ଜାତୀୟ ସ୍ତରରେ କେବେ ଲାଗୁ ହେବ NRIC? କେନ୍ଦ୍ର ସରକାର ଦେଲେ ଉତ୍ତର
Advertisement
Article Detail0/zeeodisha/odisha1125448

ଜାତୀୟ ସ୍ତରରେ କେବେ ଲାଗୁ ହେବ NRIC? କେନ୍ଦ୍ର ସରକାର ଦେଲେ ଉତ୍ତର

ଜାତୀୟ ସ୍ତରରେ NRIC ଲାଗୁର ସ୍ଥିତି ଓ ଆସାମରେ ଏହାର ସ୍ଥିତି କଣ ରହିଛି ବୋଲି ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦ ମାଲା ରୟ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଲିଖିତ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି...

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଜାତୀୟ ସ୍ତରରେ କେବେ ଲାଗୁ ହେବ NRIC? ଅନେକ ଦିନ ହେଲା ଏହି ପ୍ରଶ୍ନ ପ୍ରତ୍ୟେକ ଭାରତୀୟଙ୍କ ମନରେ ଉଙ୍କି ମାରୁଛି। ଏହି ସମୟରେ ସରକାର NRIC ଲାଗୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଜାତୀୟ ସ୍ତରରେ NRIC ଲାଗୁ କରିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି।

ଜାତୀୟ ସ୍ତରରେ NRIC ଲାଗୁର ସ୍ଥିତି ଓ ଆସାମରେ ଏହାର ସ୍ଥିତି କଣ ରହିଛି ବୋଲି ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ଲୋକସଭାରେ ତୃଣମୂଳ କଂଗ୍ରେସ ସାଂସଦ ମାଲା ରୟ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଲିଖିତ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଜାତୀୟ ସ୍ତରରେ National Register of Indian Citizens ପ୍ରକ୍ରିୟା ଆରମ୍ଭ ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

Also Read: ପାକିସ୍ତାନରେ ଭାରତୀୟ ମିସାଇଲ୍ ମାଡ଼ ଘଟଣା; ରାଜ୍ୟସଭାରେ ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଆସାମରେ NRIC ଲାଗୁ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆସାମରେ NRIC ଲାଗୁ ଲାଗୁ ହୋଇଥିଲା। ଏହାକ ତାଲିକାକୁ ୨୦୧୯ ଅଗଷ୍ଟ ୩୧ରେ ପ୍ରକାଶିତ କରାଯାଇଥିଲା। କିନ୍ତୁ ପୂର୍ବରୁ NRIC ଲାଗୁ ପାଇଁ ୨୦୨୪ ମସିହା ପର୍ଯ୍ୟନ୍ତ ଡେଡଲାଇନ ରଖାଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ।