ଆମେରିକାକୁ ଋଷର ଭୟ, ୟୁକ୍ରେନକୁ ଧୋକା ଦେଲେ ବାଇଡେନ!
Advertisement

ଆମେରିକାକୁ ଋଷର ଭୟ, ୟୁକ୍ରେନକୁ ଧୋକା ଦେଲେ ବାଇଡେନ!

Russia-Ukraine War: ୟୁକ୍ରେନ ଲଗାତର ଆମେରିକାକୁ ରକେଟ୍ ସିଷ୍ଟମ ଦେବାକୁ ଦାବି କରିଆସୁଛି । କିନ୍ତୁ ଏହାପୂର୍ବରୁ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ୟୁକ୍ରେନକୁ ଏପରି ଅସ୍ତ୍ରଶସ୍ତ୍ର ନଦେବାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି । ଋଷର ବୈଦେଶିକ ମନ୍ତ୍ରୀ ଏକ ଧମକପୂର୍ଣ୍ଣ ସ୍ୱରରେ କହିଛନ୍ତି ଯେ, ଯଦି ଏହା ଘଟେ ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଏଥିରୁ ଯେଉଁ ଟେନସନ୍ ଉତ୍ପନ୍ନ ହେବ ତାହାକୁ ରୋକା ଯାଇପାରିହେବ ନାହିଁ ।

ଆମେରିକାକୁ ଋଷର ଭୟ, ୟୁକ୍ରେନକୁ ଧୋକା ଦେଲେ ବାଇଡେନ!

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ (Russia-Ukraine War) ବନ୍ଦ ହେବା ପରି ମନେ ହେଉନାହିଁ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି (Ukrainian President Volodymyr Zelenskyy) ଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜେ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଯେଉଁଥିରେ ଆମେରିକା ୟୁକ୍ରେନକୁ ଦୀର୍ଘ ଦୂରତା ପର୍ଯ୍ୟନ୍ତ ମାଡ଼ କରିବାର ସକ୍ଷମ ରକେଟ୍ ସିଷ୍ଟମ (Rocket System) ପଠାଇଥିବାର ଦାବି କରାଯାଉଛି ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି (Zelenskyy) ଋଷର ସୈନ୍ୟ (Russian Army) ଉପରେ ଚାପ ପକାଇବା ପାଇଁ ମାରାତ୍ମକ ଆମେରିକୀୟ ମଲ୍ଟିପଲ ଲଞ୍ଚ ରକେଟ୍ ସିଷ୍ଟମ ମାଗିଛନ୍ତି । କିନ୍ତୁ ବାଇଡେନ (Biden) ୟୁକ୍ରେନକୁ ଏଭଳି ଅସ୍ତ୍ର ଦେବାକୁ ମନା କରି ଦେଇଛନ୍ତି । ବାଇଡେନ କହିଛନ୍ତି ଯେ, ଆମେ ୟୁକ୍ରେନକୁ ଏଭଳି ରକେଟ ସିଷ୍ଟମ ପଠାଉ ନାହୁଁ ଯାହା ଋଷ ପର୍ଯ୍ୟନ୍ତ ଆକ୍ରମଣ କରିପାରିବ ।

ୟୁକ୍ରେନ ଲଗାତର ଆମେରିକାକୁ ରକେଟ୍ ସିଷ୍ଟମ ଦେବାକୁ ଦାବି କରିଆସୁଛି । କିନ୍ତୁ ଏହାପୂର୍ବରୁ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ୟୁକ୍ରେନକୁ ଏପରି ଅସ୍ତ୍ରଶସ୍ତ୍ର ନଦେବାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି । ଋଷର ବୈଦେଶିକ ମନ୍ତ୍ରୀ ଏକ ଧମକପୂର୍ଣ୍ଣ ସ୍ୱରରେ କହିଛନ୍ତି ଯେ, ଯଦି ଏହା ଘଟେ ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଏଥିରୁ ଯେଉଁ ଟେନସନ୍ ଉତ୍ପନ୍ନ ହେବ ତାହାକୁ ରୋକା ଯାଇପାରିହେବ ନାହିଁ ।

ଏହା ବି ପଢ଼ନ୍ତୁ:-ଆସନ୍ତା ମାସରେ ବିବାହ କରିବାକୁ ଯାଉଥିଲେ ମୁସେୱାଲା, କାନାଡାରେ ରହୁଥିବା ଏହି ଝିଅ ସହ ହୋଇସାରିଥିଲା ନିର୍ବନ୍ଧ

ଏହା ବି ପଢ଼ନ୍ତୁ:-୧୫୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ, ଏହି ଦିନ ଗ୍ରହଣ କରିବେ ଦଳର ସଦସ୍ୟତା

ଏହା ବି ପଢ଼ନ୍ତୁ:-ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ତାଲିକାରେ ନିଜ ନାମ

ସୂଚନାଯୋଗ୍ୟ, ଗତ ତିନି ମାସ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ସମସ୍ତ ଚେଷ୍ଟା ସତ୍ତ୍ୱେ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ । ଏହି ଲଢ଼େଇର ଫଳାଫଳ କ’ଣ ହେବ, କେବଳ ସମୟ କହିବ । କେତେବେଳେ ଋଷ ଯୁଦ୍ଧରେ ଭାରି ପଡ଼ୁଛି ତ କେତେବେଳେ ୟୁକ୍ରେନର ପଲ୍ଲା ଭାରି ହେଉଥିବା ପରି ମନେହୁଏ । ଅବଶ୍ୟ, ଏହି ଯୁଦ୍ଧ ୟୁକ୍ରେନର ରାଜଧାନୀ କୀଭରୁ ହଟି ପୂର୍ବ ୟୁକ୍ରେନ ଆଡ଼କୁ ଶେଷ ହେଉଥିବାର ମନେହେଉଛି । ଋଷ ୟୁକ୍ରେନର ଅନେକ ଛୋଟ ସହରକୁ ଦଖଲ କରି ନେଇଛି ।