Radio Service in hindi language: କୁଏତରେ ପ୍ରଥମ ଥର ପାଇଁ ହିନ୍ଦି ଭାଷାରେ ରେଡିଓ ସେବା ଆରମ୍ଭ ହୋଇଛି। କୁଏତରେ ଥିବା ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଏହା ସ୍ପଷ୍ଟ କରିଛନ୍ତି। ପ୍ରତି ରବିବାର ଦିନ କୁଏତ ରେଡିଓର ଉଭୟ ଏଫ୍ଏମ୍ ଓ ଏଏମ୍ ଚ୍ୟାନେଲ୍ରେ ଏହି ହିନ୍ଦୀ ସେବା ଉପଲବ୍ଧ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
Trending Photos
)

କୁଏତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରଣାଳୟଙ୍କ ନିଷ୍ପତ୍ତି ଅନୁସାରେ ଏହା ସମ୍ଭବ ହୋଇପାରିଛି। ଯାହା ଦୁଇ ଦେଶ ଭିତରେ ସଦ୍ଭାବକୁ ଆହୁରି ବିକଶିତ କରିବ ବୋଲି ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି। ଦୂତାବାସର ‘ଏକ୍ସ’ ହ୍ୟାଣ୍ଡଲରେ ଏନେଇ ସୂଚନା ଦିଆଯାଇଛି। କୁଏତରେ ପ୍ରାୟ ୧୦ ଲକ୍ଷ ଭାରତୀୟ ରହିଛନ୍ତି। ଭାରତୀୟ ସମ୍ପ୍ରଦାୟଙ୍କୁ ଏଠାରେ ଅତ୍ୟନ୍ତ ସମ୍ମାନ ଦିଆଯାଏ। ଅନ୍ୟ ବିଦେଶୀ ନାଗରିକଙ୍କ ଭିତରୁ ଭାରତୀୟ ସମ୍ପ୍ରଦାୟଙ୍କୁ କୁଏତରେ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରାଯାଏ। ଏହି ଭାରତୀୟ ସମ୍ପ୍ରଦାୟଙ୍କ ଭିତରେ ବିଭିନ୍ନ ବର୍ଗର ସେବା ପ୍ରଦାନକାରୀ ପ୍ରଫେସନାଲ ରହିଛନ୍ତି। ଡାକ୍ତର, ଇଞ୍ଜିନିୟରଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରଭୃତି ଏଠାରେ କାର୍ଯ୍ୟ କରୁଛନ୍ତି। ଏହା ସହ ଭାରତୀୟ ବ୍ୟବସାୟ ଓ ବାଣିଜ୍ୟ ବର୍ଗର ବ୍ୟକ୍ତି ଅନେକ କାରବାରରେ ଲିପ୍ତ ରହିଛନ୍ତି। ପରମ୍ପରା ଭାବେ କୁଏତ- ଭାରତ ଭିତରେ ଭଲ ସମ୍ପର୍କ ରହି ଆସିଛି। ଏହିକ୍ରମରେ ଭାରତୀୟ ଭାଷାରେ କୁଏତ୍ ରେଡିଓରେ ସେବା ପ୍ରସାରଣ ଆଗକୁ ସମ୍ପର୍କକୁ ଅଧିକ ମଜଭୁତ କରିବ ବୋଲି ଆଶା କରିଛି ଭାରତୀୟ ଦୂତାବାସ।
Also Read- Road Accident: ଟ୍ରକ କାର୍ ମୁହାଁମୁହିଁ ଧକ୍କା, ୯ ଜଣଙ୍କର ମୃତ୍ୟୁ