେ ଆଗେ ନିଆଯିବ। ଏହି ପରମ୍ପରା ଭାରତୀୟ ଗଣତନ୍ତ୍ରର ନିଆରାପଣକୁ ସାରା ବିଶ୍ୱରେ ପରିଚିତ କରାଇଛି। ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଦନର ଦୁଇ ଗୃହର ସଦସ୍ୟଙ୍କୁ ଆସନ ଗ୍ରହଣ ପାଇଁ ଅନୁରୋଧ କରାଯିବ। ପରେ ଆରମ୍ଭ ହେବ ରାଷ୍ଟ୍ରପତିଙ୍କ ଅଭିଭାଷଣ। 

ଏଥର ରାଷ୍ଟ୍ରପତିଙ୍କ ଅଭିଭାଷଣ ଅଷ୍ଟାଦଶ ଲୋକସଭାର ସଦସ୍ୟଙ୍କ ପାଇଁ ପ୍ରଥମ ଅଭିଭାଷଣ ହେବ। ରାଷ୍ଟ୍ରପତି ଭାବେ ସବୁ ସଦସ୍ୟଙ୍କୁ ସେ ବିଜୟ ଶୁଭେଚ୍ଛା ଦେବା ସହ ଗଣତନ୍ତ୍ରର ରକ୍ଷା ପାଇଁ ମନ୍ତ୍ର ଦେବେ।  ମୂଳତଃ ତାଙ୍କ ପ୍ରଥମ ଅଭିଭାଷଣ  ନୂଆ ସରକାରଙ୍କ ଆଭିମୁଖ୍ୟକୁ ବ୍ୟାଖ୍ୟା କରିବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଗୃହକୁ କିଛି ସମୟ ପାଇଁ ମୁଲତବୀ ଘୋଷଣା କରାଯିବ। ଲୋକସଭାର ପରମ୍ପରା ଅନୁସାରେ ପ୍ରାୟ ଅଧଘଣ୍ଟା ପରେ ପୁଣିଥରେ ଉଭୟ ଗୃହ ନିଜ ନିଜ ସ୍ଥାନରେ ବସି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆଜିଠାରୁ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଏହା ୩ ତାରିଖ ଯାଏ ଚାଲିବ। 

Add Zee News as a Preferred Source

ଗତ ୨୪ ତାରିଖରୁ ଲୋକସଭାର ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦୁଇଦିନରେ ସଦସ୍ୟମାନଙ୍କୁ ଶପଥ ପାଠ କରାଯିବା ସହ ତୃତୀୟ ଦିନରେ ସଦସ୍ୟମାନେ ବାଚସ୍ପତିଙ୍କୁ ନିର୍ବାଚିତ କରିଛନ୍ତି। ଗୃହର ସଦସ୍ୟ ତଥା ପୂର୍ବତନ ବାଚସ୍ପତି ଓମ୍‍ ବିର୍ଲାଙ୍କୁ ଲଗାତାର ଦ୍ୱିତୀୟଥର ପାଇଁ ଗୃହର ସଦସ୍ୟମାନେ ବାଚସ୍ପତି ଭାବେ ନିର୍ବାଚିତ କରିଥିଲେ। ପ୍ରଥମେ ଗୃହର ନେତା ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସ୍ତାବ ମାଧ୍ୟମରେ ରାଜସ୍ଥାନ କୋଟାରୁ ସାଂସଦ ଭାବେ ନିର୍ବାଚିତ ଓମ୍‍ ବିର୍ଲାଙ୍କ ନାମକୁ ଗୃହର ବାଚସ୍ପତି ଭାବେ ନିର୍ବାଚିତ କରିବା ଲାଗି ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ପରେ ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ସମର୍ଥନ କରିଥିଲେ। ପରେ ଗୃହର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ  ଏକ ପ୍ରସ୍ତାବ ଆଗତ କରିଥିଲେ। ଯେଉଁଥିରେ କେ ସୁରେଶଙ୍କୁ ବାଚସ୍ପତି ଭାବେ ଗ୍ରହଣ କରିବା ଲାଗି ଦାବି କରାଯାଇଥିଲା। ପରେ ପ୍ରଧାନମନ୍ତ୍ରୀ ଆଗତ କରିଥିବା ପ୍ରସ୍ତାବକୁ ପ୍ରଥମେ ବାଚନିକ ଭୋଟ ମାଧ୍ୟମରେ ଗ୍ରହଣ କରିବା ଲାଗି ସାମୟିକ ବାଚସ୍ପତି ଭର୍ତ୍ତୃହରି ମହତାବ ଆହ୍ୱାନ କରିଥିଲେ। ଏଥିପାଇଁ ଅଧିକ ଭୋଟ ମିଳିଥିବାରୁ ଆଉ ପରମ୍ପରା ଅନୁସାରେ ଦ୍ୱାତୀୟ ପ୍ରସ୍ତାବ ପାଇଁ ଭୋଟ ଗ୍ରହଣ କରାଯାଇ ନଥିଲା।

 

About the Author