Republic Day 2023: 'ପତାକା ଉତ୍ତୋଳନ ହେବ ଚାନ୍ଦା ଦିଅ'
Advertisement
Article Detail0/zeeodisha/odisha1544206

Republic Day 2023: 'ପତାକା ଉତ୍ତୋଳନ ହେବ ଚାନ୍ଦା ଦିଅ'

Republic Day 2023 News: ଏହି ଖବର ପ୍ରଚାର ପ୍ରସାର ପରେ ଏହାକୁ ନେଇ ବିରୋଧ ଆରମ୍ଭ ‌ହୋଇଛି। କଲେକ୍ଟରଙ୍କ ଏଭଳି ଟଙ୍କା ମାଗିବାକୁ ନେଇ ଗୋଆରେ ରାଜନୈତିକ ପାଣିପାଗ ଏପଟେ ସେପଟ ହୋଇଯାଇଛି। ବିରୋଧୀ ଦଳ ଆମ୍ ଆଦମୀ ପାର୍ଟି ଓ ଗୋଆ ଫରୱାର୍ଡ ପାର୍ଟି ଏପରି କଥାକୁ ନେଇ ସମାଲୋଚନା କରିଛନ୍ତି। 

Republic Day 2023: 'ପତାକା ଉତ୍ତୋଳନ ହେବ ଚାନ୍ଦା ଦିଅ'

Republic Day 2023: ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ପାଳନ କରିଥାନ୍ତି କୋଟି କୋଟି ଭାରତୀୟ। ରାତିପାହିଲେ ଏହି ଗଣତନ୍ତ୍ର ଦିବସ ପାଳିବ ଦେଶ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପରେ ପରିଣତ ହୋଇଥିଲା ଭାରତ ବର୍ଷ। ୧୯୫୧ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ସାଧାରଣତନ୍ତ୍ର ରାଷ୍ଟ୍ର ହେବାକୁ ଗୋଟିଏ ବର୍ଷ ପୂରଣ ହୋଇଥିଲା। ପ୍ରଥମେ ୧୯୫୦ ମସିହାରେ ଦେଶରେ ପାଳିତ ହୋଇଥିଲା ପ୍ରଥମ ସାଧାରଣତନ୍ତ୍ର ଦିବସ। ଏହା ପରେ ୧୯୫୧ ମସିହାରେ ଦେଶରେ ପାଳିତ ହୋଇଥିଲା ଦ୍ୱିତୀୟ ସାଧାରଣତନ୍ତ୍ର ଦିବସ। ସେହିଭଳି ୧୯୫୯ ମସିହାରେ ଦଶମ, ୧୯୬୯ ମସିହାରେ ୨୦ ତମ, ୧୯୯୯ ମସିହାରେ ୫୦ ତମ, ୨୦୨୨ ମସିହାରେ ୭୩ ତମ ସାଧଣତନ୍ତ୍ର ଦିବସ ଦେଶରେ ପାଳନ କରାଯାଇଥିଲା। ଚଳିତ ବର୍ଷ ଦେଶରେ ୭୪ ତମ ସାଧାଣତନ୍ତ୍ର ଦିବସ ପାଳନ ହେବ। 

ତେବେ ଏହି ଦିବସକୁ ପାଳନ ନେଇ ଚାରିଆଡେ ଉତ୍ସବମୁଖର । ହେଲେ ଏହାରି ମଧ୍ୟରେ କର୍ମଚାରୀଙ୍କୁ ଚାନ୍ଦା ମାଗି ବିବାଦରେ ଗୋଆ ସରକାର। ଦକ୍ଷିଣ ଗୋଆର କଲେକ୍ଟର,(Goa Collector) ସରକାରୀ କର୍ମଚାରୀମାନଙ୍କୁ ଜାନୁଆରୀ ୨୬ରେ ଅର୍ଥାତ୍ ଆସାନ୍ତାକାଲି ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମ ପାଇଁ ହଜାରେ ଟଙ୍କା ଦେବାକୁ କହିଥିବା ଖବର ସାମ୍ନାକୁ ଆସିଥିଲା । ଏହି ଖବର ପ୍ରଚାର ପ୍ରସାର ପରେ ଏହାକୁ ନେଇ ବିରୋଧ ଆରମ୍ଭ ‌ହୋଇଛି। କଲେକ୍ଟରଙ୍କ ଏଭଳି ଟଙ୍କା ମାଗିବାକୁ ନେଇ ଗୋଆରେ ରାଜନୈତିକ ପାଣିପାଗ ଏପଟେ ସେପଟ ହୋଇଯାଇଛି। ବିରୋଧୀ ଦଳ ଆମ୍ ଆଦମୀ ପାର୍ଟି ଓ ଗୋଆ ଫରୱାର୍ଡ ପାର୍ଟି ଏପରି କଥାକୁ ନେଇ ସମାଲୋଚନା କରିଛନ୍ତି।

ସେପଟେ ଏହାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଗଲାଣି। ଏହି ପ୍ରସଙ୍ଗକୁ ନେଇ ବିବାଦ ବଢ଼ୁଥିବା ଦେଖି କଲେକ୍ଟର ଜ୍ୟୋତି କୁମାରୀ କହିଛନ୍ତି ଯେ ଏହା ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ  ପାଇଁ ନୁହେଁ, ଅଲଗା କାର୍ଯ୍ୟକ୍ରମ ପାଇଁ। ଜାନୁଆରୀ ୧୯ରେ ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ଦକ୍ଷିଣ ଗୋଆର କଲେକ୍ଟରେଟ୍ ଦ୍ବାରା ଜାନୁଆରୀ ୨୬(Republic Day)  ମଥାନି ସାଲଦାନହା ଆଡମିନିଷ୍ଟ୍ରେଟିଭ୍ କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯାହା ପରେ ଗଣତନ୍ତ୍ର ଦିବସ ପାଳନ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଆଗ୍ରହୀ ସରକାରୀ କର୍ମଚାରୀ ଏବଂ ଅଧିକାରୀମାନେ ୧୦୦୦ଟଙ୍କା ଦିଅନ୍ତୁ ବୋଲି ଉଲ୍ଲେଖ ରହିଥିଲା।

ଏହାକୁ ନେଇ ଗୋଆରେ ଟ୍ୱିଟ ୱାର ଆରମ୍ଭ ହୋଇଯାଇଛି। ଜିଏଫ୍‌ପି ମୁଖ୍ୟ ସରଦେସାଇ ଏକ ଟ୍ୱିଟ୍‌ରେ କହିଛନ୍ତି,‘ଏହାକୁ ଯୋଗଦାନ ନା ଜବରଦସ୍ତି ଚାନ୍ଦା ଆଦାୟ କୁହାଯିବ ? ଗୋଆ ସରକାର ବୋଧହୁଏ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଛନ୍ତି କି? ଗୋଆ ସରକାର ରାଜ୍ୟକୁ ଖୋଳ କରିସାରିଲେଣି ଯାହା ଫଳରେ ସରକାରୀ କାମ ପାଇଁ ଅଧିକାରୀଙ୍କ ଠାରୁ ଚାନ୍ଦା ମଗାଯାଉଥିବା ସେ କହିଛନ୍ତି।

Also Read:AirPort ରୁ ମିଳିଲା ଏକବର୍ଷ ପୁରୁଣା ମଣିଷ କଙ୍କାଳ, ଟେନସନରେ ପୋଲିସ

Also Read: Republic Day: ସାଧାରଣତନ୍ତ୍ର ଦିବସରେ ଦିଆଯାଏ କେଉଁ ପୁରସ୍କାର? ଜାଣନ୍ତୁ...