'କହିଥିଲେ ରାମରାଜ୍ୟ, ଦେଇଗଲେ ଗୁଣ୍ଡାରାଜ'
Advertisement
Article Detail0/zeeodisha/odisha715640

'କହିଥିଲେ ରାମରାଜ୍ୟ, ଦେଇଗଲେ ଗୁଣ୍ଡାରାଜ'

ଗାଜିଆବାଦରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ଘଟଣାରେ ଯୋଗୀ ସରକାର ଉପରେ ହମଲା କଲେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ (Rahul Gandhi)।

ଫାଇଲ ଫଟୋ

ନୂଆଦିଲ୍ଲୀ: ଗାଜିଆବାଦରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ଘଟଣାରେ ଯୋଗୀ ସରକାର ଉପରେ ହମଲା କଲେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ (Rahul Gandhi)। ଏହି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ଯୋଗୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ''ଏମାନେ କହିଥିଲେ ରାମରାଜ୍ୟ କରିବେ, ହେଲେ ଏଠି ଗୁଣ୍ଡାରାଜ ଚାଲିଛି ।''

ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି, ''ନିଜ ଭାଣିଜୀ ଉପରେ ହୋଇଥିବା ଦୁର୍ବବ୍ୟବହାରକୁ ବିରୋଧ କରିଥିବା ସାମ୍ବାଦିକ ବିକ୍ରମ ଯୋଶୀଙ୍କୁ ହତ୍ୟା କରାଯାଇଛି । ଶୋକାଗ୍ରସ୍ତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ପ୍ରତିଶ୍ରୁତି ଥିଲା ରାମରାଜ୍ୟର, ହେଲେ ଗୁଣ୍ଡାରାଜ ଦେଇଗଲେ ।''

ଏହା ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସାମ୍ବାଦିକଙ୍କ ଉପରେ ହମଲା ନେଇ କହିଥିଲେ, ଏହି ଘଟଣା ଗାଜିଆବାଦ NRCରେ ହୋଇଛି । ଯଦି ଏଠି ଆଇନ ଶୃଙ୍ଖଳା ଏପରି ରହିଛି, ତେବେ ଆପଣ ପୁରା ଉତ୍ତର ପ୍ରଦେଶର କଥା ଅନୁମାନ କରିନିଅନ୍ତୁ । ଏଭଳି ଜଙ୍ଗଲରାଜରେ ଜଣେ ସାଧାରଣ ମଣିଷ ନିଜକୁ କିପରି ସୁରକ୍ଷିତ ମନେକରିପାରିବ ବୋଲି ପ୍ରଶ୍ନ କରିଥିଲେ ପ୍ରିୟଙ୍କା । 

କହିରଖୁଛୁ, ଗତ ସୋମବାର ରାତିରେ ଏହି ଘଟଣା ଘଟିଥିଲା । ଘଟଣାର ତଦନ୍ତ କରୁଥିବା  ପୋଲିସ ଅଧିକାରୀମାନେ କହିଛନ୍ତି କି, ସୋମବାର ରାତି ପ୍ରାୟ ସାଢେ ଦଶଟା ସମୟରେ ଏହି ଘଟଣା ଘଟିଛି। ନିଜର ଦୁଇ ଝିଅଙ୍କ ସହିତ ବିଜୟ ନଗରସ୍ଥିତ ନିଜ ଘରକୁ ଫେରୁଥିଲେ। ରାସ୍ତାରେ ୬ରୁ ଅଧିକ ଲୋକ ବିକ୍ରମଙ୍କୁ ଆକ୍ରମଣ କରିବାକୁ ପୂର୍ବରୁ ପ୍ରସ୍ତୁତି କରିବା ସହିତ ଲୁଚି ରହିଥିଲେ। ତେବେ ଘରଠାରୁ ଅଳ୍ପ ଦୂରରେ ବିକ୍ରମଙ୍କ ରାସ୍ତା ଅବରୋଧ କରିଥିଲେ ଉକ୍ତ ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ବିକ୍ରମଙ୍କ ମୁଣ୍ଡଙ୍କୁ ସିଧା ଗୁଳି ମାରିଥିଲେ। ଘଟଣା ପରେ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ପରେ ଯୋଶୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ନେଇ ସୂଚନା ଦେଇଥିଲେ।  

ଗାଜିଆବାଦର ବରିଷ୍ଠ ପୋଲିସ ଅଧିକ୍ଷକ କଲାନିଧି ନୈଥାନୀ କହିଛନ୍ତି କି, ପ୍ରାଥମିକ ତଦନ୍ତ ପରେ ଦୁଇ ବ୍ୟକ୍ତିଙ୍କ ସହିତ ମୋଟ ୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ସୁରକ୍ଷା ତଥା କାର୍ଯ୍ୟରେ ଢିଲା କରିଥିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଫାଣ୍ଡିର ପ୍ରଭାରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି କି, ପ୍ରାଥମିକ ପର୍ଯ୍ୟାୟରେ ଛୋଟୁ, ଆକାଶ ବିହାରୀ ଓ ରବିଙ୍କ ନାମ ସାମିଲ ରହିଛି।  

ଏମାନଙ୍କ ଦେଇଥିବା ସୂଚନା ଆଧାରେ ମୋହିତ, ଦଲବୀର, ଆକାଶ, ଯୋଗେନ୍ଦ୍ର, ଅଭିଷେକ ଓ ଶାକିରଙ୍କୁ ଗିରଫ କରିଥିବା ନେଇ ନୈଥାନୀ ସୂଚନା ଦେଇଛନ୍ତି। ସେପଟେ ପରିବାରର ସଦସ୍ୟ ଅଭିଯୋଗ କରିଛନ୍ତି କି, ମୃତ୍ୟୁ ପୁର୍ବରୁ ବିକ୍ରମ ଗିରଫ ହୋଇଥିବା ଛୋଟୁ, ରବି ଓ ଆକାଶଙ୍କ ନାମ ନେଇଥିଲେ। ତେବେ ପୋଲିସ ସଠିକ ଢଙ୍ଗରେ ତଦନ୍ତ କରୁନାହିଁ ବୋଲି ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।  

ସୂଚନାଯୋଗ୍ୟ, ନିଜ ଭାଣିଜୀ ଉପରେ ହୋଇଥିବା ଦୁର୍ବ୍ୟବହାର ନେଇ ପୋଲିସରେ ଅଭିଯୋଗ କରିଥିଲେ ସାମ୍ବାଦିକ ବିକ୍ରମ ଯୋଶୀ । ପୋଲିସ କିନ୍ତୁ ଏହି ଘଟଣାରେ କାହାକୁ ମଧ୍ୟ ଗିରଫ କରିନଥିଲା  । ଏପରିକି କୌମସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇନଥିଲା ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ପୋଲିସରେ ଅଭିଯୋଗ କରୁଥିବା ଜାଣି ଉକ୍ତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।