Udaypur Murder Case : ଦେଶର ମୁସଲମାନଙ୍କୁ RSS ଦେଲା ଏହି ବାର୍ତ୍ତା
Advertisement
Article Detail0/zeeodisha/odisha1251531

Udaypur Murder Case : ଦେଶର ମୁସଲମାନଙ୍କୁ RSS ଦେଲା ଏହି ବାର୍ତ୍ତା

ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକରେ ଉଦୟପୁରର କହ୍ନେୟା ଲାଲ ହତ୍ୟାକାଣ୍ଡକୁ କଡା ନିନ୍ଦା କରାଯାଇଛି। ବୈଠକରେ RSS ପ୍ରମୁଖ ମୋହନ ଭାଗବତ, ମହାସଚିବ ଦତ୍ତାତ୍ରେୟ ହୋସବୋଲେ ପ୍ରମୁଖ ଉପସ୍ଥିତ ଥିଲେ।

Udaypur Murder Case : ଦେଶର ମୁସଲମାନଙ୍କୁ RSS ଦେଲା ଏହି ବାର୍ତ୍ତା

RSS on Udaypur Murder Case : ଉଦୟପୁର କହ୍ନେୟା ଲାଲା ହତ୍ୟାକାଣ୍ଡକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (RSS) ଗୁରୁତର ଭାବେ ନେଇଛି। ରାଜସ୍ଥାନର ଝୁନଝୁନରେ ସଙ୍ଘ ଏହି ପ୍ରସଙ୍ଗ ଉଠାଇଛି। ତିନି ଦିନିଆ ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକରେ ଉଦୟପୁରର କହ୍ନେୟା ଲାଲ ହତ୍ୟାକାଣ୍ଡ ସମ୍ପର୍କରେ RSS ଦେଶର ମୁସଲମାନମାନଙ୍କୁ ଏକ ବାର୍ତ୍ତା ଦେଇଥିଲା। ଘଟଣାକୁ ସଙ୍ଘ ନିନ୍ଦା କରିବା ସହିତ ଦେଶର ମୁସଲମାନ ସମ୍ପ୍ରଦାୟ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ତଥା ଏହାକୁ ଦୃଢ ବିରୋଧ କରିବା ଉଚିତ ବୋଲି କହିଛି। 

ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକରେ ଉଦୟପୁରର କହ୍ନେୟା ଲାଲ ହତ୍ୟାକାଣ୍ଡକୁ କଡା ନିନ୍ଦା କରାଯାଇଛି। ବୈଠକରେ RSS ପ୍ରମୁଖ ମୋହନ ଭାଗବତ, ମହାସଚିବ ଦତ୍ତାତ୍ରେୟ ହୋସବୋଲେ ପ୍ରମୁଖ ଉପସ୍ଥିତ ଥିଲେ। ଉଦୟପୁରର ହତ୍ୟାକାଣ୍ଡ ଘଟଣାକୁ ନେଇ RSS କହିଛି, 'ଯଦି କାହାକୁ କିଛି ପସନ୍ଦ ନ ଆସେ, ତେବେ ସେମାନେ ଏହାକୁ ଗଣତାନ୍ତ୍ରିକ ଢଙ୍ଗରେ ପ୍ରତିକ୍ରିୟା କରିବା ଉଚିତ। ଅଭିବ୍ୟକ୍ତିର ସ୍ୱାଧୀନତା ସହିତ ଜନସାଧାରଣଙ୍କ ଭାବନାକୁ ମଧ୍ୟ ମନେ ରଖିବା ଉଚିତ। ହିନ୍ଦୁ ସମ୍ପ୍ରଦାୟ ଗଣତାନ୍ତ୍ରିକ ଢଙ୍ଗରେ ପ୍ରତିକ୍ରିୟା କରୁଛି। ମୁସଲମାନ ସମ୍ପ୍ରଦାୟ ହିଂସାତ୍ମକ କାର୍ଯ୍ୟରୁ ଦୂରେଇ ରହିବ ବୋଲି ଆଶା କରାଯାଉଛି।'

Also Read: Happy Eid al Adha 2022: ଜାଣନ୍ତୁ, ଏହି ଦିନ କାହିଁକି ମୁସଲମାନ ସମ୍ପ୍ରଦାୟ ପଶୁ ବଳି ଦିଅନ୍ତି?

ସଙ୍ଘର ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର ଉଦୟପୁର ହତ୍ୟାକୁ ଦୃଢ ନିନ୍ଦା କରି କହିଛନ୍ତି ଯେ, ଭାରତ ଏକ ଗଣତନ୍ତ୍ରିକ ଦେଶ ଏବଂ ସମସ୍ତଙ୍କର ସାମ୍ବିଧାନିକ ଅଧିକାର ରହିଛି। ଯଦି କେହି କିଛି ପସନ୍ଦ କରନ୍ତି ନାହିଁ, ତେବେ ସେମାନେ ଗଣତାନ୍ତ୍ରିକ ଢଙ୍ଗରେ ନିଜର ଅଭିଯୋଗ ପ୍ରକାଶ କରିପାରିବେ। ଆମ୍ବେକର କହିଛନ୍ତି, 'ଏକ ସଭ୍ୟ ସମାଜ ସର୍ବଦା ଏଭଳି ଘଟଣାକୁ ନିନ୍ଦା କରେ। ହିନ୍ଦୁ ସମ୍ପ୍ରଦାୟ ଗଣତାନ୍ତ୍ରିକ ଢଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ମୁସଲମାନ ସମ୍ପ୍ରଦାୟ ମଧ୍ୟ ଏଭଳି କାର୍ଯ୍ୟରୁ ଦୂରେଇ ରହିବେ ବୋଲି ଆଶା କରାଯାଉଛି। ଏହି ଘଟଣା ଦେଶ କିମ୍ବା ଆମ ସମାଜର ହିତ ନୁହେଁ।' 

ସୂଚନାଯୋଗ୍ୟ, ଗତ ମାସରେ ଉଦୟପୁରର ୪୮ ବର୍ଷିୟ କହ୍ନେୟା ଲାଲ ସାହୁଙ୍କୁ ଗଳା କାଟି ଦୁଇ ଜଣ ନିର୍ମମ ହତ୍ୟା କରିଥିଲେ। ହତ୍ୟା ସମୟରେ ଅଭିଯୁକ୍ତମାନେ ଭିଡିଓ ତିଆରି କରି ତାହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓରେ ସେମାନେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲେ। ପୋଲିସ ଉଭୟ ଅଭିଯୁକ୍ତ ରିୟାଜ ଅଖତାରୀ ଏବଂ ଗୌସ ମହମ୍ମଦଙ୍କୁ ଗିରଫ କରିଛି। ବର୍ତ୍ତମାନ ଏନଆଇଏ ମାମଲାର ତଦନ୍ତ କରୁଛି। ପାକିସ୍ତାନ ଭିତ୍ତିକ ସଂଗଠନ ଦାୱାତ-ଇ-ଇସଲାମି ସହ ହତ୍ୟାକାରୀଙ୍କ ଲିଙ୍କ ଥିବା କୁହାଯାଉଛି। ନୁପୂର ଶର୍ମାଙ୍କ ବିବାଦୀୟ ବାୟାନକୁ ସମର୍ଥନ କରିଥିବାରୁ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।