PM Kisan Yojana ରେ ଘୋଟାଲା! ୪୨ ଲକ୍ଷ ଅଯୋଗ୍ୟ ଚାଷୀ ପାଇଛନ୍ତି ୩୦୦୦ କୋଟି ଟଙ୍କା
Advertisement

PM Kisan Yojana ରେ ଘୋଟାଲା! ୪୨ ଲକ୍ଷ ଅଯୋଗ୍ୟ ଚାଷୀ ପାଇଛନ୍ତି ୩୦୦୦ କୋଟି ଟଙ୍କା

PM Kisan Yojana ଅଧୀନରେ ୪୨ ଲକ୍ଷରୁ ଅଧିକ ଅଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଛି । ଯାହାର ରିକଭରୀ ବର୍ତ୍ତମାନ ସରକାର କରୁଛନ୍ତି । ସଂସଦରେ ସରକାର ଏ ବିଷୟରେ ସୂଚନା ଦେଇଛନ୍ତି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ଯୋଜନା (PM Kisan Yojana) ଅଧୀନରେ କେନ୍ଦ୍ର ସରକାର (Central govt) ସମଗ୍ର ଦେଶରେ ଚାଷୀଙ୍କୁ (Farmers) ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ  ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଅନେକ ଅଯୋଗ୍ୟ କୃଷକ (Ineligible Farmers) ଏହି ଯୋଜନାର ସୁଯୋଗ ନେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । PM-Kisan ଯୋଜନା ଅନ୍ତର୍ଗତ ୪୨ ଲକ୍ଷରୁ ଅଧିକ ଅଯୋଗ୍ୟ ଚାଷୀଙ୍କଠାରୁ ୩୦୦୦ କୋଟି ଟଙ୍କା ରିକଭରୀ କରାଯାଉଛି । ସଂସଦରେ ସରକାର ଏ ବିଷୟରେ ସୂଚନା ଦେଇଛନ୍ତି ।

ପିଏମ-କିସାନ ଯୋଜନା (PM Kisan Yojana) ଅନୁଯାୟୀ କେନ୍ଦ୍ର ପ୍ରତିବର୍ଷ ତିନୋଟି ସମାନ କିସ୍ତିରେ ୬,୦୦୦ ଟଙ୍କା ଦେଶର କୃଷକମାନଙ୍କୁ ଟ୍ରାନ୍ସଫର କରିଥାଏ । ଅବଶ୍ୟ ଯେଉଁମାନେ ଏହି ଯୋଜନାର ଲାଭ ଉଠାଉଛନ୍ତି । ସେମାନଙ୍କ ପାଇଁ କିଛି ମାନଦଣ୍ଡ ପୂରଣ କରିବା ଆବଶ୍ୟକ । ଯେପରିକି ସେ ଆୟକରଦାତା ହେବା ଉଚିତ୍ ନୁହେଁ ।

ଅଧିକ ପଢ଼ନ୍ତୁ: OMG! ଠେଲାଗାଡିରେ ପାନ-ଚା’-ସାମୋସା ବିକ୍ରି କରି ୨୫୬ ଜଣ ଲୋକ କୋଟିପତି

ସଂସଦରେ କୃଷି ମନ୍ତ୍ରୀ ଦେଇଛନ୍ତି ସୂଚନା
ମଙ୍ଗଳବାର ସଂସଦକୁ ଦେଇଥିବା ଉତ୍ତରରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Agriculture Minister Narendra Singh Tomar) କହିଛନ୍ତି ଯେ ୪୨.୧୬ ଲକ୍ଷ ଅଯୋଗ୍ୟ ଚାଷୀଙ୍କ ଠାରୁ ୨,୯୯୨ କୋଟି ଟଙ୍କା ରିକଭରୀ କରାଯାଉଛି । ଯେଉଁମାନେ PM-Kisan ଯୋଜନା ଅଧୀନରେ ଟଙ୍କା ପାଇଛନ୍ତି ।

କେଉଁ ରାଜ୍ୟରେ କେତେ ଚାଷୀଙ୍କୁ ରିକଭରୀ କରାଯିବ
ପିଏମ-କିସାନ ଯୋଜନାରେ (PM Kisan Yojana) ଟଙ୍କା ପାଇଥିବା ଆସାମରୁ ଅଧିକ ଅଯୋଗ୍ୟ କୃଷକ ରହିଛନ୍ତି । ଆସାମରେ ୮.୩୫ ଲକ୍ଷ ଅଯୋଗ୍ୟ କୃଷକ ଏହାର ସୁଯୋଗ ନେଇଛନ୍ତି । ଏହା ପରେ ତାମିଲନାଡୁରେ ୭.୨୨ ଲକ୍ଷ କୃଷକ, ପଞ୍ଜାବରେ ୫.୬୨ ଲକ୍ଷ କୃଷକ, ମହାରାଷ୍ଟ୍ରର ୪.୪୫ ଲକ୍ଷ କୃଷକ, ଉତ୍ତରପ୍ରଦେଶର ୨.୬୫ ଲକ୍ଷ କୃଷକ ଓ ଗୁଜୁରାଟରେ ୨.୩୬ ଲକ୍ଷ କୃଷକ ଲାଭବାନ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: PC ଙ୍କୁ ସବୁଠାରୁ ମହଙ୍ଗା ମଦ Gift କଲେ ସ୍ୱାମୀ ନିକ୍, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କେତେ କୋଟି ଟଙ୍କା ହେବ ରିକଭରୀ
ଆସାମରୁ ସରକାର ୫୫୪ କୋଟି, ପଞ୍ଜାବରୁ ୪୩୭ କୋଟି, ମହାରାଷ୍ଟ୍ରରୁ ୩୫୮ କୋଟି, ତାମିଲନାଡୁରୁ ୩୪୦ କୋଟି, ୟୁପିରୁ ୨୫୮ କୋଟି ଓ ଗୁଜୁରାଟରୁ ୨୨୦ କୋଟି ଟଙ୍କା ରିକଭରୀ ହେବ ।

ଅର୍ଥର ଅପବ୍ୟବହାର କରାଯିବା ଉଚିତ ନୁହେଁ କହିଛନ୍ତି ମନ୍ତ୍ରୀ
ତୋମାର ସଂସଦରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିସାନ ଯୋଜନା (PM Kisan Yojana) ଯାଞ୍ଚ ପ୍ରକ୍ରିୟା ସମୟରେ ଏହା ଜଣାପଡିଛି ଯେ ଏହି ଯୋଜନାର ଲାଭ କିଛି ଅଯୋଗ୍ୟ କୃଷକଙ୍କୁ ଦିଆଯାଉଛି । ଯେଉଁଥିରେ ଆୟକର ପ୍ରଦାନ କରୁଥିବା କେତେକ କୃଷକ ମଧ୍ୟ ଅଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଏହି ଯୋଜନାକୁ ନେଇ ସରକାର କିଛି ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାଦ୍ୱାରା ଏହି ପାଣ୍ଠିର ଅପବ୍ୟବହାର ହୋଇପାରିବ ନାହିଁ ।