ରାହୁଲ, ପ୍ରିୟଙ୍କାଙ୍କୁ ମିରଟ ମନା !
Advertisement
Article Detail0/zeeodisha/odisha614830

ରାହୁଲ, ପ୍ରିୟଙ୍କାଙ୍କୁ ମିରଟ ମନା !

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଅଟକାଇଲା ମିରଟ ପୋଲିସ

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଅଟକାଇଲା ମିରଟ ପୋଲିସ । ସିଏଏ ହିଂସାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରଙ୍କୁ ଭେଟିବାକୁ ରାହୁଲ ଓ ପ୍ରିୟଙ୍କା ଭେଟିବାକୁ ମଙ୍ଗଳବାର ମିରଟ ଯାଉଥିଲେ । ମାତ୍ର ସେମାନଙ୍କୁ ପୋଲିସ ଅଧାରାସ୍ତାରେ ଅଟକାଇବା ସହ ଆଗକୁ ଯିବାକୁ ଦେଇ ନଥିଲା । ଫଳରେ ସେମାନଙ୍କୁ ପୁନର୍ବାର ଦିଲ୍ଲୀ ଫେରିବାକୁ ପଡ଼ିଛି । 

ରାହୁଲ ଓ ପ୍ରିୟଙ୍କାଙ୍କୁ ମିରଠ ଜିଲ୍ଲାରେ ପ୍ରବେଶ ପୂର୍ବରୁ ହିଁ ପୋଲିସ ତାଙ୍କୁ ଅଟକାଇଥିଲା । ସେହି ସମୟରେ ଉଭୟ ପ୍ରିୟଙ୍କା ଏବଂ ରାହୁଲ ସେମାନଙ୍କୁ ଭରସା ଦେଇ କହିଥିଲେ କି, ସେମାନେ 144 ଧାରା ଭାଙ୍ଗିବେ ନାହିଁ କିମ୍ବା କୌଣସି ସ୍ଥାନରୁ 3 ରୁ ଅଧିକ ଲୋକ ଯିବେନାହିଁ । ମାତ୍ର ତାହାକୁ ବିଶ୍ୱାସକୁ ନ ନେଇ ସେମାନଙ୍କୁ ମିରଟ ଛାଡ଼ି ନାହିଁ । ଫଳରେ ଉଭୟ ପୋଲିସ ଏବଂ ପ୍ରିୟଙ୍କା ଓ ରାହୁଲଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । 

ସେପଟେ ଉଭୟେ ପୀଡ଼ିତ ପରିବାରର ସଦସ୍ୟଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇଥିବା ଜଣାପଡ଼ିଛି । କଂଗ୍ରେସ ନେତା ରସୁଲ ମାସୁଦ ସେମାନଙ୍କ ପାଇଁ ଏକ ଫୋନର ବ୍ୟବସ୍ଥା କରିଥିଲେ । ଉଭୟେ ପୀଡ଼ିତଙ୍କ ପରିବାର ସହିତ ଫୋନ ମାଧ୍ୟମରେ କଥା ହୋଇଥିଲେ । 

ଏହା ପରେ ଉଭୟ ରାହୁଲ ଓ ପ୍ରିୟଙ୍କା ନୂଆଦିଲ୍ଲୀକୁ ଫେରିଛନ୍ତି । ସୂଚନାଯୋଗ୍ୟ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ମିରଟରେ ହିଂସା ଉଗ୍ରରୂପ ନେଇଥିଲା । ଏହି ହିଂସାରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ କର୍ମୀ ମଧ୍ୟ ଗୁରୁତର ହୋଇଥିଲେ ।