ମହାକାଶରେ ଋଷ-ୟୁକ୍ରେନ ଯୁଦ୍ଧ, ଖସି ପଡ଼ିବ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ!
Advertisement
Article Detail0/zeeodisha/odisha1123600

ମହାକାଶରେ ଋଷ-ୟୁକ୍ରେନ ଯୁଦ୍ଧ, ଖସି ପଡ଼ିବ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ!

ଯଦି ଋଷ ନିଜକୁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରୁ ଅଲଗା କରେ, ତେବେ ୫୦୦ ଟନ୍ ଓଜନ ବିଶିଷ୍ଟ ସ୍ପେସ୍ ଷ୍ଟେସନର ଅସ୍ତିତ୍ୱ ଲୋପ ପାଇବ। ପୃଥିବୀର ଯେଉଁ ଅଂଶରେ ସ୍ପେସ୍ ଷ୍ଟେସନ୍ ପଡ଼ିବ, ସେହି ଅଞ୍ଚଳ ରସାତଳକୁ ଯାଇପାରେ। 

ପ୍ରତିକାତ୍ମକ ଫଟୋ

ୱାଶିଂଟନ: ଏବେ ମହାକାଶରେ ପହଞ୍ଚିଛି ରୁଷ-ୟୁକ୍ରେନ ଯୁଦ୍ଧ। ଋଷ-ୟୁକ୍ରେନ ଯୁଦ୍ଧରେ ଗୋଟିଏ ଗୁଜବ ଦେଖିବାକୁ ମିଳିଛି। ଯାହା ପାଇଁ ସାରା ବିଶ୍ୱ ଚକିତ ହୋଇଛି। ଗୁଜବ ଅନୁସାରେ, ଋଷ ଉପରେ ଲାଗିଥିବା ପ୍ରତିବନ୍ଧକ ନହଟିଲେ ସେ ସ୍ପେସ୍ ଏଜେନ୍ସି Roscosmos ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ବନ୍ଦ କରିବାକୁ ଧମକ ଦେଇଛି।

Roscosmos ବନ୍ଦ ଅର୍ଥାତ୍ ଗତବର୍ଷ ଏପ୍ରିଲରୁ ସ୍ପେସ୍ ଷ୍ଟେସନରେ କାର୍ଯ୍ୟ କରୁଥିବା ଆମେରିକୀୟ ମହାକାଶଚାରୀ ମାର୍କ ଭନ୍ଦେଙ୍କ ପ୍ରତ୍ୟାବର୍ତ୍ତନ ଅସମ୍ଭବ ହେବ। ଋଷ ନିଜର ମହାକାଶଯାନରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରୁ ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବ। କିନ୍ତୁ ସେଠାରେ ଆମେରିକାର ମହାକାଶଚାରୀଙ୍କୁ ଏକୁଟିଆ ଛାଡ଼ିଦେବ। କିନ୍ତୁ ଋଷର ସ୍ପେସ୍ ଏଜେନ୍ସିର ନିର୍ଦ୍ଦେଶକ ଏହାକୁ ଏକ ଗୁଜବ ବୋଲି କହିଛନ୍ତି। ଏହା ସହ ସେ ମାର୍ଚ୍ଚ ୩୦ରେ ମହାକାଶଚାରୀମାନେ ଫେରିବା ନେଇ ସେ ସ୍ପଷ୍ଟ କରିଛନ୍ତି।

Also Read: ଦିନକରେ ୮୧ ଜଣଙ୍କୁ ମୃତ୍ୟୁଦଣ୍ଡ; ଜାଣନ୍ତୁ, କେଉଁ ଅପରାଧ ପାଇଁ କୋର୍ଟ ଦେଲେ ଏପରି ଆଦେଶ?

ଯଦି ଋଷ ନିଜକୁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରୁ ଅଲଗା କରେ, ତେବେ ୫୦୦ ଟନ୍ ଓଜନ ବିଶିଷ୍ଟ ସ୍ପେସ୍ ଷ୍ଟେସନର ଅସ୍ତିତ୍ୱ ଲୋପ ପାଇବ। ପୃଥିବୀର ଯେଉଁ ଅଂଶରେ ସ୍ପେସ୍ ଷ୍ଟେସନ୍ ପଡ଼ିବ, ସେହି ଅଞ୍ଚଳ ରସାତଳକୁ ଯାଇପାରେ। ଏହା ସହ ସେହି ସ୍ଥାନରେ ରହିଥିବା ଜନଜୀବନ କ୍ଷତିଗ୍ରସ୍ତ ହେବ। ଅଧିକାଂଶ ଲୋକ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଲାବୋରେଟୋରୀ ବୋଲି ବିବେଚନା କରୁଥିବାବେଳେ, ଋଷ ବିନା ଏହାର ଅସ୍ତିତ୍ୱ ସମ୍ଭବ ନୁହେଁ।

ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ବା ISS ୧୯୯୮ରେ, ଋଷ ଓ ଆମେରିକାର ସହଭାଗିତାରେ ତିଆରି କରାଯାଇଥିଲା। ଆମେରିକାର ମହାକାଶ ଏଜେନ୍ସି ନାସା ଦ୍ୱାରା ସ୍ପେସ୍ ଲାବ୍ ତିଆରି କରାଯାଇଥିଲା ବେଳେ ଇନ୍ଧନ ଏବଂ ମହାକାଶଚାରୀଙ୍କ ରହିବା ସ୍ଥାନ ଋଷ ନିର୍ମାଣ ସହ ନିୟନ୍ତ୍ରଣ କରୁଛି। ଏପରିକି ପୃଥିବୀର କକ୍ଷପଥରେ ISS ଠିକ୍ ଭାବରେ ଘୂର୍ଣ୍ଣନକୁ ମଧ୍ୟ ଋଷ ନିୟନ୍ତ୍ରଣ କରେ। ଯଦି ଋଷ ସ୍ପେସ୍ ଷ୍ଟେସନ ସହ ନିଜ ସଂପର୍କ ଛିନ୍ନ କରେ, ତେବେ ମହାକାଶଚାରୀମାନେ ଗୋଟିଏ ଦିନ ବି ସେଠାରେ ରହିବା ଅସମ୍ଭବ ହେବ। ଋଷର ଅଂଶ ଅଲଗା ହେବା ମାତ୍ରେ ସ୍ପେସ୍ ଷ୍ଟେସନ୍ ଅନିୟନ୍ତ୍ରିତ ହୋଇଯିବ ଏବଂ ଏହା ପୃଥିବୀର କୌଣସି ସ୍ଥାନରେ ପଡ଼ିବ, ଏହା କେତେ ଧ୍ୱଂସକାରୀ ହେବ ତାହା କେହି ଭାବିପାରିବେ ନାହିଁ।

Also Read: ଆପଣ ବି Paytm ବ୍ୟବହାର କରୁଛନ୍ତି କି? RBIର ରୋକ ପରେ ଏମିତି କହିଲା କମ୍ପାନୀ

ଋଷ ଉପରେ ପ୍ରତିବନ୍ଧକ ପରେ ପୁଟିନ ସରକାର ଏକ ଭିଡିଓ  ଜାରି କରିଥିଲା, ଯେଉଁଥିରେ ଋଷର ସ୍ପେସ୍ ଷ୍ଟେସନ୍ ଠାରୁ ମଡ୍ୟୁଲ୍ ଅଲଗା ହୋଇଥିବାର ଦେଖାଯାଇଥିଲା। ଯାହା ପାଇଁ ଏହି ନୂଆ ବିପଦ ନେଇ ସାରା ବିଶ୍ୱ ଆଶଙ୍କା ବ୍ୟକ୍ତ କରିଥିଲା। ଯାହା ପରେ ଆମେରିକା ଏନେଇ ସ୍ପଷ୍ଟ କରିଥିଲା ଯେ, ଋଷ ଉପରେ ଲାଗିଥିବା ପ୍ରତିବନ୍ଧକ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ଉପରେ ପ୍ରଭାବ ପକାଇବ ନାହିଁ। ପୂର୍ବଭଳି ମହାକାଶରେ ଆମେରିକା ଏବଂ ଋଷ ମଧ୍ୟରେ ବୈଷୟିକ ସହଭାଗିତା ଜାରି ରହିବ।

ଅନ୍ୟପଟେ ଋଷ ପାଖରେ ଏପରି କ୍ଷେପଣାସ୍ତ୍ର ଅଛି, ଯିଏ ମହାକାଶରେ ପରିକ୍ରମା କରୁଥିବା ଉପଗ୍ରହକୁ ମଧ୍ୟ ଟାର୍ଗେଟ କରିପାରିବ। ଋଷ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ ପୂର୍ବରୁ ମହାକାଶରେ ନିଜର ଏକ ଉପଗ୍ରହକୁ ନଷ୍ଟ କରି ନିଜର ଶକ୍ତି ପ୍ରଦର୍ଶନ କରିଛି। ଯଦି ସେ ଭୂପୃଷ୍ଠରେ ଆକ୍ରମଣ କରିବା ପରିବର୍ତ୍ତେ ଦୁଇ ଚାରିଟି ଯୋଗାଯୋଗ ଉପଗ୍ରହକୁ ନଷ୍ଟ କରିଦିଏ, ତେବେ ଏହା ସମଗ୍ର ବିଶ୍ୱରେ ବିଶୃଙ୍ଖଳା ସୃଷ୍ଟି କରିପାରେ। ତେଣୁ ୟୁକ୍ରେନର ଯୁଦ୍ଧ ମହାକାଶ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି।