ଯୁଦ୍ଧ ପୂର୍ବରୁ ରଣଭୂମି ଛାଡ଼ିଲା , ନିର୍ବାଚନ ତାତିରେ ନରମ ପଡ଼ିଲା
Advertisement

ଯୁଦ୍ଧ ପୂର୍ବରୁ ରଣଭୂମି ଛାଡ଼ିଲା , ନିର୍ବାଚନ ତାତିରେ ନରମ ପଡ଼ିଲା

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ବିଧାୟକ ବିଷ୍ଣୁ ପ୍ରସାଦ ସେଠୀ ଦେଇଛନ୍ତି ବଡ଼ ବୟାନ। ଯାହା ଭାରତୀୟ ଜନତା ପାର୍ଟିକୁ ଅଡ଼ୁଆରେ ପକାଇ ପାରେ।

 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ପରେ ପୌର ତାତି। ଚଳିତ ପୌର ନିର୍ବାଚନରେ ମୁଖ୍ୟତଃ ରାଜ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମଳିବ। ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଦଳର ଆଖି ସବୁ ପୌର ଆସନ ଉପରେ। ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଅମାନତ ହରାଇଥିବା ବିଜେପି ଓ କଂଗ୍ରେସ ପୌର ନିର୍ବାଚନରେ ଅଣ୍ଟା ସଳଖି ଛିଡ଼ା ହେବାକୁ ପ୍ରୟାସ କରୁଛନ୍ତି। ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ଦଳ ଆପଣାଇଛନ୍ତି ରଣନୀତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ବିଧାୟକ ବିଷ୍ଣୁ ପ୍ରସାଦ ସେଠୀ ଦେଇଛନ୍ତି ବଡ଼ ବୟାନ। ଯାହା ଭାରତୀୟ ଜନତା ପାର୍ଟିକୁ ଅଡ଼ୁଆରେ ପକାଇ ପାରେ।

ପୌର ନିର୍ବାଚନ (Municipal Election) ପୂର୍ବରୁ ହାର ମାନିଛି ବିଜେପି। ବିଧାୟକ ବିଷ୍ଣୁ ପ୍ରସାଦ ସେଠୀ କହିଛନ୍ତି ଯେ, ବିଜେଡି ସହ ଲଢ଼େଇ କରିହେବ ନାହିଁ। ବିଜେଡି ଯେଉଁ ରଣନୀତି ଆପଣାଇଛି ସେହି ରଣନୀତିକୁ ଆମ ଦଳ ଭେଦ କରିବା ଭଳି ଆଶା ଲାଗୁ ନାହିଁ।  ବିଜେପି ନେତାଙ୍କ ଏଭଳି ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।

Also Read: ଜାତୀୟ ସ୍ତରରେ କେବେ ଲାଗୁ ହେବ NRIC? କେନ୍ଦ୍ର ସରକାର ଦେଲେ ଉତ୍ତର

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ (Panchayat election) ରେ ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିଥିଲା। ଦ୍ବିତୀୟ ସ୍ଥାନରେ ଭାରତୀୟ ଜନତା ପାର୍ଟି ଓ ତୃତୀୟ ସ୍ଥାନରେ କଂଗ୍ରେସ ଦଳ ରହିଥିଲା। ପଞ୍ଚାୟତ ନିର୍ବାଚନର ସଫଳତାକୁ ଦୋହରାଇବା ପାଇଁ ବିଜେଡି ଆପଣାଇଛି ସ୍ବତନ୍ତ୍ର ରଣନୀତି। ଅନ୍ୟପଟେ ବିଜେଡି ରଣନୀତି ଆଗରେ ଫିକା ପଡ଼ିଛି ବିଜେପି ଓ କଂଗ୍ରେସର ରଣନୀତି। ତେବେ ପୌର ନିର୍ବାଚନରେ କେଉଁ ଦଳ କେତେ ଆସନ ହାତଉଛି ଆଉ କେଉଁ ଦଳ ବିଜୟୀ ହେଉଛି ତାହା ନିର୍ବାଚନ ଫଳାଫଳ ଆସିଲେ ସ୍ପଷ୍ଟ ହୋଇ ଯିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି।