ପୁଡୁଚେରୀରେ ରାହୁଲ-ମୋଦି: ମତ୍ସ୍ୟପାଳନ ବିଭାଗ ପାଇଁ କହିଲେ ରାହୁଲ, ମୁଁ ଅବିଭୁତ କହି ମୋଦିଙ୍କ କଟାକ୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଡୁଚେରୀ ଗସ୍ତରେ ରହିଛନ୍ତି ।

ପୁଡୁଚେରୀରେ ରାହୁଲ-ମୋଦି: ମତ୍ସ୍ୟପାଳନ ବିଭାଗ ପାଇଁ କହିଲେ ରାହୁଲ, ମୁଁ ଅବିଭୁତ କହି ମୋଦିଙ୍କ କଟାକ୍ଷ

ପୁଡ଼ୁଚେରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଡୁଚେରୀ ଗସ୍ତରେ ରହିଛନ୍ତି । ସେ ପୁଡ଼ୁଚେରି ଭାଷଣ ଦେବା ସମୟରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ରାହୁଲ ଗାନ୍ଧୀଙ୍କ ମତ୍ସ୍ୟ ମନ୍ତ୍ରଣାଳୟ ସୃଷ୍ଟି କରିବା ମନ୍ତବ୍ୟ ନିଶ୍ଚିତ ପକ୍ଷେ ହାସ୍ୟାସ୍ପଦ । ଏହା ଶୁଣି ମୁଁ ପୁରା ସ୍ତବ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସୂଚନାଯୋଗ୍ୟ ବିଗତ କିଛି ଦିନ ମଧ୍ୟରେ ରାହୁଲ ଗାନ୍ଧୀ ଦୁଇ ଦୁଇ ଥର ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ମତ୍ସ୍ୟ ପାଳନ ମନ୍ତ୍ରଣାଳୟକୁ ସମାଲୋଚନା କରିଥିଲେ ରାହୁଲ ଗାନ୍ଧୀ । 

ସୂଚନାଯୋଗ୍ୟ ଗତ କିଛି ଦିନ ଧରି ପୁଡୁଚେରୀରେ ରହିଛନ୍ତି ରାହୁଲ ଗାନ୍ଧୀ । ଆଜି କିଛି ମାଛ ଧରାଳୀଙ୍କ ସହିତ ସମୁଦ୍ରରେ ସନ୍ତରଣ ସମୟର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ତେବେ ପୁଡୁଚେରୀରେ ଥିବା ସମୟରେ ରାହୁଲ କହିଥିଲେ କି, ଯଦି କେନ୍ଦ୍ର ସରକାରଙ୍କ ଅଧିନରେ କୃଷି ମନ୍ତ୍ରଣାଳୟ ଅଲଗା ହୋଇ ପାରୁଛି, ତେବେ ମତ୍ସ୍ୟ ମନ୍ତ୍ରଣାଳୟ କାହିଁକି ହେବନାହିଁ। କଂଗ୍ରେସ ସରକାର ନିଶ୍ଚିତ ପକ୍ଷେ ଏହା ଉପରେ କାର୍ଯ୍ୟ କରିବ ବୋଲି ସେ କହିଥିଲେ । ଏହି ମନ୍ତବ୍ୟ ଉପରେ ବିଜେପି ରାହୁଲ ଉପରେ ବର୍ଷିଥିଲା । 

ବିଜେପି ପକ୍ଷରୁ କୁହାଯାଇଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସରକାର ଗଠନ ହେବା ପରଠାରୁ ୨୦୧୯ରେ ପ୍ରଥମଥର ପାଇଁ ପଶୁପାଳନ ଓ ଡେରୀ ବିଭାଗ ସହିତ ମତ୍ସ୍ୟ ବିଭାଗ ମଧ୍ୟ ଗଠନ କରାଯାଇଥିଲା ।  ଗିରିରାଜ ସିଂ ବର୍ତ୍ତମାନ ଏହି ମନ୍ତ୍ରଣାଳୟକୁ ଦେଖୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା । ତେବେ ରାହୁଲଙ୍କୁ ବିଜେପି ନେତାମାନେ କଡ଼ା ସମାଲୋଚନା କରିଥିଲେ । 

ସେପଟେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ବିଜେପି ପକ୍ଷରୁ ଅଲଗା ଭାବେ ମତ୍ସ୍ୟପାଳନ ବିଭାଗ କରାଯିବା ନେଇ ଦାବି କରାଯାଇଥିଲା । ମାତ୍ର ଏହାର ଗଠନ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ଦୁଇ ଦଳ ମଧ୍ୟରେ ବାକଯୁଦ୍ଧ ପରେ ମଧ୍ୟ ରାହୁଲ ଏହାକୁ ଦ୍ୱିତୀୟ ଥର ପାଇଁ ଦୋହରାଇଛନ୍ତି ।