ନୂଆଦିଲ୍ଲୀ: ଋଷ ବିରୋଧରେ ନିଜ ଦେଶକୁ ରକ୍ଷା କରିବାକୁ କେବଳ ୟୁକ୍ରେନର ସୈନ୍ୟମାନେ ନୁହେଁ ସାଧାରଣ ଜନତା ମଧ୍ୟ ହତିଆର ଉଠାଇଛନ୍ତି। ୟୁକ୍ରେନୀୟ ମହିଳାମାନେ ମଧ୍ୟ କିଛି ପଛରେ ନାହାଁନ୍ତି। ସେ ସାଧାରଣ ଗୃହିଣୀ ହୁଅନ୍ତୁ ଅଥବା ମଡେଲ୍ କି ଡାକ୍ତରାଣୀ ସହ ଇଞ୍ଜିନିୟର, ସମସ୍ତେ ହାତରେ ବନ୍ଧୁକ ଉଠାଇ ଦେଶ ରକ୍ଷାରେ ସାମିଲ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ୨୦ ଦିନ ହେଲାଣି ଋଷ ଓ ୟୁକ୍ରେନ (Russia-Ukraine) ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ୟୁକ୍ରେନକୁ ହରାଇବାକୁ ଋଷ ପ୍ରାଣପ୍ରଣେ ଚେଷ୍ଟା ଚଳାଇଥିବା ବେଳେ ୟୁକ୍ରେନ ସୈନ୍ୟ ମଧ୍ୟ ଋଷର ଆକ୍ରମଣକୁ ଯଥାକ୍ରମେ ପ୍ରତିହତ କରିବାରେ ଉଦ୍ୟମ କରୁଛନ୍ତି । ସତେ ଯେପରି ଋଷ ଆଗରେ ମୁଣ୍ଡ ତଳକୁ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ୟୁକ୍ରେନର ସୈନ୍ୟ ସହ ସାଧାରଣ ଜନତା। ଯୁଦ୍ଧର ଦିନ ଗଡ଼ି ଗଡ଼ି ଚାଲିଥିବା ବେଳେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ଦେଶର ମହିଳା। 


Also Read: ୧୨ ରୁ ୧୪ ବର୍ଷୀୟ ପିଲାଙ୍କୁ ଟିକାକରଣରେ ହେଲା ଏସବୁ ପରିବର୍ତ୍ତନ


ତେଣୁ ଘରେ ଘରେ ଚାଲିଛି ଆତ୍ମରକ୍ଷାର ତାଲିମ। ବନ୍ଧୁକ ଚାଳନାଠାରୁ ଫ୍ରଣ୍ଟ ଲାଇନ ଯୁଦ୍ଧ ପର୍ଯ୍ୟନ୍ତ ତାଲିମ ନେଉଛନ୍ତି ୟୁକ୍ରେନୀୟ ମହିଳା (Ukraine Wonder Women)। ଏହାରି ମଧ୍ୟରେ ଭାଇରାଲ ହେଉଛି ଏକ ଫଟୋ । ଫଟୋରେ ଜଣେ ୟୁକ୍ରେନୀୟ ମହିଳାଙ୍କୁ ତାଙ୍କ ଝିଅ ସହ ଦେଖିବାକୁ ମିଳୁଛି। ମହିଳାଙ୍କ ବାମ ହାତରେ ଏକ ରାଇଫଲ ଥିବାବେଳେ ଡାହାଣ ହାତରେ ସେ ତାଙ୍କର ଝିଅଙ୍କୁ ଧରି ରାସ୍ତା ପାର୍ କରୁଥିବାର ଦେଖିବାକୁ ମିଳୁଛି। 


Also Read: ଯୁଦ୍ଧ ପୂର୍ବରୁ ରଣଭୂମି ଛାଡ଼ିଲା , ନିର୍ବାଚନ ତାତିରେ ନରମ ପଡ଼ିଲା


ଜେବ୍ରା କ୍ରସିଂ ପାର୍ କରୁଥିବା ଏହି ମହିଳା ବେଶ୍ ଦମ୍ଭ ସହକାରେ ରାସ୍ତାରେ ଚାଲୁଛନ୍ତି । ୟୁକ୍ରେନ ସେଣ୍ଟର ଫର ଷ୍ଟ୍ରାଟେଜିକ୍ କମ୍ୟୁନିକେସନ ଏବଂ ଇନର୍ଫମେସନ ସିକ୍ୟୁରିଟି ଦ୍ୱାରା ଅଫିସିଆଲ୍ ଟ୍ୱିଟର (Twitter) ରେ ଏହି ଫଟୋଟିକୁ ପୋଷ୍ଟ କରାଯାଇଛି। ଯାହାକୁ ଦେଖିଲେ ପ୍ରତିପାଦନ ହେଉଛି ଯେ, ଋଷ ଯେତେ ଚାହିଁଲେ ମଧ୍ୟ ୟୁକ୍ରେନବାସୀ ତା ସାମ୍ନାରେ ମୁଣ୍ଡ ନୁଆଁଇବେ ନାହିଁ।  


Also Read: ଜାତୀୟ ସ୍ତରରେ କେବେ ଲାଗୁ ହେବ NRIC? କେନ୍ଦ୍ର ସରକାର ଦେଲେ ଉତ୍ତର


ନିଜ ସୁରକ୍ଷା ପାଇଁ ମହିଳାମାନେ ମଧ୍ୟ ବନ୍ଧୁକ ଉଠାଇବାରେ ପଛାଇବେ ନାହିଁ।ୟୁକ୍ରେନର ସବୁ ମାଆ ଜଣେ ଜଣେ ୱଣ୍ଡର ଓମେନ (Wonder Women) ବା ଅସାଧାରଣ ମହିଳା ବୋଲି ଫଟୋରେ କ୍ୟାପସନ ଦିଆଯାଇଛି । ଫଟୋ ପୋଷ୍ଟ କରିବାର କିଛି ଘଣ୍ଟା ମଧ୍ୟରେ ବହୁଳ ମାତ୍ରାରେ ସେୟାର କରାଯାଇଥିବାର ଦେଖିବାକୁ ମିଳିଛି। ୟୁକ୍ରେନବାସୀଙ୍କ ଦୃଢ଼ତା ଏବଂ ସାହସିକତାକୁ ବେଶ ପ୍ରଂଶସା ମଧ୍ୟ କରାଯାଉଛି।