ତାମିଲନାଡୁକୁ ବ୍ୟାପିଲା ରାଜସ୍ଥାନ ନିଆଁ; ମୁହାଁମୁହିଁ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ!
Advertisement
Article Detail0/zeeodisha/odisha760442

ତାମିଲନାଡୁକୁ ବ୍ୟାପିଲା ରାଜସ୍ଥାନ ନିଆଁ; ମୁହାଁମୁହିଁ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ!

ତାମିଲନାଡୁ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କରାଯାଇଥିବା ଟ୍ୱିଟରେ ଲେଖାଯାଇଛି ରାଜ୍ୟର ଜନସାଧାରଣ ଏବଂ ଏଆଇଏଡିଏମକେ କ୍ୟାଡରଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ଆଗକୁ ମଧ୍ୟ ଏହା ଜାରି ରହିବ । ଯାହା ଘଟିଛି, ଯାହା ଘଟୁଛି ତାହା ମଧ୍ୟ ଭଲ ହେବାରେ ଲାଗିଛି, ଯାହା ଘଟିବ ତାହା ମଧ୍ୟ ଭଲ ହେବ । 

ତାମିଲନାଡୁକୁ ବ୍ୟାପିଲା ରାଜସ୍ଥାନ ନିଆଁ; ମୁହାଁମୁହିଁ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ!

ଚେନ୍ନାଇ: ଚଳିତ ବର୍ଷ ଜୁଲାଇ ମାସରେ ରାଜସ୍ଥାନ (Rajasthan) ରେ ଦଳ ଓ ସରକାରରେ କ୍ଷମତା ବିସ୍ତାର କରିବାକୁ ନେଇ ମୁହାଁମୁହିଁ ହୋଇଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗହୋଲତ (CM Ashok Gehlot), ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Deputy CM Sachin Pilot)। ଏପରିକି ଏହାକୁ ନେଇ କଂଗ୍ରେସର ଦଳୀୟ ମହଲରେ କୁହୁଳିଥିଲା ଅସନ୍ତୋଷର ନିଆଁ । ବର୍ତ୍ତମାନ ଏହାର ପ୍ରଭାବ ଦାକ୍ଷିଣାତ୍ୟ ରାଜ୍ୟ ତାମିଲନାଡୁ (Tamilnadu) ରେ ଦେଖିବାକୁ ମିଳିଛି । 

ରାଜ୍ୟରେ କ୍ଷମତାସୀନ ଥିବା ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଝାଘମ୍-ଏଆଇଏଡିଏମକେ (AIADMK-All India Anna Dravida Munnetra Kazhagam) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଂଯୋଜକ (Party Coordinator) ଓ.ପନୀରସେଲଭମ (O.Panneerselvam) ଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟକୁ ନେଇ ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସିଯାଇଛି ଦଳ । 

ତାମିଲନାଡୁ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କରାଯାଇଥିବା ଟ୍ୱିଟରେ ଲେଖାଯାଇଛି ରାଜ୍ୟର ଜନସାଧାରଣ ଏବଂ ଏଆଇଏଡିଏମକେ କ୍ୟାଡରଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ଆଗକୁ ମଧ୍ୟ ଏହା ଜାରି ରହିବ । ଯାହା ଘଟିଛି, ଯାହା ଘଟୁଛି ତାହା ମଧ୍ୟ ଭଲ ହେବାରେ ଲାଗିଛି, ଯାହା ଘଟିବ ତାହା ମଧ୍ୟ ଭଲ ହେବ । 

 

ଆସନ୍ତାବର୍ଷ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ତାମିଲନାଡୁ ବିଧାନସଭା ନିର୍ବାଚନ (Tamilnadu Assembly Poll 2021) । ଆଗାମୀ ନିର୍ବାଚନ ଲାଗି ଏଆଇଡିଏମକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ଏଆଇଏଡିଏମକେ ସଂଯୋଜକ ତଥା ଉପମୁଖ୍ୟମନ୍ତ୍ରୀ ପନୀରସେଲଭମଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟ ବର୍ତ୍ତମାନ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଆଗାମୀ ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇ.ପାଲାନୀସ୍ୱାମୀ (CM E.Palaniswami), ଉପମୁଖ୍ୟମନ୍ତ୍ରୀ ପନୀରସେଲଭମଙ୍କ ଗୋଷ୍ଠୀ ମଧ୍ୟରେ ବେଶ କିଛି ମାସ ଧରି ଛକାପଞ୍ଝା ଜାରି ରହିଛି । 

ଏପରିକି ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବାକୁ ଥିବା ବେଳେ ବର୍ତ୍ତମାନ ପନୀରସେଲଭମଙ୍କ ସମର୍ଥନରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ପୋଷ୍ଟର ସ୍ଥାନରେ ପୋଷ୍ଟର ଲଗାଇ ସାରିଛନ୍ତି ଦଳୀୟ ନେତା, ସମର୍ଥକ ଓ ଏଆଇଏଡିଏମକେ ସରକାରଙ୍କ କେତେକ ମନ୍ତ୍ରୀ । ଦଳ ତଥା ସରକାରକୁ କିଏ ନିୟନ୍ତ୍ରଣ କରିବ ସେ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କ୍ଷମତାଯୁଦ୍ଧ ଆରମ୍ଭ ହୋଇଯାଇଛି । ଏପରିକି ଗତ ସେପ୍ଟମ୍ବର ମାସ ଶେଷ ସପ୍ତାହରେ  କୋଭିଡ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଡକାଯାଇଥିବା ବୈଠକରେ ଯୋଗ ଦେଇନଥିଲେ ଉପମୁଖ୍ୟମନ୍ତ୍ରୀ ।

ଏଆଇଏଡିଏମକେର ପୂର୍ବତନ ସୁପ୍ରିମୋ ଜୟଲଳିତା (Jayalalithaa) ଙ୍କ ଅନୁପସ୍ଥିତିରେ ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବ ଦଳ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଦଳରେ ଚାଲିଥିବା ବିବାଦକୁ ପ୍ରଶମିତ କରିବା ପାଇଁ ପ୍ରୟାସ ଜାରି ରହିଛି । ୨୦୧୯ ଲୋକସଭା ଏନଡିଏ (NDA) ମେଣ୍ଟରେ ସାମିଲ ଥିବା ଏଆଇଏଡିଏମକେକୁ କେବଳ ଗୋଟିଏ ଆସନ ମିଳିଥିଲା ।

ଚେନ୍ନାଇସ୍ଥିତ ଏଆଇଏଡିଏମକେ କାର୍ଯ୍ୟାଳୟ (Chennai AIADMK Office) ଠାରେ ଆୟୋଜିତ ଦଳର କାର୍ଯ୍ୟକାରୀ ସମିତି ବୈଠକରେ ୨୦୨୧ ବିଧାନସଭା ନିର୍ବାଚନରେ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ପନୀରସେଲଭମ ଓ ପାଲାନିସ୍ୱାମୀଙ୍କ ସମର୍ଥକଙ୍କ ମଧ୍ୟରେ  ବାକଯୁଦ୍ଧ ଦେଖିବାକୁ ମିଳିଥିଲା ।

ଏନେଇ ପାଲାନିସ୍ୱାମୀଙ୍କ କହିବା ଅନୁସାରେ ଦଳକୁ ମାର୍ଗଦର୍ଶନ କରିବା ପାଇଁ 'ଷ୍ଟିୟରିଂ କମିଟି' (Steering Committee) ଗଠନ କରାଯାଉ । ହେଲେ ଏହାକୁ ପନୀରସେଲଭମ ଏକମତ ନୁହଁନ୍ତି ।