Advertisement
Article Detail0/zeeodisha/odisha663334
Zee OdishaOdisha National-Internationalକୋରୋନାକୁ ନେଇ ପ୍ରିୟଙ୍କାଙ୍କ ଟ୍ୱିଟ, ମୋଦି ସରକାରଙ୍କୁ କଲେ ଏହି ଅପିଲ

କୋରୋନାକୁ ନେଇ ପ୍ରିୟଙ୍କାଙ୍କ ଟ୍ୱିଟ, ମୋଦି ସରକାରଙ୍କୁ କଲେ ଏହି ଅପିଲ

ବିରୋଧୀ ଦଳ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ  କୋରୋନା ଭୂତାଣୁ ଉପରେ ଏକ ଟ୍ୱିଟ୍ କରିଛନ୍ତି ।  କୋରୋନା ଟେଷ୍ଟିଂ ହାର ବୃଦ୍ଧି କରିବାକୁ ଦାବି କରିଛନ୍ତି ସେ ।

କୋରୋନାକୁ ନେଇ ପ୍ରିୟଙ୍କାଙ୍କ ଟ୍ୱିଟ, ମୋଦି ସରକାରଙ୍କୁ କଲେ ଏହି ଅପିଲ

ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁ ଏକ ମହାମାରୀ ରୂପେ ଗ୍ରହଣ କରିସାରିଛି । ଦେଶରେ କୋରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସରକାର ୨୧ ଦିନର ଲକ୍ ଡାଉନ୍ କରିଛି । ରେଳ, ବସ୍ ଏବଂ ବିମାନ ଚଳାଚଳ ବନ୍ଦ ରହିଛି । କୋରୋନା ଭୂତାଣୁ ବ୍ୟାପିବାର ଗତି ବନ୍ଦ କରିବାକୁ ସରକାରରେ ବୈଠକ ପରେ ବୈଠକ କରିଚାଲିଛି।

ଏସବୁ ମଧ୍ୟରେ ବିରୋଧୀ ଦଳ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ  କୋରୋନା ଭୂତାଣୁ ଉପରେ ଏକ ଟ୍ୱିଟ୍ କରିଛନ୍ତି ।  କୋରୋନା ଟେଷ୍ଟିଂ ହାର ବୃଦ୍ଧି କରିବାକୁ ଦାବି କରିଛନ୍ତି ସେ । ଟେଷ୍ଟିଂ ହାର ବଢେଇବା ଆବଶ୍ୟକ ବୋଲି ପ୍ରିୟଙ୍କା ଟ୍ୱିଟ୍ କରି କହିଛନ୍ତି । ସେ ନିଜ ଆହୁରି କହିଛନ୍ତି ଯେ, ଟେଷ୍ଟିଂ କରିବା ଦ୍ୱାରା ଏବେ ରୋଗର ଗମ୍ଭୀରତା ଏବଂ ଫୋକାଲ୍ ପଏଣ୍ଟ ବିଷୟରେ ଅଧିକ ମୂଲ୍ୟବାନ ସୂଚନା ପ୍ରାପ୍ତ ହୋଇପାରିବ ।

ଲକ୍ ଡାଉନର ଫଳାଫଳ ପାଇବା ପାଇଁ ଏହାକୁ ଉତ୍ସାହିତ କରାଯିବା ଆବଶ୍ୟକ । ବ୍ୟାପକ ପରିମାଣରେ ଗବେଷଣା ଦେଶର ଚିକିତ୍ସା ଭିତ୍ତିଭୂମି ବ୍ୟବସ୍ଥାକୁ ସାହାଯ୍ୟ କରିବ । ସରକାର ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରିୟଙ୍କା କହିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, କଂଗ୍ରେସ ୱାର୍କିଂ କମିଟି ବୈଠକ ପରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଥିଲେ ।

About the Author