ପାଞ୍ଚବର୍ଷର କାର୍ଯ୍ୟକାଳ ପୂରଣ କରିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ: ପୂର୍ବତନ କଂଗ୍ରେସ ସାଂସଦ
Advertisement

ପାଞ୍ଚବର୍ଷର କାର୍ଯ୍ୟକାଳ ପୂରଣ କରିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ: ପୂର୍ବତନ କଂଗ୍ରେସ ସାଂସଦ

ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟକୁ ନେଇ ମତ ରଖିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ।

ପାଞ୍ଚବର୍ଷର କାର୍ଯ୍ୟକାଳ ପୂରଣ କରିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ: ପୂର୍ବତନ କଂଗ୍ରେସ ସାଂସଦ

ଜୟପୁର: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଂକଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ବଦ୍ରିରାମ ଜାଖର । ଏନେଇ ମତ ରଖି ରବିବାର ସେ କହିଛନ୍ତି(ଅଗଷ୍ଟ ୨,୨୦୨୦), ଜୈସାଲମେରସ୍ଥିତ ହୋଟେଲରେ ଅବସ୍ଥାନ କରୁଥିବା କଂଗ୍ରେସ ବିଧାୟକ ସ୍ୱେଚ୍ଛାକୃତ ଭାବେ ସେଠାରେ ନିଜ ଇଚ୍ଛାରେ ଅଛନ୍ତି। ଯେଉଁମାନେ ବିଧାୟକ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ ସେମାନେ କଂଗ୍ରେସ ଛାଡି ଚାଲି ଯାଇଛନ୍ତି । ଅନ୍ୟପଟେ ଯେଉଁମାନେ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି ସେମାନେ ମୁଖ୍ୟମନ୍ତ୍ରୀ ଅଶୋକ ଗହୋଲତଙ୍କ ସହ ଛିଡା ହୋଇଛନ୍ତି।              

ବିଜେପିକୁ ଟାର୍ଗେଟ କରି ପୂର୍ବତନ କଂଗ୍ରେସ ସାଂସଦ କହିଛନ୍ତି, ରାଜ୍ୟରେ କ୍ଷମତାସୀନ ଥିବା ଅଶୋକ ଗେହଲୋତଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାରକୁ ହଟାଇବା ଲାଗି ବିଜେପି ଉଦ୍ୟମ କରୁଛି। ହେଲେ ଗୈରିକ ଦଳ ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ହେବ ନାହିଁ । ଏହା ସହିତ ଆତ୍ମ ବିଶ୍ୱାସର ସହ ସେ କହିଛନ୍ତି ଅଧିକାଂଶ ବିଧାୟକଙ୍କ ସମର୍ଥନ ବଳରେ ଗେହଲୋଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବେ।

ଜୁଲାଇ ୩୧ ତାରିଖରୁ, ରାଜସ୍ଥାନରେ ରାଜନୈତିକ ସଂକଟ ଆସିବା ପରଠୁ ଜୟପୁର-ଦିଲ୍ଲୀ ରାଜପଥରେ ଅବସ୍ଥିତ ଫେୟାରମୋଣ୍ଟ ହୋଟେଲରେ ରହିଆସୁଥିବା ସିଏମ ଅଶୋକ ଗେହଲୋଟଙ୍କ ଗୋଷ୍ଠୀର ବିଧାୟକଙ୍କୁ ଜୈସାଲମେରକୁ ସ୍ଥାନାନ୍ତର କରାଯାଇଛି । ଅଗଷ୍ଟ ୧୪ ତାରିଖରୁ ରାଜ୍ୟ ବିଧାନସଭାର ଅଧିବେସନ ଆରମ୍ଭ ପର୍ଯ୍ୟନ୍ତ ସମ୍ପୃକ୍ତ ବିଧାୟକ ସେଠାରେ ରହିବେ। ସଚିନ ପାଇଲଟ୍ ଏବଂ ୧୮ କଂଗ୍ରେସ ବିଧାୟକ ନିଜ ଦଳର ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀର ବିଧାୟକ ହୋଟେଲରେ ରହୁଛନ୍ତି।

ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଅଧିବେସନ ପୁନର୍ବାର ଅଶୋକ ଗେହଲୋତ ଆସ୍ଥା ଭୋଟର ସମ୍ମୁଖୀନ ହୋଇପାରନ୍ତି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏନେଇ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଗେହୋଲତ ରାଜ୍ୟରେ ଆନ୍ଦୋଳନ କରିଥିଲେ। ସରକାରକୁ ହଟାଇବା ଲାଗି ବ୍ୟାପକ ଅର୍ଥ କାରବାର କରାଯାଇଛି ବୋଲି କହିଛନ୍ତି ସେ ।  ରାଜ୍ୟ ବିଧାନସଭାର ବ୍ୟବସାୟିକ ପରାମର୍ଶଦାତା କମିଟି ଉପରେ ମତ ରଖି ସେ ଗଣମାଧ୍ୟମକୁ କହିଛନ୍ତି, ବହୁମତ ପରୀକ୍ଷା ହେବ; ଆମେ ବିଧାନସଭା ଯିବୁ। ଏହା ସହିତ ସେ ବିଦ୍ରୋହୀ ବିଧାୟକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେଉଁମାନେ ଟଙ୍କା ନେଇନାହାଁନ୍ତି ସେମାନେ, ଦଳକୁ ଫେରି ଆସିବା ଦରକାର।