Vande Bharat: ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ବନ୍ଦେ ଭାରତରେ ମିଳିବ ସ୍ଲିପର କୋଚ୍ ସୁବିଧା, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1899658

Vande Bharat: ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ବନ୍ଦେ ଭାରତରେ ମିଳିବ ସ୍ଲିପର କୋଚ୍ ସୁବିଧା, ଦେଖନ୍ତୁ ଫଟୋ

Vande Bharat Train: ବର୍ତ୍ତମାନ ସାରା ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦେଶର ଅନେକ ରୁଟରେ ବନ୍ଦେ ଭାରତ ସେବା ଯୋଗାଉଥିବା ବେଳେ ଆଉ କେତେକ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ସେବା ଯୋଗାଇବା ନେଇ ପ୍ରସ୍ତୁତ ହୋଉଛି । ତେବେ ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଆସିଛି ଆଉ ଏକ ବଡ଼ ଖବର ।

ସୌ(ସୋସିଆଲ ମିଡିଆ)

Vande Bharat Train: ବର୍ତ୍ତମାନ ସାରା ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସକୁ (Vande Bharat) ନେଇ ଚର୍ଚ୍ଚା ଲାଗି ରହିଛି । ଦେଶର ଅନେକ ରୁଟରେ ବନ୍ଦେ ଭାରତ ସେବା ଯୋଗାଉଥିବା ବେଳେ ଆଉ କେତେକ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ସେବା ଯୋଗାଇବା ନେଇ ପ୍ରସ୍ତୁତ ହୋଉଛି । ତେବେ ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଆସିଛି ଆଉ ଏକ ବଡ଼ ଖବର ।

ସୂଚନା ଅନୁଯାୟୀ, ଏଣିକି ବନ୍ଦେ ଭାରତ ଏକ୍ସପ୍ରେସରେ ମିଳିବ ସ୍ଲିପର କୋଚ୍ (Vande Bharat Sleeper Coach)  ସୁବିଧା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Ashwini Vaishnaw) ସ୍ଲିପର କୋଚର କିଛି ଫୋଟେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହାସହ କ୍ୟାପସନର ଲେଖିଛନ୍ତି, ‘ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସରେ ସ୍ଲିପର କୋଚ ଆସିବାକୁ ଯାଉଛି’ । ଆସନ୍ତା ୨୦୨୪ରେ ହିଁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ସ୍ଲିପର କୋଚ୍ ଆସିବ ବୋଲି ଅଶ୍ୱିନୀ ବୈଷ୍ଣବ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଛନ୍ତି। ଏହି ସ୍ଲିପର କୋଚ୍‌ରେ (Sleeper Coach) ୨ ଓ ୩ ଟାୟାର ବିକଳ୍ପ ରହିଥିବା ଫଟୋରେ ଦେଖିବାକୁ ମିଳିଛି। ତେବେ ଏହି ଫୋଟରେ ଥିବା ସ୍ଲିପର କୋଚ୍ ବଗିର ଡ଼ିଜାଇନ ଅନ୍ୟ ପ୍ରିମିୟମ୍ ଟ୍ରେନ୍ ବଗିଠାରୁ ଭିନ୍ନ ରହିଛି । ବନ୍ଦେ ଭାରତ ସ୍ଲିପର କୋଚ ବେଶ ବିଳାଶପୂର୍ଣ୍ଣ ମନେ ହେଉଛି ।  

ସେହିପରି ଏଣିକି ବନ୍ଦେ ଭାରତ (vande bharat express trains) ସଫେଇ ନେଇ ଲାଗିବ ମାତ୍ର ୧୪ ମିନିଟ୍ । ଗତ ରବିବାର ଦିନଠାରୁ ରେଳବାଇ ପକ୍ଷରୁ (Indian Railways) ‘୧୪ ମିନିଟ୍‌ ମିରାକଲ୍‌’ ଯୋଜନାର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଓ ଶିରିଡି଼ ସମେତ ୨୯ଟି ସ୍ଥାନରେ ଏହି ଯୋଜନା ଲାଗୁ କରାଯାଇଛି । ପୁରୀରେ ଆଜି ଏହି  ଯୋଜନାର ଶୁଭାରମ୍ଭ ହୋଇଛି । ସଫେଇ ନେଇ ବନ୍ଦେ ଭାରତର ପ୍ରତି ବଗିରେ ୩ ପ୍ରଶିକ୍ଷିତ ସଫେଇ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ମାତ୍ର ୧୪ ମିନିଟ୍‌ ମଧ୍ୟରେ ବନ୍ଦେ ଭାରତ ଟ୍ରେନକୁ ସଫା କରିବେ। ଆଜି ଅନୁଷ୍ଠିତ ସ୍ବଚ୍ଛତା ହିଁ ସେବା (Swachhata hi Seva) କାର୍ଯ୍ୟକ୍ରମ ଜରିଆରେ ‘୧୪ ମିନିଟ୍‌ ମିରାକଲ୍‌’ (14 minute miracle ) ଲଞ୍ଚ ନେଇ ରେଳ ମନ୍ତ୍ରାଳୟ (Ministry of Indian Railways) ପକ୍ଷରୁ ଘୋଷଣା କରାଯାଇଛି ।

ଷ୍ଟେସନ୍‌ରେ ଯାତ୍ରୀ ଓହ୍ଲାଇବା ପରେ ଏହି ସଫେଇ କର୍ମଚାରୀମାନେ ବଗି ଗୁଡ଼ିକୁ ସଫା କରିବେ। ବର୍ତ୍ତମାନ ବନ୍ଦେ ଭାରତ ସଫା ହେବା ସହ ପରବର୍ତ୍ତୀ ଷ୍ଟେସନ ପାଇଁ ରେଡ୍ଡି ହେବା ଲାଗି ୪୫ ମିନିଟ୍ ଲାଗୁଛି। ଏବେ ଆମେ ଅଧିକ ସୁବ୍ୟବସ୍ଥିତ ୱାର୍କଫ୍ଲୋକୁ ଫଲୋ କରିବାକୁ ବିଚାର କରୁଛୁ । କାରଣ ପ୍ରତି କୋଚରେ ତିନି ଜଣ ଲେଖାଏଁ ସଫେଇ କର୍ମଚାରୀ ରହିବେ ଯାହାଙ୍କୁ କିଛି କହିବା ପୂର୍ବରୁ ମାତ୍ର ୧୪ ମିନିଟ୍ ମଧ୍ୟରେ କୋଚକୁ ସଫା କରିବେ। କାମ କରିବାର ନୂଆ ତରିକା ଏହା ସ୍ଥିର କରିବ ପ୍ରୟାସରେ କୌଣସି ଭୁଲ ରହିବ ନାହିଁ ଓ ଏହି ସଫେଇ ପ୍ରୟାସ ଶତ ପ୍ରତିଶତ ସଫଳ ହେବ ବୋଲି ଅଧିକାରୀ ମତ ଦେଇଛନ୍ତି ।

Also Read-Accident News: ପୋଲରୁ ରେଳଲାଇନକୁ ଖସିଲା ବସ, ଭୟଙ୍କର ଦୁର୍ଘଟଣାରେ ୨୧ ମୃତ