• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ବିକାଶ ଏନକାଉଣ୍ଟର ମାମଲା, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ବିକାଶ ଏନକାଉଣ୍ଟର ମାମଲା, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ସୁପ୍ରିମକୋର୍ଟକୁ ଗଲା ଏନକାଉଣ୍ଟର ମାମଲା

Edited By:Zee Odisha Desk
Published: Jul 10, 2020, 10:55 AM IST|Updated: Jul 10, 2020, 10:55 AM IST
joinshare
ବିକାଶ ଏନକାଉଣ୍ଟର ମାମଲା, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ତିଆରି ନୂଆ ରାଜସ୍ୱ ଭବନ, 'ବ୍ରହ୍ମୋସ' କିଣିବ ଇଣ୍ଡୋନେସିଆ ଓ ଅନ୍ୟ ଖବର

    Top 10 News: ତିଆରି ନୂଆ ରାଜସ୍ୱ ଭବନ, 'ବ୍ରହ୍ମୋସ' କିଣିବ ଇଣ୍ଡୋନେସିଆ ଓ ଅନ୍ୟ ଖବର

    top 10 news today4:30 PM IST
    2

    ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା, ୩ ପ୍ଲାଟୁନ୍‌ ପୋଲିସ ମୁତୟନ

    RD UniversityJul 07
    3

    ଭାରତଠାରୁ 'ବ୍ରହ୍ମୋସ' ଏବଂ 'ଅସ୍ତ୍ର' କ୍ଷେପଣାସ୍ତ୍ର କିଣିବ ଇଣ୍ଡୋନେସିଆ !

    Odia NewsJul 07
    4

    Odisha News: ପାରିବାରିକ କଳହ ଯୋଗୁଁ ଜୀବନ ହାରିଲେ ଯବାନ!

    Odisha newsJul 07
    5

    ଗାଧୋଇବା ବେଳେ ଭାସିଗଲେ ୨ଜଣ, ଖୋଜୁଛି ଅଗ୍ନିଶମ ବାହିନୀ

    Odia NewsJul 07

    ନୂଆଦିଲ୍ଲୀ: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ କାନପୁର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ବିକାଶ ଦୁବେର ନିହତ ହେବା ଖବରରକୁ ମଧ୍ୟ ଡାକ୍ତର  ସ୍ପଷ୍ଟ କରିଛନ୍ତି। ତେବେ ଏନକାଉଣ୍ଟରକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି। ସେପଟେ ସୁପ୍ରିମକୋର୍ଟରେ ଏକ ଜନହିତ ମାମଲା ମଧ୍ୟ ଫାଇଲ ହୋଇଥିବା ଜଣାପଡ଼ିଛି। ତେବେ ଏହି ଯାଚିକା ଗୁରୁବାର ବିଳମ୍ବିତ ରାତିରେ ହିଁ କରାଯାଇଥିଲା। ତେବେ ଏହି ଯାଚିକାରେ ଦର୍ଶାଯାଇଥିବା କାରଣଗୁଡ଼ିକ ବେଶ ଚକିତ କରିଦେବ। 

    ଜନହିତ ମାମଲାରେ ଏନକାଉଣ୍ଟରର ସମ୍ଭାବନାକୁ ନେଇ ଉଲ୍ଲେଖ ରହିଛି। ସୁପ୍ରିମକୋର୍ଟର ଓକିଲ ଘନଶ୍ୟାମ ଉପାଧ୍ୟାୟ ଏହି ମାମଲା ରୁଜୁ କରିଛନ୍ତି। ତେବେ ଏହି ମାମଲାର ଶୁଣାଣି ଆଜି କରିବାକୁ ସେ ଦାବି କରିଛନ୍ତି। ତେବେ ଯାଚିକାରେ ସେ କହିଛନ୍ତି କି, ମିଡ଼ିଆ ରିପୋର୍ଟ ଅନୁଯାୟୀ ମହାକାଳ ମନ୍ଦିରରେ ବିକାଶ ନିଜେ ହିଁ ସୁରକ୍ଷା କର୍ମୀଙ୍କୁ ସୂଚନା ଦେଇଥିଲେ। ପୂର୍ବରୁ ଆତ୍ମସମର୍ପଣ ନେଇ ଚର୍ଚ୍ଚା ହେଉଥିବା ବେଳେ ମିଡ଼ିଆ ରିପୋର୍ଟରୁ ମଧ୍ୟ ତାହା ହିଁ ବାରି ହୋଇ ପଡ଼ିଛି ବୋଲି ସେ ଯାଚିକାରେ ଉଲ୍ଲେଖ କରିଛନ୍ତି। 

    ଜନହିତ ମାମଲାରେ ସେ ଉତ୍ତରପ୍ରଦେଶ ପୋଲିସର ଭୁମିକା ଉପରେ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି। ଯାଚିକାରେ ସେ ଆହୁରି ମଧ୍ୟ କହିଛନ୍ତି ବିକାଶ ଦୁବେ ମଧ୍ୟ ପ୍ରଦେଶ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଯୋଜନା କରିଥିଲେ। ଯେପରି ଭିଡ଼ ନ ହୁଏ, ସେଥିପାଇଁ ବିକାଶ ମହାକାଳ ମନ୍ଦିର ନିକଟରେ ପହଞ୍ଚିଥିଲା। ଯାଚିକାରେ ଲେଖାଯାଇଛି ଯେ, ବିକାଶ ଦୁବେ ଗିରଫଦାରୀ ପରେ ଉତ୍ତରପ୍ରଦେଶ ପୋଲିସ ଏନକାଉଣ୍ଟରର ସମ୍ଭାବନା ରହିଛି। ତେବେ ସକାଳୁ ବିକାଶ ଦୁବେକୁ ଏନକାଉଣ୍ଟର କରାଯାଇଛି। ଏହି ଘଟଣାର ଯାଞ୍ଚ ସୁପ୍ରିମକୋର୍ଟର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସିବିଆଇ ଯାଞ୍ଚ କରିବାକୁ ସେ ଅନୁରୋଧ କରିଛନ୍ତି। 

    ଯାଚିକାରେ ଆହୁରି ମଧ୍ୟ କୁହାଯାଉଛି, ବିକାଶର ଘର, ସପିଂ ମଲ ଓ ଗାଡି ଗୁଡ଼ିକ ଭାଙ୍ଗିବା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସର ବିରୋଧରେ ମାମଲା ରୁଜୁ ହେବାର ଆବଶ୍ୟକତା ରହିଛି। ଏହା ସହିତ ମାମଲାର ଯାଞ୍ଚ ହେବା ସମୟ ଧାର୍ଯ୍ୟ ହେବା ଆବଶ୍ୟକତା ରହିଛି। 
    ସୁଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ କାନପୁର ନିକଟସ୍ଥ ଭୌତି ଇଲାକାରେ ଏନକାଉଣ୍ଟରରେ ବିକାଶକୁ ହତ୍ୟା କରିଦିଆଯାଇଥିଲା। ଏନେଇ ପୋଲିସ ଅଧିକାରୀମାନେ ସୂଚନା ଦେଇଥିଲେ। ପୋଲିସ ଏଡ଼ିଜି ଜେଏନ ସିଂ କହିଛନ୍ତି ପୋଲିସ ଓ ଏସଟିଏଫ ଗାଡ଼ି ବିକାଶକୁ ନେଇ ଉଜ୍ଜୈନରୁ କାନପୁର ଅଭିମୁଖେ ଆସୁଥିଲା। ଭୌତି ନିକଟରେ ବିକାଶକୁ ନେଇ ଆସୁଥିବା ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ବିକାଶ ଖସିଯିବାକୁ ଉଦ୍ୟମ କରିଥିଲା। ଏପରିକି ପୋଲିସ ନିକଟରୁ ବନ୍ଧୁକ ଛଡ଼ାଇ ନେଇ ପୋଲିସକୁ ଗୁଳି ଚଳାଇଥିଲା। ଫଳରେ ପୋଲିସ ନିଜ ସୁରକ୍ଷା କରିବାକୁ ଗୁଳି ଚଳାଇଥିଲା। ଫଳରେ ପୋଲିସ ଗୁଳିରେ ମୃତ୍ୟୁ ହୋଇଥିଲା। 

    ସେପଟେ ବିକାଶ ଏନକାଉଣ୍ଟରର ନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କହିଛନ୍ତି, ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି। ବିକାଶ ଦୁବେ କେଉଁ କେଉଁ ରାଜନୈତିକ ଲୋକମାନଙ୍କ ସହିତ ସମ୍ପର୍କ ରହିଥିଲା, ତାହା ସମ୍ପର୍କରେ ସମସ୍ତ ତଥ୍ୟ ଲୁଚି ରହିଗଲା। ଏପରିକି ପୋଲିସ ଅନ୍ୟ ଅଧିକାରୀମାନଙ୍କ ସହିତ ସମ୍ପର୍କ ରହିଥିଲା। ଯାହା ସମ୍ପର୍କରେ ଆଉ କେହି ଜାଣିପାରିବେ ନାହିଁ ବୋଲି ସେ କହିଛନ୍ତି। ବିଗତ ୩ ରୁ ୪ ଦିନରେ ବିକାଶ ଦୁବେଙ୍କ ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। ତେବେ ଏ ସବୁର ପାଟର୍ନ କିଭଳି ସମାନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। 

     

    Add Zee News as a Preferred Source
    TAGS:
    Supreme Court
    Bikash dubey
    encounter
    Kanpur
    Uttarpradesh