Ration Card: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରୁ ରାସନ କାର୍ଡଧାରୀଙ୍କୁ ମିଳିଲା ବଡ଼ ରିହାତି! ସାରା ଦେଶରେ ନୂଆ ନିୟମ ଲାଗୁ
Advertisement
Article Detail0/zeeodisha/odisha1595664

Ration Card: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରୁ ରାସନ କାର୍ଡଧାରୀଙ୍କୁ ମିଳିଲା ବଡ଼ ରିହାତି! ସାରା ଦେଶରେ ନୂଆ ନିୟମ ଲାଗୁ

Ration Card: ରାସନକାର୍ଡ଼ଧାରୀ ମାନଙ୍କ ପାଇଁ ଖୁସି ଖବର । ମୋଦି ସରକାରଙ୍କ ୱାନ ନେସନ ୱାନ ରାସନ କାର୍ଡ଼ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି । ଏହାପରେ ସମସ୍ତ ଦୋକାନରେ ଅନଲାଇନ ଇଲୋକ୍ଟ୍ରୋନିକ୍ ପଏଣ୍ଟ ଅଫ ବିକ୍ରୟ()ମେସିନ ବାଧ୍ଯତାମୂଳକ କରାଯାଇଛି । 

ସୌ(ସୋସିଆଲ ମିଡିଆ)

Ration Card: ରାସନ କାର୍ଡ଼ଧାରୀ ମାନଙ୍କ ପାଇଁ ଖୁସି ଖବର। ମୋଦି ସରକାରଙ୍କ ୱାନ ନେସନ ୱାନ ରାସନ କାର୍ଡ଼ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି । ଏହାସହ ସମସ୍ତ ଦୋକାନରେ ଅନଲାଇନ ଇଲୋକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ୍‌ ମେସିନ ବାଧ୍ଯତାମୂଳକ କରାଯାଇଛି। ସୂଚନା ଥାଉ କି, ବର୍ତ୍ତମାନ ସରକାର ଏହି ନିଷ୍ପତ୍ତିର ପ୍ରଭାବ ଦେଖିବାକୁ ମିଳିଛି । ବାସ୍ତବରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (National Food Security Law) ଅନୁଯାୟୀ, ହିତାଧିକାରୀ ମାନଙ୍କୁ ଯେପରି ସମ୍ପୂର୍ଣ୍ଣ ଭାବେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇ ପାରିବ, ସେଥିଲାଗି କେନ୍ଦ୍ର ସରକାର ଇଲୋକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ୍‌ ମେସିନ ଗୁଡ଼ିକୁ ରାସନ ଦୋକାନରେ ଓଜନ ମେସିନ୍ ସହିତ ଯୋଡ଼ିବାକୁ ନିଷ୍ପତ୍ତି ନେବା ସହ ଏହି ନିୟମରେ ସଂଶୋଧନ କରିଛନ୍ତି। 

ସାରା ଦେଶରେ ଲାଗୁ ହେବ ନୂ୍ଆ ନିୟମ
ବର୍ତ୍ତମାନ ଦେଶରେ ସମସ୍ତ ସରକାରୀ ବିକ୍ରୟ କେନ୍ଦ୍ର ଗୁଡିକୁ ଅନଲାଇନ ଇଲୋକ୍ଟ୍ରୋନିକ୍ ପଏଣ୍ଟ ଅଫ ସେଲ୍‌ ଉପକରଣ ସହ ସଂଯୋଗ କରାଯାଇଛି , ଅର୍ଥାତ୍ ଏବେ ରାସନ ମାପିବାରେ କୌଣସି ତ୍ରୁଟି ହେବ ନାହିଁ। ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ (PDS)ର ହିତାଧିକାରୀ ମାନଙ୍କୁ ଯେପରି ରାସନ ନେବାରେ କୌଣସି ବାଧା ସୃଷ୍ଚି ନ ହୁଏ ସେଥିଲାଗି ଡ଼ିଲର ମାନଙ୍କୁ ହାଇବ୍ରିଡ଼ ମଡ଼େଲର ପଏଣ୍ଟ ଅଫ ସେଲ୍‌ ମେସିନ ଯୋଗାଇ ଦିଆଯାଇଛି । ଏହି ମେସିନ ଉଭୟ ଅନଲାଇନ ଓ ଅଫଲାଇନ ମୋଡ଼ରେ କାମ କରିବ । ହିତାଧିକାରୀମାନେ ସେମାନଙ୍କର ଡ଼ିଜିଟାଲ ରାସନ କାର୍ଡ଼ ଜରିଆରେ ଦେଶର ଯେ କୌଣସି ଦୋକାନରୁ ଖାଦ୍ୟ ସାମଗ୍ରୀ ଆଇନ ଅନୁଯାୟୀ ଉଚିତ୍ ମୂଲ୍ୟରେ କ୍ରୟ କରିପାରିବେ । 

କ'ଣ ରହିଛି ନିୟମ
ଏ ନେଇ ସରକାର କହିଛନ୍ତି ଯେ, ଏହି ସଂଶୋଧନ ଦ୍ୱାରା NFSA ଅଧୀନରେ ଟାର୍ଗେଟ୍ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ (TPDS) କାର୍ଯ୍ୟର ସ୍ବଚ୍ଛତାକୁ ସୁଦୃଢ କରି ଧାରା ୧୨ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଓଜନ ପ୍ରକ୍ରିୟାକୁ ଆହୁରି ଆଗକୁ ବଢାଇବା ପାଇଁ ଏକ ମାତ୍ର ପ୍ରୟାସ ଅଟେ । ଜାତୀୟ ଖାଦ୍ୟ ସୁରକ୍ଷା ଅଧି ନିୟମ (NFSA) ଅନୁଯାୟୀ ସରକାର ପ୍ରତି ମାସରେ ୫ କିଲୋଗ୍ରାମ ଗହମ ଓ ଚାଉଳ ଦେଶର ୮୦ କୋଟି ଲୋକଙ୍କୁ ଯଥାକ୍ରମେ ୨-୩ କିଲୋଗ୍ରାମ ସବସିଡ଼ି ହାରରେ ଯୋଗାଇ ଦେଉଛନ୍ତି। 

Also Read- New EPFO Pension: ଜାଣନ୍ତୁ ଅବସର ପରେ କେମିତି ପାଇବେ ୧୮,୮୫୭ ଟଙ୍କା ପେନସନ୍, ପଢନ୍ତୁ କ’ଣ ରହିଛି ପୂରା ପ୍ରକ୍ରିୟା

କ’ଣ ବଦଳିଲା 
ସରକାରଙ୍କ କହିବା ଅନୁଯାୟୀ, EPOS ମେସିନକୁ ସଠିକ୍ ଭାବରେ ଚଳାଉ ଥିବା ରାଜ୍ୟମାନଙ୍କୁ ଉତ୍ସାହିତ କରିବା ସହ କ୍ୱିଣ୍ଟାଲ ପ୍ରତି ୧୭.୦୦ ଟଙ୍କା ଅତିରିକ୍ତ ଲାଭରୁ ସଞ୍ଚୟକୁ ପ୍ରୋତ୍ସାହିତ କରିବା ପାଇଁ ଖାଦ୍ୟ ନିରାପତ୍ତା ଆଇନ ୨୦୧୫ର ଉପନିୟମ ୭ରେ ସଂଶୋଧନ କରାଯାଇଛି । ଏହା ଅଧୀନରେ ଅନ୍ୟ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ବିକ୍ରୟ ଉପକରଣର କ୍ରୟ, କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ମୂଲ୍ୟ ପାଇଁ ପ୍ରଦାନ କରାଯାଇଥିବା ଅତିରିକ୍ତ ମାର୍ଜିନ ଯୋଗୁଁ ସଞ୍ଚୟ ହେଉଥିବା ଅର୍ଥକୁ ଇଲେକ୍ଟ୍ରୋନିକ୍ ୱେଟ୍‌ ମେସିନର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଉପଯୋଗ କରାଯାଉଛି।