Russia Ukraine: ରୁଷ ନିକଟରେ ସ୍ପଷ୍ଟ କରିଛି ଯେ, ସେ ବର୍ତ୍ତମାନ ୟୁକ୍ରେନରୁ ପଛଘୁଞ୍ଚା କି ସୈନ୍ୟ (Military) ପ୍ରତ୍ୟାହାର କରିବ ନାହିଁ। ୟୁକ୍ରେନକୁ ପରାସ୍ତ କରିବାକୁ ରୁଷ (Russia) ସବୁ ପ୍ରକାର କୌଶଳ ଅବଲମ୍ବନ କରୁଛି।
Trending Photos
Russia Ukraine: ରୁଷ ନିକଟରେ ସ୍ପଷ୍ଟ କରିଛି ଯେ, ସେ ବର୍ତ୍ତମାନ ୟୁକ୍ରେନରୁ ପଛଘୁଞ୍ଚା କି ସୈନ୍ୟ (Military) ପ୍ରତ୍ୟାହାର କରିବ ନାହିଁ। ୟୁକ୍ରେନକୁ ପରାସ୍ତ କରିବାକୁ ରୁଷ (Russia) ସବୁ ପ୍ରକାର କୌଶଳ ଅବଲମ୍ବନ କରୁଛି। ଏପରି ସ୍ଥିତିରେ ବର୍ତ୍ତମାନ ରୁଷର ରାଷ୍ଟ୍ରପତି ଭ୍ଲାଦିମର ପୁତିନ ଏପରି ଏକ ଆଇନ ଆଣିଛନ୍ତି ଯେଉଁଥିରେ ରୁଷକୁ କ୍ରେନ ଯୋଗେ ଆସୁଥିବା ଲୋକଙ୍କୁ ଆର୍ଥିକ ସହାୟତା ଦିଆଯିବ। ଶନିବାର ଦିନ ପୁତିନ (Putin) ଏହି ସରକାରୀ ଆଦେଶରେ ଦସ୍ତଖତ କରି ୟୁକ୍ରେନ ଛାଡୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମକୁ ଶୀଘ୍ର ଏବଂ ଭଲ ଭାବରେ ପାଳନ କରିବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି, ଯାହା ଦ୍ବାରା ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ।
ରିପୋର୍ଟ ଅନୁଯାୟୀ, ଏହି ନିୟମ ମୂତାବକ ପେନସନଭୋଗୀ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମଙ୍କ ସମେତ ୟୁକ୍ରେନ ଅଞ୍ଚଳରୁ ରୁଷକୁ ଆସୁଥିବା ଲୋକଙ୍କ ପାଇଁ ଆର୍ଥିକ ସହାୟତା ଆରମ୍ଭ କରାଯାଇଛି। ବର୍ତ୍ତମାନ ଏହି ହିତାଧିକାରୀ ମାନଙ୍କୁ ୧୦୦୦୦ ରୁବେଲ୍ ଅର୍ଥାତ୍ ମାସିକ ପେନସନ୍ ଭାବରେ ପ୍ରାୟ ୧୩,୫୦୦ ଟଙ୍କା ଦିଆଯିବ। ଏଥିରେ ସେହି ଲୋକମାନେ ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ୧୮ ଫେବୃଆରୀ ପରେ ବାଧ୍ୟତାମୂଳକ ଭାବେ ୟୁକ୍ରେନ ଛାଡି ରୁଷକୁ ଆସିଥିଲେ।
ଏହି ନିୟମ ଅନୁଯାୟୀ, ସ୍ଥିର ହୋଇଥିବା ଦେୟ ୟୁକ୍ରେନର ନାଗରିକ ଏବଂ ଆତ୍ମ ଘୋଷିତ ଡୋନେଟସ୍କ୍ ଏବଂ ଲୁହାନସ୍କ ପିପୁଲ୍ସ ରିପବ୍ଲିକର ଲୋକଙ୍କୁ ଦିଆଯିବ। ଏଠାରେ କହି ରଖୁଛୁ ଯେ, ଫେବୃଆରୀ ୨୨୦୨୯ରେ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଏବଂ ଡୋନବାସ୍ ଅଞ୍ଚଳର ଦୁଇଟି ଅଂଶକୁ ସ୍ବ-ଘୋଷିତ ପିପୁଲ୍ସ ରିପବ୍ଲିକ୍ ଭାବରେ ସ୍ୱୀକୃତି ଦେଇଥିଲା। ୟୁକ୍ରେନବାସୀଙ୍କୁ ଲୋଭ ଦେଖାଇବା ରୁଷକୁ ଆଣିବା ପାଇଁ କୌଣସି ବି ଜଟିଳତା ଥିବା ପାସପୋର୍ଟ ସେମାନଙ୍କୁ ପ୍ରଦାନ କରଯାଉ ନାହିଁ। ଏଥିପାଇଁ ଆବେଦନକାରୀଙ୍କୁ ବିଶେଷ କିଛି ଉଦ୍ୟମ କରିବାକୁ ପଡ଼ିବ ନାହିଁ। ତାଙ୍କୁ କେବଳ ପ୍ରମାଣ କରିବାକୁ ପଡିବ ଯେ, ସେ ୟୁକ୍ରେନର ମୂଳ ବାସିନ୍ଦା। ୟୁକ୍ରେନକୁ ପରାସ୍ତ କରିବା ପାଇଁ ପୁତିନ ସମସ୍ତ ଉଦ୍ୟମ କରୁଛନ୍ତି। ସେ ୟୁକ୍ରେନବାସୀଙ୍କୁ ତାଙ୍କ ସପକ୍ଷରେ ଆଣିବାକୁ ଆଉ ଏକ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି।
ଏଠାରେ ଆଫଣଙ୍କୁ କହି ରଖୁଛୁ, ରୁଷ ଏବଂ ୟୁକ୍ରେନ ଯୁଦ୍ଧର ପ୍ରଭାବ ଭୟଙ୍କର ଭାବେ ସାଧାରଣ ଲୋକଙ୍କ ରୋଜଗାର ଉପରେ ପଡିଛି । ଖାଦ୍ୟାନ୍ନ ଏବଂ ଶକ୍ତିର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ସାରା ଦୁନିଆରେ ଗରିବଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସାରା ବିଶ୍ୱରେ ୭.୧ କୋଟିରୁ ଅଧିକ ଲୋକେ ଗରିବ ହୋଇଛନ୍ତି । ୟୁଏନଡିପିର ରିପୋର୍ଟରେ ଏହି ଖୁଲାସା ହୋଇଛି । ୟୁଏନଡିପି ଅନୁସାରେ ଯୁଦ୍ଧର ତିନି ମାସରେ ୫.୧୬ କୋଟରୁ ଅଧିକ ଲୋକେ ଗରିବ ସୀମା ରେଖା ତଳକୁ ଖସିଛନ୍ତି । ଏମାନେ କବେଳ ୧.୯୦ ଡଲାର (୯୪.୮୨ ଟଙ୍କା)ରେ ଚଳିଥାନ୍ତି । ଅନ୍ୟପଟେ ୨ କୋଟି ଅତିରିକ୍ତ ଲୋକେ ଗରିବ ହୋଇଛନ୍ତି, ଯେଉଁମାନେ ୩.୨୦ ଡଲାର (୨୫୨.୮୬ ଟଙ୍କା)ରେ ଗୁଜୁରାଣ ମେଣ୍ଟାଇଥାନ୍ତି ।