RG Kar Hospital: ଅପରାଧ ମାମଲାରେ ହୋଇଛି ଅନେକ ଅଦଳ ବଦଳ, ସୂଚନା, ଏତଲା, ବ୍ୟବଚ୍ଛେଦ ସମୟକୁ ନେଇ ସୁପ୍ରିମକୋର୍ଟ ଉଠାଇଲେ ପ୍ରଶ୍ନ
Advertisement
Article Detail0/zeeodisha/odisha2394991

RG Kar Hospital: ଅପରାଧ ମାମଲାରେ ହୋଇଛି ଅନେକ ଅଦଳ ବଦଳ, ସୂଚନା, ଏତଲା, ବ୍ୟବଚ୍ଛେଦ ସମୟକୁ ନେଇ ସୁପ୍ରିମକୋର୍ଟ ଉଠାଇଲେ ପ୍ରଶ୍ନ

RG Kar Hospital: ଏହା ସହ ସମୁଦାୟ କଲେଜକୁ ସିଆଇଏସ୍‍ଏଫ୍‍ ଦ୍ୱାରା ସୁରକ୍ଷା ବଳୟରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ବିଚାର କରିବା ଲାଗି ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଥିଲା। ଆସନ୍ତୁ ନଜର ପକାଇବା ଆଜି ଶୁଣାଣି ବେଳେ କ’ଣ କହିଥିଲେ ସୁପ୍ରିମ୍‍ କୋର୍ଟ, ୫ ବିନ୍ଦୁ ମାଧ୍ୟମରେ: 

RG Kar Hospital: ଅପରାଧ ମାମଲାରେ ହୋଇଛି ଅନେକ ଅଦଳ ବଦଳ, ସୂଚନା, ଏତଲା, ବ୍ୟବଚ୍ଛେଦ ସମୟକୁ ନେଇ ସୁପ୍ରିମକୋର୍ଟ ଉଠାଇଲେ ପ୍ରଶ୍ନ
RG Kar Hospital: କୋଲକତା ଆରଜି କର ମେଡିକାଲ୍‍ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ପୁଣିଥରେ ଶୁଣାଣି ଆରମ୍ଭ କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡ଼ ସିଂହ, ଜଷ୍ଟିସ୍‍ ଜେବି ପାର୍ଡିଓ୍ୱାଲା ଏବଂ ଜଷ୍ଟିସ୍‍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ପ୍ରଥମେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟକୁ ଧ୍ୟାନରେ ନେଇଥିଲେ। ଏକ ମୁଦ୍ଦା ଲଫାପାରେ ସିବିଆଇ ନିଜ ତଦନ୍ତର ସ୍ଥିତି ବିବରଣୀ ସମ୍ପର୍କରେ ଏକ ରିପୋର୍ଟ ସୁପ୍ରିମ୍‍ କୋର୍ଟଙ୍କ ଆଦେଶ ଅନୁସାରେ ଆଜି ଦାଖଲ କରିଛନ୍ତି। ଏ ଭିତରେ ସିବିଆଇ ଷଷ୍ଠଦିନ ପାଇଁ ହସ୍‍ପିଟାଲ୍‍ର ପୂର୍ବତନ ଅଧୀକ୍ଷକ ଡାକ୍ତର ସନ୍ଦୀପ ଘୋଷଙ୍କୁ ଜେରା କରିଛି। 
 
ଅଗଷ୍ଟ ୨୦ ତାରିଖ ଦିନ କୋର୍ଟ ଏହି ମାମଲାକୁ ନିଜ ଇଚ୍ଛା ଅନୁସାରେ ଗ୍ରହଣ କରି ଶୁଣାଣି ଆରମ୍ଭ କରିଥିଲେ। ଏଥିରେ ସିବିଆଇକୁ ତଦନ୍ତର ସ୍ଥିତି ବାବଦରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।  ଏହା ସହ ସମୁଦାୟ କଲେଜକୁ ସିଆଇଏସ୍‍ଏଫ୍‍ ଦ୍ୱାରା ସୁରକ୍ଷା ବଳୟରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ବିଚାର କରିବା ଲାଗି ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଥିଲା। ଆସନ୍ତୁ ନଜର ପକାଇବା ଆଜି ଶୁଣାଣି ବେଳେ କ’ଣ କହିଥିଲେ ସୁପ୍ରିମ୍‍ କୋର୍ଟ, ୫ ବିନ୍ଦୁ ମାଧ୍ୟମରେ: 
 
 
1.ସମ୍ପୂର୍ଣ୍ଣ ହତ୍ୟା ଅପରାଧ ଘଟଣାକୁ ବଦଳାଇ ଦିଆଯାଇଛି ବୋଲି ଅଭିଯୋଗ କରିଛି ସିବିଆଇ। ପଞ୍ଚମ ଦିନରେ ସିବିଆଇ ଘଟଣାକୁ ଗ୍ରହଣ କରି ତଦନ୍ତ ବେଳେ ଏହା ଜାଣିବାକୁ ପାଇଥିବା କହିଛନ୍ତି ସିବିଆଇ ଓକିଲ ତଥା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। କିନ୍ତୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସବୁକିଛି ଭିଡିଓ ରେକର୍ଡ କରାଯାଇଛି। ସେଥିରେ ସମୟ ଦର୍ଶାଯାଇଛି। 
 
2.ଏତଲା ଦାୟରର ସମୟ, ପୋଷ୍ଟମର୍ଟମ ସମୟ ଏବଂ ଅସ୍ୱାଭାବିକ ମୃତ୍ୟୁ ବୋଲି ଦାୟର କରାଯାଇଥିବା ସମୟକୁ ନେଇ ଆପତ୍ତି ଉଠାଇଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ପୋଷ୍ଟମର୍ଟମ ପରେ ଏତଲା ଦାୟର କରିବାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି କୋର୍ଟ। ଯଦି ଅସ୍ୱାଭାବିକ ମୃତ୍ୟୁ ନଥିଲା ତେବେ ପୋଷ୍ତଟମର୍ଟମ କାହିଁକି ବୋଲି ପଚାରିଲେ କୋର୍ଟ। 
 
3.ଏତଲା ଦାୟର କରିଥିବା ପୋଲିସ ଅଧିକାରୀଙ୍କୁ କୋର୍ଟରେ ହାଜର ପାଇଁ ସମନ ଦେବେ କୋର୍ଟ। ଯେହେତୁ ଏତଲା ଦାୟର ସମୟ, ଘଟଣାର ସମୟ, ଏବଂ ଡାକ୍ତରଖାନାରୁ ପୋଲିସକୁ ସୂଚନା ଦିଆଯିବାର ସମୟ ଭିତରେ ସନ୍ଦେହ ଉପୁଜିଛି ଏଣୁ ଏହାର ସତ୍ୟାସତ୍ୟ ଜାଣିବାକୁ ସେ ହାଜର ହେବେ। 
 
4.ଆନ୍ଦୋଳନରତ ଡାକ୍ତରଙ୍କୁ ପୁଣିଥରେ କାର୍ଯ୍ୟରେ ଯୋଗ ଦେବା ଲାଗି କହିଛନ୍ତି କୋର୍ଟ। କାର୍ଯ୍ୟରେ ଯୋଗ ଦେଲେ ଆନ୍ଦୋଳନରତ ଡାକ୍ତରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ।   ଆଜି କୋଲକତାର ଆରଜି କର ମେଡିକାଲ୍‍ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ବେଳେ ଏହା କହିଛନ୍ତି ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡ଼ ସିଂହ। ବିଭିନ୍ନ ମେଡିକାଲରେ ଆନ୍ଦୋଳନରତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲେ। ଏପରିକି କାର୍ଯ୍ୟରେ ଯୋଗ ଦେଇନଥିବା ଦିନଗୁଡ଼ିକୁ ଏଥିଲାଗି ଗଣତି କରିଥିଲେ। ଏମ୍ସ ନାଗପୁର ପକ୍ଷରୁ ଏମିତି ଏକ ସ୍ଥିତି ସାମ୍ନାକୁ ଆସିଥିଲା। 
 
5.କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ବିଷୟକୁ ନେଇ ରେସିଡେଣ୍ଟ ଡାକ୍ତରଙ୍କ କଥା ଶୁଣିବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଜାତୀୟ ଟାସ୍କ ଫୋର୍ସ। ଆଜି ଶୁଣାଣି ବେଳେ ଭାରତର ମେଡିକାଲ ସଂଘ ମାନଙ୍କ ମହାସଂଘ ଏବଂ ଦିଲ୍ଲୀ ମେଡିକାଲ୍‍ ସଂଘ ପକ୍ଷରୁ ଏନେଇ ଅନୁରୋଧ କରାଯାଇଥିଲା।

Also Read: Car Accident: ଠାକୁରାଣୀଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା, ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ