ରମଜାନ ବେଳେ ଗଣ୍ଡଗୋଳ; ଇହୁଦୀ ପବିତ୍ର ସ୍ଥଳ ଭାଙ୍ଗିଲେ ପାଲେଷ୍ଟାଇନ ଉପଦ୍ରବୀ
Advertisement
Article Detail0/zeeodisha/odisha1149771

ରମଜାନ ବେଳେ ଗଣ୍ଡଗୋଳ; ଇହୁଦୀ ପବିତ୍ର ସ୍ଥଳ ଭାଙ୍ଗିଲେ ପାଲେଷ୍ଟାଇନ ଉପଦ୍ରବୀ

ଇସଲାମୀୟ ଧାର୍ମିକ ମାସ ରମଜାନ ସମୟରେ ଆରମ୍ଭ ହୋଇଯାଇଛି ପାଲେଷ୍ଟାଇନ-ଇସ୍ରାଏଲ ବିବାଦ।

ରମଜାନ ବେଳେ ଗଣ୍ଡଗୋଳ; ଇହୁଦୀ ପବିତ୍ର ସ୍ଥଳ ଭାଙ୍ଗିଲେ ପାଲେଷ୍ଟାଇନ ଉପଦ୍ରବୀ

ଜେରୁସେଲମ: ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ଇସଲାମୀୟ ଧାର୍ମିକ ମାସ ରମଜାନ। ମାତ୍ର ଏହି ସମୟରେ ନୀରବରେ ରହି ପାରିନାହାଁନ୍ତି ପାଲେଷ୍ଟାଇନ ଉପଦ୍ରବୀ। ୱେଷ୍ଟବ୍ୟାଙ୍କ ସ୍ଥିତ ଏକ ପବିତ୍ର ଇହୁଦୀ ସ୍ଥଳରେ ନିଆଁ ଲଗାଇ ଦେଇଛନ୍ତି ପାଲେଷ୍ଟାଇନ ଅଧିବାସୀ। ଅନ୍ୟପଟେ  ଦେଶରେ ହୋଇଥିବା ଆକ୍ରମଣ ପରେ ଅଧିକୃତ ଅଞ୍ଚଳରେ ଏକ ଅପରେସନ୍ ଆରମ୍ଭ କରାଯାଇଥିବା ରବିବାର ଦିନ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି।

ଇସଲାମୀୟ ଧାର୍ମିକ ମାସ ରମଜାନ ସମୟରେ ଆରମ୍ଭ ହୋଇଯାଇଛି ପାଲେଷ୍ଟାଇନ-ଇସ୍ରାଏଲ ବିବାଦ। ରମଜାନ ମାସ ଆରମ୍ଭ ହେବା ସହ ଇହୁଦୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟ ଏହି ସମୟରେ ପାଳିତ ହେବାକୁ ଯାଉଛି। ଗତ ବର୍ଷ ଏହି ସମୟରେ ବିରୋଧ ଏବଂ ଉତ୍ତେଜନା ପରେ ଗାଜା ଠାରେ ୧୧ ଦିନ ଧରି ସଂଘର୍ଷ ଜାରି ରହିଥିଲା।

ଇସ୍ରାଏଲ ସେନା ମୁଖପାତ୍ର  ଆର୍ମୀ ରେଡ଼ିଓ ଜରିଆରେ କହିଛନ୍ତି ଗତ ଶନିବାର ରାତିରେ ପ୍ରାୟ ୧୦୦ ପାଲେଷ୍ଟାଇନ ଅଧିବାସୀ ୱେଷ୍ଟବ୍ୟାଙ୍କସ୍ଥିତ ସେହି ଇହୁଦୀ ସ୍ଥଳ ଆଡ଼କୁ ମାଡ଼ି ଆସିବା ସହ ସେଠାରେ ଦଙ୍ଗା ଭିଆଇବା ସହ ସେଠାରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ପାଲେଷ୍ଟାଇନ ସୁରକ୍ଷାବଳ ସେମାନଙ୍କୁ ହଟାଇଥିଲା। ୱେଷ୍ଟ ବ୍ୟାଙ୍କ ସ୍ଥିତ ନାବଲୁସ ସହରରେ ଜୋସେଫଙ୍କ ସମାଧିକୁ ନେଇ ବିବାଦ ଜାରି ରହିଛି। କେତେକ ଇହୁଦୀ ବିଶ୍ୱାସ କରନ୍ତି ଯେ ବାଇବଲ ସହ ଜଡଡିତ ଜୋସେଫଙ୍କୁ ଏହି ସମାଧିରେ ସମାଧିସ୍ଥ କରାଯାଇଥିବାବେଳେ ମୁସଲମାନ କହିଛନ୍ତି ଯେ ସେଠାରେ ଜଣେ ମୁସଲିମ୍ ଶେଖଙ୍କୁ ସମାଧି ଦିଆଯାଇଛି।

Also Read: ଗୋଟିଏ ରୁଟି ପାଇଁ ଗାଦିଚ୍ୟୁତ ହୋଇପାରେ ଏହି ଦେଶର ସରକାର

ୱେଷ୍ଟବ୍ୟାଙ୍କ ଠାରେ ଦଙ୍ଗା କରିଥିବା ଜଣେ ଦଙ୍ଗାକାରୀ ଘର ଉପରେ ଚଢାଉ କରାଯାଉଥିଲା। ଯାହା ପରେ ସଂଘର୍ଷ ଆରମ୍ଭ ହୋଇଯିବା ସହ ଗୁଳିମାଡ଼ରେ ଜଣେ ପାଲେଷ୍ଟାଇନ ଉଗ୍ରବାଦୀ ଟଳି ପଡ଼ିଛି। ଏନେଇ ପ୍ରତିକ୍ରିୟା ରଖି ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି ଯେ ୱେଷ୍ଟବ୍ୟାଙ୍କ ଠାର ସୁରକ୍ଷା ବାହିନୀ ଦଙ୍ଗାକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି।